ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଆକର୍ଷଣ ଘୋଡ଼ାଦୌଡ଼

ଚିତ୍ରକୋଣ୍ଡା,୨।୧୨(କ୍ଷୀରୋଦ କୁମାର ବେହେରା): ମାଲ୍ୟବନ୍ତ ମହୋତ୍ସବ ଅବସରରେ ମାଲକାନଗିରି ଜିଲା ପ୍ରଶାସନ ତଥା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ଏସ୍‌ଏସ୍‌ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆଠାରେ ଘୋଡ଼ାଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ସ୍ବାଭିମାନ ଅଞ୍ଚଳର ୩ଟି ପଞ୍ଚାୟତ ଯଥା ପାପରମେଟେଲା, ରାଲେଗାଡା ଓ ଧୂଳିପୁଟ ପଞ୍ଚାୟତର ୨୦ଟି ଘୋଡ଼ା ସହ ଚାଳକ ଭାଗ ନେଇଥିଲେ।

ମୁଖ୍ୟ ଅତିଥିଭାବେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ବିଡିଓ ତନ୍ମୟ ପାତ୍ର, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ପ୍ରମୁଖ ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାରେ ପାପରମେଟେଲା ପଞ୍ଚାୟତ ଦୁଧପାଲି ଗ୍ରାମର ରାଜୁ ଖିଲ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବେଳେ ସେହି ଗ୍ରାମର ରୁକମନି ଖରା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଦୁଧପାଲି ଗ୍ରାମର ପୁରୁଷତି ସିନ୍ଧେରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମାଲ୍ୟବନ୍ତ ମହୋତ୍ସବରେ ସ୍ବାଭିମାନ ଅଞ୍ଚଳ ଘୋଡ଼ାଦୌଡ଼ ପ୍ରତିଯୋଗିତାକୁ ନେଇ ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା

ଓ୍ବାଶିଂଟନ/ତେହରାନ୍‌,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା।…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri