Posted inଫୁରସତ

ପାଣି ବଦଳରେ ଟ୍ୟାପ୍‌ରୁ ବାହାରୁଛି ଗରମ ଚା’, ଭିଡିଓ ଦେଖିଲେ ହିଁ କରିବେ ବିଶ୍ୱାସ

ଉତ୍ତର ପ୍ରଦେଶରେ ବର୍ତ୍ତମାନ ପ୍ରବଳ ଥଣ୍ଡା ପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଥିବାବେଳେ ସବୁ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି। ଏପରିକି ମୁମ୍ବାଇରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି ଏବଂ ଥଣ୍ଡା ବୃଦ୍ଧି ପାଇଛି। ଅନେକ ସ୍ଥାନରେ ମଧ୍ୟ ବର୍ଷା ହେଉଛି। ଏଭଳି ପରିସ୍ଥିତିରେ ବିଭିନ୍ନ ସହରରେ ପ୍ରବଳ ଥଣ୍ଡା ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଥିରେ ପାଣି ବଦଳରେ ଟ୍ୟାପ୍‌ରୁ ଗରମ ଚା’ ବାହାରୁଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ମାତ୍ର ଭିଡିଓ ଦେଖିଲେ ବିଶ୍ୱାସ କରିପାରିବେ।

ଭିଡିଓରେ ଟ୍ୟାପ୍‌ରୁ ଗରମ ଚା’ ବାହାରୁଛି। ଲୋକେ ଧାଡ଼ିବାନ୍ଧି ପେପର କପ୍‌ ଦେଖାଇ ଏଥିରୁ ଚା’ ନେଉଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆଉ କିଛି ଲୋକ ଭିଡିଓ ଦେଖିବା ପରେ ସେମାନଙ୍କ ହସ ବନ୍ଦ କରିପାରୁନାହାନ୍ତି। ଭିଡିଓଟିକୁ ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ଏହି ଚା’ର ଭଣ୍ଡାର କୁଆଡ଼େ?


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତ ପାଇଁ ୮ ଲକ୍ଷ ଖର୍ଚ୍ଚ କଲେ ଏହି ବ୍ୟକ୍ତି

ଭଗବାନ ସମସ୍ତଙ୍କୁ ବିଶେଷ ବୈଶିଷ୍ଟ୍ୟ ସହିତ ଦୁନିଆକୁ ପଠାଇଛନ୍ତି। କିନ୍ତୁ କିଛି ଲୋକ ଏହି ବୈଶିଷ୍ଟ୍ୟଗୁଡ଼ିକରେ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି। ଏଥିପାଇଁ ସେମାନେ କସ୍‌ମେଟିକ ସର୍ଜରୀ...

ଜନ୍ମଦିନର ଥିମ୍‌ ‘ଅନ୍ତିମ ସଂସ୍କାର’

ନୂଆଦିଲ୍ଲୀ: ଜନ୍ମଦିନ ସମସ୍ତଙ୍କ ପାଇଁ ସବୁବେଳେ ଖାସ୍‌ ହୋଇଥାଏ। ସେହି ଦିନକୁ ସମସ୍ତେ ଧୁମ୍‌ଧାମ୍‌ରେ ମନେଇଥାନ୍ତି, ଯେପରି ସବୁଦିନ ପାଇଁ ତାହା ମନେରହିବ। ହେଲେ ଏଠାରେ...

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ...

ବିନା ମାସ୍କରେ ବିମାନରେ ଯାତ୍ରା କରୁଥିଲେ ମହିଳା, ଆଉ ତା’ପରେ

କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର...

ଇତିହାସ ରଚିବ ଭାଜପା ନେତାଙ୍କ ଝିଅ ବିବାହ ଖର୍ଚ୍ଚ

ବେଙ୍ଗାଲୁରୁ,୧।୩: କର୍ନାଟକ ଭାରତୀୟ ଜନତାପାର୍ଟି(ଭାଜପା)ର ସଙ୍କଟମୋଚକ ଭାବେ ପରିଚିତ ଦଳିତ ନେତା ତଥା କର୍ନାଟକ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ନାକ ପଟେ ସାପ ପୂରାଇ ପାଟି ପଟେ ବାହାର କଲେ

ଆପଣ ସାପୁଆ କେଳା ଏବଂ ସାପ ଖେଳ ବହୁତ ଦେଖିଥିବେ। ମାତ୍ର କେବେ ଦେଖିଛନ୍ତି କି ସାପ ନାକ ଭିତରେ ପୂରାଇ ପାଟି ପଟରେ ବାହାର...

କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା

ପୂର୍ବ ସଂଖ୍ୟାରେ ଆମେ ସୂଚନା ଦେଇଥିଲୁ ମନ୍ଦିର ନିର୍ମାଣ ସମୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯାଉ ନ ଥିଲା। ଭଲ କାମରେ ପୁରସ୍କାର ଓ ସମ୍ମାନ, ଶୃଙ୍ଖଳା...

ସ୍ତ୍ରୀଙ୍କୁ ଅପେକ୍ଷା କରି କରି ବାସନ ମାଜିଲେ ସ୍ବାମୀ, ତଥାପି ପଡିଲା ଗାଳି

ସ୍ବାମୀ-ସ୍ତ୍ରୀ ସମ୍ପର୍କ ସ୍ବତନ୍ତ୍ର ହୋଇଥାଏ। ସେମାନଙ୍କ ମଧ୍ୟ ଛୋଟ-ବଡ ଝଗଡା ହେଲେ ମଧ୍ୟ ପରସ୍ପରକୁ ବୁଝଇ ଉଭୟ ସଂସାର ରଥ ଆଗକୁ ନେଇଛନ୍ତି। ସୋସିଆଲ ମିଡିଆରେ...

Advertisement
Archives

Model This Week