ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜରେ ଝୁଲୁଛି ଲକ୍ଷ୍ମୀ ବସ

ବାଲେଶ୍ୱର,୨ା୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଵଖୁଣ୍ଟା ଥାନା ଅଧୀନ ଫାଣ୍ଡି ଛକ ଓଭରବ୍ରିଜରେ ସୋମବାର ରାତିରେ ଲକ୍ଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବ୍ରିଜର ସାଇଡ ୱାଲକୁ ଧକ୍କା ଦେଇ ବ୍ରିଜ ଉପରେ ଝୁଲି ରହିଛି।

ବସରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସୂଚନା ଯେ, ଲକ୍ଷ୍ମୀ ବସ ନଂ ଓଡି-୦୧ଏଡବ୍ଲୁ ୨୬୩୨ ଟି ଚାନ୍ଦିପୁରରୁ ବାଲେଶ୍ୱର ଆସିଥିଲା। ଫକୀରମୋହନ ଗୋଲାଇରୁ ବସ ଷ୍ଟାଣ୍ଡ ଯାଉଥିବା ସମୟ ରେ ଫାଣ୍ଡି ଛକ ଓଭରବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଥିଲା । ଅଦାଲତ ପାର୍ଶ୍ଵକୁ ବସଟି ଦୀର୍ଘ ସମୟ ଧରି ଝୁଲିରହିଥିବା ଦେଖିବାକୁ ମିଳିଥିଲା। ବସ ରେ କେହି ଯାତ୍ରୀ ନଥିଲେ।

ବସର ଡ୍ରାଇଭର କୌଶଳ କ୍ରମେ ବସରୁ ବାହାରି ପଳାଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଉପ ଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ସହଦେଵଖୁଣ୍ଟା ଥାନା ଆଇଆଇସି ଜୟନ୍ତ ବେହେରା, ଏମଭିଆଇ, ଆରଟିଓଙ୍କ ସମେତ ଅଗ୍ନିଶମ ବାହିନୀ ପହଞ୍ଚି ଝୁଲନ୍ତା ବସଟିକୁ ବ୍ରିଜ ଉପରକୁ ଆଣିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ବ୍ରିଜ ଉପରେ ଯାତାୟତ ବନ୍ଦ ରଖାଯାଇଥିଲା। ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଶୋଭାରାମପୁର ବ୍ରିଜ ଦେଇ ଯାନବାହନ ଚଳାଚଳ ଚାଲୁରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି, ମୋହନ ସରକାରଙ୍କୁ କଲେ ପ୍ରଶ୍ନ

ଭୁବନେଶ୍ୱର,୧୫।୧: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଭାଜପା ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ...

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, କେନ୍ଦୁଝରରେ ଥିଲେ…

ଭୁବନେଶ୍ୱର,୧୫।୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ଫେରିବ ଶୀତ, ଘନ କୁହୁଡି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୧: ଗତ ଦୁଇ ଦିନ ମଧ୍ୟରେ କିଛି ଆରାମ ପାଇବା ପରେ ଶୀତ ପୁଣି ଓଡିଶା ଫେରିବାର ସମ୍ଭାବନା ରହିଛି। ଆସନ୍ତା ତିନିରୁ ଚାରି ଦିନ...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri