ଯେମିତି ପ୍ରଜା ସେମିତି ରାଜା

ଯଚିଦାନନ୍ଦ ଦାଶ

 

ବହୁ ପୁରାତନ କାଳର ଲୋକ କଥାଟିଏ ରହିଆସିଛି – ”ଯେମିତି ରାଜାକୁ ସେମିତି ପ୍ରଜା“, ଯାହାକି ରାଜତନ୍ତ୍ର ଶାସନର ମୂଳଦୁଆ। ଆଗକାଳରେ ରାଜାମାନେ ଯାହା କରୁଥିଲେ ତାହାକୁ ପ୍ରଜାମାନେ ଅନୁସରଣ କରୁଥିଲେ। ରାଜା ଯାହା କହୁଥିଲେ, ସେଇଟା ବେଦର ଗାର ରୂପେ କାର୍ଯ୍ୟକାରୀ ହେଉଥିଲା। ଇତିହାସ କହେ, ହିଟ୍‌ଲର, ଷ୍ଟାଲିନ୍‌ ଓ ନେପୋଲିୟନ ଏକଚ୍ଛତ୍ରବାଦୀ ଶାସକର ପ୍ରମାଣ ଦେଇଯାଇଛନ୍ତି। ରାଜତନ୍ତ୍ରରେ କେତେଜଣ ଭଲ ରାଜା ଥିଲେ, ଯେଉଁମାନେକି ଦେଶକୁ ସୁଶାସନ ଦେଉଥିଲେ। ରାଜତନ୍ତ୍ରକୁ ନେଇ କିଛି ଉଦାହରଣ ଅବତାରଣା କରିବାକୁ ମନେକରେ।
ମୋଗଲ ସମ୍ରାଟ୍‌ ଆଉରଙ୍ଗଜେବଙ୍କ ଶାସନ କାଳରେ ହତ୍ୟା, ହିଂସା, ଲୁଣ୍ଠନ ଏବଂ ହିନ୍ଦୁ ଶିଖ୍‌ ପ୍ରତି ଅତ୍ୟାଚାର ଦୁଃଖଦାୟକ ଥିଲା। ଅନ୍ୟ ଦିଗକୁ ଦେଖିଲେ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଣେ ସୁଦକ୍ଷ ଓ ପ୍ରଜାବତ୍ସଳ ରାଜା ଥିଲେ। ସେ ପ୍ରଜାଙ୍କୁ ସୁଶାସନ ଦେବାରେ ସିଦ୍ଧହସ୍ତ ଥିଲେ। ଯେମିତି ରାଜା ସେମିତି ପ୍ରଜାଭକ୍ତିକୁ ବର୍ଣ୍ଣନା କରିବାକୁ ଯାଇ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟଙ୍କର ଏକ ଶ୍ଳୋକର ଉଦାହରଣ ଦେବାକୁ ମନେକରେ ଯଥା –
”ରାଜ୍ଞେଧର୍ମାଣି ଧର୍ମିଷ୍ଠା ପାପେ ପାପାଃ ସମେସମାଃ
ରାଜାନମନୁଃର୍ତନ୍ତେୟଥା ରାଜା ତଥା ପ୍ରଜାଃ ।“
ଅର୍ଥାତ୍‌ ରାଜା ପାପୀ ହେଲେ ପ୍ରଜାମାନେ ମଧ୍ୟ ପାପକର୍ମର ଆଶ୍ରୟ ନେଉଥିଲେ। ରାଜା ଧାର୍ମିକ ହେଲେ ପ୍ରଜାମାନେ ଧର୍ମଭାବନାର ବ୍ରତୀ ହେଉଥିଲେ। ଶାସନର ଢାଞ୍ଚା ଆଦେଶ ଓ ଅନୁଗ୍ରହରେ ଚାଲିଥିଲା। ରାଜା ଆଦେଶ ଦେଉଥିଲେ ଏବଂ ପ୍ରଜା ଅନୁଗ୍ରହର ବଶବର୍ତ୍ତୀ ହେଉଥିଲେ। ଆସନ୍ତୁ ବର୍ତ୍ତମାନର ଶାସନ ବ୍ୟବସ୍ଥାର ଅନୁଶୀଳନକୁ ଆସିବା। ଆଗକାଳର ଶାସନ ଢଙ୍ଗ ବଦଳି ଏବେକାର ଢାଞ୍ଚା ହୋଇଛି, ”ଯେମିତି ପ୍ରଜାକୁ ସେମିତି ରାଜା“, ଯାହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭାବରେ ପରିଚିତ। ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ପ୍ରଜା ରାଜା। ସମସ୍ତ ପ୍ରଜା ପାଖରେ ସମାନ ଅଧିକାର। ପ୍ରଜା ମଧ୍ୟରୁ ରାଜା ଚୟନ ହୁଏ । ରାଜାର ଭାବନା ନେଇ ପ୍ରଜା ନିଜର ଦାୟିତ୍ୱ ନିର୍ବାହ କରିଥାନ୍ତି, ଅର୍ଥାତ୍‌ ରାଜା ନିଜେ ଚୟନ କରି ଗାଦିରେ ବସେଇଥାନ୍ତି।
ଗଣତନ୍ତ୍ର ବା ପ୍ରଜାତନ୍ତ୍ରରେ ଭରି ରହିଛି ସେବା ଓ ବିକାଶର ଭାବ। ଏଥିରେ ପ୍ରଜାର ସେବାରେ ରାଜା ନିଜକୁ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ନିୟୋଜିତ କରିିଦିଏ। ଏ ପ୍ରକାର ଶାସନ ବ୍ୟବସ୍ଥାରେ ପ୍ରଜା ହେଉଛି ମୂଳଦୁଆ। ପ୍ରଜାମାନେ ଯେତେ ଭଲ ହେବେ, ସେପରି ତାଙ୍କରି ସେବା ପାଇଁ ଭଲ ରାଜା ଜଣେ ବାଛି ପାରିବେ। ପ୍ରଜା ଯଦି ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ ରହିବେ, ରାଜା ଦୁର୍ନୀତିଗ୍ରସ୍ତ ଓ ବିଶୃଙ୍ଖଳିତ ହେବେ। ପ୍ରଜା ବା ଲୋକମାନେ ସୁଚିନ୍ତିତ ମନରେ କଳନା କରିବା ଉଚିତ ଯେ, କେଉଁ ବ୍ୟକ୍ତି ପ୍ରଜାଙ୍କୁ ସୁଶାସନ ଦେଇପାରିବ ଏବଂ ବିକାଶର ପଥରେ ଆଗେଇ ନେଇପାରିବ। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଜା ବା ମୁଖିଆ ଯାହା ଚାହିଁବେ, ତାହା କାର୍ଯ୍ୟାନ୍ବୟନ କରିପାରିବେ ନାହିଁ। କୌଣସି ଖରାପ ବିକାଶର ବ୍ୟବସ୍ଥା ପ୍ରଚଳନ କଲେ, ତାକୁ ପ୍ରଜା ବା ବିରୋଧୀଦଳ ବିରୋଧ କରିପାରିବେ। କାରଣ ଭାରତ ଏକ ସଂସଦୀୟ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର। ଦେଶର ନାଗରିକମାନେ ଶାସନର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ; ଗଣତନ୍ତ୍ରର ସଫଳତା ଲୋକଙ୍କର ସଂପୃକ୍ତି ବିନା ସମ୍ଭବ ନୁହେଁ।
ଭାରତ ଏକ ନୂତନତ୍ୱର ଆଧାରଶିଳା ଭାବରେ କାମ କରୁଅଛି, ଯେଉଁଥିରେ ଦେଶର ପ୍ରତ୍ୟେକ ନାଗରିକ ନିଜକୁ ବିକାଶ କାର୍ଯ୍ୟ ଦିଗରେ ନିଷ୍ପତ୍ତି ନେବାରେ ନିୟୋଜିତ କରିପାରିବେ। ଫଳରେ ଦେଶରେ ସୁଶାସନ ପ୍ରତିଷ୍ଠା ହୋଇପାରିବ। ଲୋକତନ୍ତ୍ର ଏକ ଅଭିନବ ପରିକଳ୍ପନା। ଏହି ପରିକଳ୍ପନା ଦ୍ୱାରା ବହୁ ନାଗରିକ ବିକାଶର ଅଗ୍ରଗତିରେ ନିଜର ସୁଭାବନାକୁ ଉପସ୍ଥାପନା କରିପାରିବେ। ଫଳରେ ଏକ ଶାସିତ ଏବଂ ବିକାଶୋନ୍ମୁଖୀ ରାଷ୍ଟ୍ର ଭାବେ ଆମ ଦେଶ ଉଭା ହୋଇପାରିବ। ତେଣୁ ଆସନ୍ତୁ ଆମ ଗଣତନ୍ତ୍ରକୁ ଗୌଣ କରିଦବାନି। ବରଂ ପ୍ରତ୍ୟେକ ନାଗରିକ ବା ପ୍ରଜା ନିଜର ଜ୍ଞାନ ଓ ବୁଦ୍ଧିମତ୍ତାକୁ ଏପରି ପ୍ରୟୋଗ କରିବା ଉଚିତ, ଯେପରି ଆମେ ଏକ ସୁପ୍ରଶାସକ ବାଛିପାରିବା ଏବଂ ତତ୍‌ସଙ୍ଗେ ଦେଶର ହିତରେ ନିଜକୁ ନିୟୋଜିତ କରିପାରିବା। ନଚେତ୍‌ ଆମେ ରାଜତନ୍ତ୍ରର ପୂର୍ବ କୀର୍ତ୍ତିମାନ ଯଥା ”ଯେମିତି ରାଜାକୁ ସେମିତି ପ୍ରଜା“ ଅବସ୍ଥାକୁ ଅନ୍ୟଥା ଫେରିଆସିବା।
ମୋ : ୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri