ଜଘନ୍ୟ ଯୁଦ୍ଧନୀତି

ମାୟାଧର ନାୟକ

 

ମଧ୍ୟପ୍ରାଚ୍ୟ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌-ଗାଜାରେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ସୁନକ ପହଁଞ୍ଚି ନିଆଁରେ ଘିଅ ଢାଳୁଛନ୍ତି। ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ଚାଇନା ଯାଇ ରାଷ୍ଟ୍ରପତି ଜୀ’ଙ୍କ ସଙ୍ଗେ ଗୁପ୍ତମନ୍ତ୍ରଣା କରିଛନ୍ତି। ଗାଜା ହସ୍‌ପିଟାଲ ଉପରେ ବୋମା ମାଡ଼ କରାଯାଇ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା ଭଳି ବର୍ବରତା ଏ ବିଶ୍ୱ ଦେଖିଲା। ଏଭଳି ଭୟଙ୍କର ସମୟରେ ବିଶ୍ୱନେତାଙ୍କ ପୈଶାଚିକ ମାନସିକତା, କୋଳାକୋଳି ଅତ୍ୟନ୍ତ ଘୃଣ୍ୟ। ନିଜକୁ ବିଶ୍ୱନେତା, ଆମତ୍ପ୍ରଚାର କରୁଥିବା ନେତାମାନେ ଭୋକ-ରୋଗକୁ ଲୋପ କରିପାରୁନାହାନ୍ତି। ଯୁଦ୍ଧ ଲଗାଇ ଦେଶ ଦଖଲ କରିବା ପାଇଁ ଧ୍ୱଂସଲୀଳା ଲଗାଇଛନ୍ତି। ଏମାନଙ୍କ ମାନସିକତା ମାନବତା ପ୍ରତି ଅପରାଧ। ଜଘନ୍ୟ ଯୁଦ୍ଧନୀତିର ପରିଣାମ ଏକ ପାଂଶୁଳ ପୃଥିବୀ।
ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଇତିହାସ ପଢୁଛେ। ଆମେରିକା-ଭିଏତ୍‌ନାମ ଯୁଦ୍ଧ ୨୦ ବର୍ଷରୁ ଅଧିକ ସମୟ ଧରି ଚାଲିଲା। ଆମେରିକା ସୈନ୍ୟମାନେ ଭିଏତ୍‌ନାମବାସୀଙ୍କୁ ଅତ୍ୟାଚାର, ହତ୍ୟା, ପାଶବିକ ଯୌନାଚାର ଘଟାଇ ମଧ୍ୟ ଜିତିପାରିଲେ ନାହିଁ। ଏଇ ଲେଖକ ୧୯୭୧ରେ ବାଂଲାଦେଶକୁ ଜଣେ ସାମ୍ବାଦିକ ଭାବରେ ଯାଇଥିଲା। ପାକ୍‌ସେନାଙ୍କ ଘୃଣ୍ୟ, ପାଶବିକ ଅତ୍ୟାଚାରର କାହାଣୀ ଶୁଣିଛି- ଯେଉଁ ସ୍ଥାନରେ ହଜାର ହଜାର ମଣିଷଙ୍କୁ ମାରି ପକେଇଦେଇଥିଲେ, ସେ ସ୍ଥାନ ମଧ୍ୟ ଦେଖିଛି। ସେଇ ଆତ୍ମୀୟମାନଙ୍କ କାନ୍ଦଣା ଏବେବି ମୋ ଆତ୍ମାକୁ ମନ୍ଥିତ କରେ। ଏବେ ଆମେ ଆଖିଆଗରେ ଦେଖୁଛେ ଇସ୍ରାଏଲ-ପାଲେଷ୍ଟାଇନ୍‌-ଗାଜାର ରକ୍ତପ୍ରଳୟ ପୟୋଧିରେ କ୍ଷୁଦ୍ର ବଟପତ୍ର ଭଳି ଭାସୁଛି ମଣିଷର ରକ୍ତ ଜୁଡୁବୁଡୁ ଶବ।
ଆଗକୁ ଘନେଇଆସୁଛି ମହାବିଭୀଷିକା, ଯାହା ଥରହର କରିଦେବ ଏ ଜଗତକୁ। ଆଗକୁ ଯେତେ ଯୁଦ୍ଧ ହେବାର ଅଛି ସେସବୁରେ ଶତ୍ରୁ ମରିବ କି ମିତ୍ର , ତା’ର ମୀମାଂସା ହେବ ପରେ। କିନ୍ତୁ ମଣିଷ ହିଁ ମରିବ। ଏ ତ ହେବ, ଏଥିସହିତ ସାରା ଜଗତରେ ଦେଖାଦେବ ଦାରୁଣ ଦୁଃଖ। ପ୍ରତ୍ୟେକ ଦେଶରେ ପୁଣି ଘନେଇ ଆସିବ ମହାପରାଧୀନତାର କରାଳ କାଳରାତ୍ରି।
ଯୁଦ୍ଧ ଶବ୍ଦ ଆଦିମକାଳରୁ ଆଜିପର୍ଯ୍ୟନ୍ତ ସବୁଯୁଗରେ ଜୀବଜଗତର ଅସ୍ଥିମଜ୍ଜାଗତ। ଯୁଦ୍ଧର ମୂଳକାରଣ- ସାମାଜିକ ମୂଲ୍ୟବୋଧ, ସମାଜ ଓ ମଣିଷର ମଙ୍ଗଳ ପାଇଁ ଏବଂ ବ୍ୟକ୍ତିଗତ ସ୍ବାର୍ଥ, ଧନ, ଦୌଲତ, କ୍ଷମତାବଳରେ ପରନାରୀ ଅପହରଣ, ପରଦେଶ ଅଧିକାର ପାଇଁ ଯୁଦ୍ଧ ଚାଲିଛି। ଜଘନ୍ୟ ଯୁଦ୍ଧରେ ଜଳୁଛି ପୃଥିବୀ। ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ପାଲଟିଛି ମଣିଷପଣର ମଶାଣିପଦା। ବର୍ତ୍ତମାନ ଯାହା ଜଣାପଡୁଛି- ଯୁଦ୍ଧ ଓ ଶାନ୍ତିର ସହାବସ୍ଥାନ ଅସମ୍ଭବ। ୨୦୨୩ ଶେଷବେଳକୁ ଦେଶେଦେଶେ ଯୁଦ୍ଧ ଲାଗିଯାଇପାରେ। ୨୦୨୪ରେ ପୃଥିବୀ ଧ୍ୱଂସଆଡ଼କୁ ଅଗ୍ରସର ହେଉଛି। ପ୍ରାକୃତିକ, ମନୁଷ୍ୟକୃତ ବିପର୍ଯ୍ୟୟ ଏକାକାର। ଡିଜିଜ୍‌ ‘ଏକ୍ସ’ ମହାମାରୀ ମାଡ଼ିଆସୁଛି। ମନୁଷ୍ୟକୃତ ଯୁଦ୍ଧରେ ମଣିଷ ମରୁଛି- ସେମାନଙ୍କର ଚିତ୍କାର ଶୁଣୁଛେ, ଦେଖୁଛେ। ନିର୍ଜୀବ ସମ୍ପତ୍ତି ନଷ୍ଟକୁ କିଏ ପଚାରେ!
ରୁଷ୍‌-ୟୁକ୍ରେନ୍‌, ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧରେ ବିଶ୍ୱ ଦୁଇଭାଗ ହୋଇଗଲାଣି। କୌଣସି ଦେଶ ଶାନ୍ତି କଥା କି ଯୁଦ୍ଧ ବନ୍ଦକର କହିବା ବାହୁଲ୍ୟମାତ୍ର। ଯେଉଁ ଦେଶଗୁଡ଼ିକ ଯୁଦ୍ଧାସ୍ତ୍ର ବିକିବାରେ ମାହିର, ସେମାନଙ୍କ ଚେତା ଉଡ଼ିଗଲାଣି। ବିଶେଷକରି ଆମେରିକା, ରୁଷ୍‌, ଇସ୍ରାଏଲ ଗୋଇନ୍ଦା ସଂସ୍ଥା ବିଫଳ ହୋଇଗଲା। ଏବେ ଆମେରିକା ଯେତେ କହିଲେ ବି ଇସ୍ରାଏଲ ଯୁଦ୍ଧକ୍ଷେତ୍ରରୁ ଫେରିବା ଅବସ୍ଥାରେ ନାହିଁ। ହମାସ୍‌ ଆରବଦେଶରୁ ସମର୍ଥନ ପାଇ ଯୁଦ୍ଧକ୍ଷେତ୍ରରୁ ହଟିବା ସମ୍ଭବନା ନାହିଁ। ଇସ୍ରାଏଲ ପାତାଳକୁ ପଶିବ। ପାତାଳରେ ଲୁଚି ରହିଥିବା ହମାସ୍‌କୁ ଧରିବ। ହୁଏତ ଏତେ ସ୍ବପ୍ନକୁ ରାତି ଅଣ୍ଟିବନି।
ଯୁଦ୍ଧରେ ପେଟ୍ରୋଲ୍‌ଜାତ ତୈଳ ସଂକଟ ଯୋଗୁ ବିଶ୍ୱ ଅର୍ଥନୀତି ସଂକଟାପନ୍ନ। ରୁଷ୍‌-ଆମେରିକା, ଇରାନ୍‌, ଆରବଦେଶ ସମୂହ ତୈଳ ବିକି ଧନୀ। ଏବେ ସେ ତୈଳ ନ ଆସିବାରୁ ଅଚିନ୍ତନୀୟ ସଂକଟ ସୃଷ୍ଟି ହେବାକୁ ଯାଉଛି। ଦେଶରେ ମହାଭାଳେଣିର ଭଉଁରି ସୃଷ୍ଟି ହୋଇଛି। ଆସନ୍ନ ନିର୍ବାଚନର ଅଙ୍କଗୁଡ଼ିକ ଗଡ଼ବଡ଼ କରିଦେଇପାରେ। ମହାଭାରତର ଚକ୍ରବୂ୍ୟହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମ ସମୟର ଚକ୍ରବୂ୍ୟହ ଅବର୍ଣ୍ଣନୀୟ, ଅଦୃଶ୍ୟମାନ। ସାରାବିଶ୍ୱର ତାରୁଣ୍ୟ ଏଇ ଚକ୍ରବୂ୍ୟହରେ ତୀରବିଦ୍ଧ, ଅସିବିଦ୍ଧ, ଅବସ୍ଥାରେ ଊର୍ଦ୍ଧଶ୍ୱାସ- ଅଥଚ ଏ ଅବସ୍ଥା ଦେଖିବାକୁ ଆଖିନାହିଁ କି ସାକ୍ଷୀନାହିଁ। ଏହା ତେବେ କିଭଳି ଚକ୍ରବୂ୍ୟହ? କାହିଁକି ଏ ଯୁଦ୍ଧ ଚାଲିଛି?
ଯେତେବେଳେ ବିଶ୍ୱରେ ଅଶାନ୍ତି ଅସନ୍ତୋଷ ସୃଷ୍ଟି ହୁଏ- ସେଇଥିରୁ ଆରମ୍ଭ ହୁଏ ଆତଙ୍କବାଦ। ପାଲେଷ୍ଟାଇନ୍‌-ଇସ୍ରାଏଲ୍‌ ଉଭୟେ ହିଂସ୍ର। ମାନବତା ବିରୋଧୀ। ଏ ଦୁହିଁଙ୍କୁ ତୀବ୍ର ନିନ୍ଦା କରୁଛି। ବର୍ତ୍ତମାନ ସ୍ଥିତିରେ କୌଣସି ଦେଶ କାହା ପକ୍ଷ ନେବା ଉଚିତ୍‌ ନୁହେଁ। ଯଦି ଏହା ହୁଏ, ତା’ହେଲେ ଯୁଦ୍ଧ ଦିନକ ମଧ୍ୟରେ ଶେଷ ହୋଇପାରେ। ହେ ବିଶ୍ୱବାସୀ! ଜାଣିରଖନ୍ତୁ, ଯୁଦ୍ଧ ଯୋଗୁ ଏ ଜଗତ ଦିନେ ହୋଇଯାଇପାରେ ‘ଗତ’।
ନିତ୍ୟନମସ୍ୟ ସାହିତ୍ୟକାର ଟଲ୍‌ଷ୍ଟୟଙ୍କ ‘ଯୁଦ୍ଧ ଓ ଶାନ୍ତି’ ପଢ଼ି ତନ୍ମୟ ହୋଇଥିଲି। ଆଜି ଆଖିଆଗରେ ଗଗନ ପବନରେ ପାଉଁଶ ଉଡୁଛି- ଝୁଲ ଝରୁଛି- ଫୁଲ ପଡୁଛି- ତମାମ୍‌ ଜଗତ ତଷ୍ଟ୍ରସନ୍ତ୍ରଷ୍ଟ୍ର ଜଘନ୍ୟ ଯୁଦ୍ଧଜ୍ୱାଳାରେ। ମନେହେଉଛି ଯୁଦ୍ଧ ଓ ଶାନ୍ତି ସହାବସ୍ଥାନ ଅସମ୍ଭବ। କୋଉ ଭଗବାନ୍‌ କେଉଁ ଦେଶରେ ଅଛନ୍ତି – ଏ ଜଘନ୍ୟ କାଣ୍ଡକୁ ଦେଖି ପ୍ରତିକାର କରିବେ? କୌଣସି ଦେଶର କୌଣସି ସ୍ଥାନ ବର୍ତ୍ତମାନ ସୁରକ୍ଷିତ ନୁହେଁ। ହଜାର ହଜାର ବର୍ଷ ଧରି ଜାତି-ଜାତି ମଧ୍ୟରେ ପ୍ରଚଳିତ ସାଂସ୍କୃତିକ ବୈଚିତ୍ର୍ୟସମ୍ପନ୍ନ ନାନା ଭେଦବୈଷମ୍ୟ ବଳବତ୍ତର ରହିଆସିଥିବା ସତ୍ତ୍ୱେ ବିଶ୍ୱ ସଭ୍ୟତାର ଗତି ଥିଲା ଅବାଧ, ଅବ୍ୟାହତ, ଏପରିକି ପ୍ରଚୁର ପ୍ରତିକୂଳତା ସତ୍ତ୍ୱେ ସ୍ବାଭାବିକ ମଧ୍ୟ। ଆଜି କିନ୍ତୁ ସେ ଜାତି ସଂସ୍କୃତି ରୀତିଗତ ବୈଚିତ୍ର୍ୟକୁ ‘ଶତ୍ରୁ’ ବୋଲି ଚିହ୍ନଟ କରି ପ୍ରଚଣ୍ଡ ହିଂସ୍ରତାର ବିଷ ବର୍ଷା ପ୍ରଚାର କରାଯାଉଛି।
ଫୁଲପତ୍ରର ଏଇ ପୃଥିବୀରେ ପ୍ରତିହିଂସା ନିଜ ବିଷବୃକ୍ଷର କଣ୍ଟା ବିଛାଇ କେତେଯେ ଅଘଟଣ ଘଟାଇଯାଇଛି, କେବଳ ଇତିହାସ ତା’ର ହିଁ ମୂକସାକ୍ଷୀ। ସବୁଠି କ୍ଷମତା ଓ ସମ୍ପତ୍ତି ଲୋଭରେ ରକ୍ତପାତ। ଏବେ ମଧ୍ୟପ୍ରାଚ୍ୟରେ ରକ୍ତଯୁଦ୍ଧ।
ଯୁଦ୍ଧର ଚରିତ୍ର ହେଉଛି ଆମତ୍ଘାତୀ ଚିରକାଳ। ଯେଉଁ ଦେଶ ଭାବେ ସେ ଯୁଦ୍ଧ ଜିଣିଛି, ଦିନେ ଅନୁଭବ କରେ ଯେ, ସେ ଜିଣିଥିବା ଯୁଦ୍ଧ ତା’ ଅନ୍ତରାତ୍ମାକୁ ଝୁଣି ଖାଉଛି। ତା’ର ଅସଂଖ୍ୟ ବୀର ସନ୍ତାନଙ୍କ ଚିର ବିଦାୟରେ ଆକାଶ ଅଥୟ ଆଉ ବତାଶ ବେଦନାହତ। ଏହା ହିଁ ହେଉଛି ଜୟ ପରାଜୟ ନିର୍ବିଶେଷରେ ଯେକୌଣସି ଯୁଦ୍ଧର ଅସଲ ଆମତ୍ଘାତୀ ଅବଧାରିତ ଚରିତ୍ରଲିପି। ସୁତରାଂ ଆମର ଏ ସଂସାର ଯେକୌଣସି ଯୁଦ୍ଧ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ସର୍ବାଦୌ ବାଞ୍ଛନୀୟ।
ଯାଜପୁର ରୋଡ, ଯାଜପୁର
ମୋ: ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri