Posted inRasifala

ରାଶିଫଳ: ବୁଧବାର, ମେ ୮ ତାରିଖ – Daily Horoscope

ମେଷ
ଆଜି ରବି ରଶ୍ମିରେ ଶୁକ୍ର ଓ ଚନ୍ଦ୍ର ଅସ୍ତଗତ କାରଣରୁ ବିରୋଧର ସମ୍ମୁଖୀନ ହେବେ। ଅବଶ୍ୟ ବୃହସ୍ପତିଙ୍କ ପ୍ରଭାବରୁ ଧନଲାଭ କରାଇବା ସହ କଳା, ସାହିତ୍ୟ, ସଙ୍ଗୀତ ପ୍ରଭୃତି ସକାଶେ ଆଗ୍ରହୀ ହେବେ। ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ପରିବାରରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି।
ବୃଷ
ବୃଷ
ଦେବଗୁରୁଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଚାପରେ ପଡ଼ି ବ୍ୟସ୍ତବିବ୍ରତ ହେବେ। ସାଂଗଠନିକ ଓ ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟଦକ୍ଷତା କାରଣରୁ ପ୍ରଶଂସିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନ୍ସନ ବୃଦ୍ଧି ପାଇପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ମିଥୁନ
ମିଥୁନ
ଧନାଧିପ କର୍ମସ୍ଥ ହେତୁ ଦିନଟିରେ ଆର୍ଥିକ ଓ ପାରିବାରିକ କ୍ଷେତ୍ର ବହୁତ ଭଲ ରହିବ। ମାତ୍ର ସମ୍ପର୍କୀୟ ମାନଙ୍କ ଭିତିରି ଶତ୍ରୁତାରୁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଅବଶ୍ୟ ବାଣିଜ୍ୟ,ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବ ନାହିଁ। ଅନ୍ୟମାନଙ୍କର କାନକୁହା କଥା ଶୁଣିବାରୁ ଦୂରେଇ ରହିବା ଭଲ ହେବ।
କର୍କଟ
କର୍କଟ
କର୍ମଭାବସ୍ଥ ଗ୍ରହ ପ୍ରଭାବରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ ଏବଂ ନିଜ ପରିସରସ୍ଥ ବନ୍ଧୁମାନେ ସାହାଯ୍ୟ କରିବେ। ପାରିବାରିକ ଜୀବନରେ ଅନୁକୂଳ ବାତାବରଣ ସୃଷ୍ଟି ହେବାର ସୂଚନା ରହିଛି। ସାଧାରଣ କଥାକୁ କେନ୍ଦ୍ରକରି ଅଶାନ୍ତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ଭାଗ୍ୟସ୍ଥାନରେ ଉଚ୍ଚସ୍ଥ ରବିଜନିତ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆପଣଙ୍କ ଯୁକ୍ତିଯୁକ୍ତ କଥାକୁ ବନ୍ଧୁମାନେ ପସନ୍ଦ କରିବା ସହ ଆପଣଙ୍କ କାର୍ଯ୍ୟରେ ସହମତି ପ୍ରକାଶ କରିବେ। ପରିବାରରେ ପିଲାମାନଙ୍କ ସମସ୍ୟା ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇପାରନ୍ତି। ଦୀର୍ଘ ଦିନରୁ ପ୍ରତୀକ୍ଷିତ ଖବରଟି ପାଇ ମନ ଖୁସି ହୋଇଯିବ।
କନ୍ୟା
ବୃହସ୍ପତି ଭାଗ୍ୟସ୍ଥାନରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। କେତେକ କ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ସହକର୍ମୀଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟିକ, ସାମାଜିକ, ପ୍ରଶାସନିକ ତଥା ରାଜନୈତିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ତୁଳା
ତୁଳା
ଶୁକ୍ରଙ୍କ ସୁପ୍ରଭାବରେ କାବ୍ୟ, ସାହିତ୍ୟ, ନାଟକ ରଚନା, କଳା, କାରିଗରି ପ୍ରତି ରୁଚି ବଳିବ। ବିଳାସବ୍ୟସନ ଦିଗକୁ ମନ ବଳାଇ ପାରନ୍ତି ଏବଂ ତତ୍‌ ସମ୍ପର୍କିତ ଜିନିଷ ପାଇବାରେ ଅସୁବିଧା ହେବନାହିଁ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।
ବିଛା
ବିଛା
ଧନାଧିପ କେନ୍ଦ୍ରସ୍ଥ ହେତୁ ଆର୍ଥିକ ଉନ୍ନତି ସହିତ ଯାତ୍ରା, ବ୍ୟବସାୟ ମଧ୍ୟ ସନ୍ତୋଷଜନକ ରହିବ। ସୁସ୍ଥ ନିରାମୟ ସ୍ବାସ୍ଥ୍ୟ ସଙ୍ଗକୁ ଯୁକ୍ତିଯୁକ୍ତ ବଳିଷ୍ଠ ମାନସିକତା କାର୍ଯ୍ୟହାସଲ ପାଇଁ ପ୍ରେରଣା ଯୋଗାଇବ। ସଂଗଠନ, ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିପାରିବେ। ସଫଳତାର କ୍ଷୀଣ ଆଶା ରହିଛି।
ଧନୁ
ଧନୁ
ଚତୁର୍ଥକେନ୍ଦ୍ରରେ ରାହୁ ଥିବାରୁ ଭୁଲ୍‌ ବୁଝାମଣାଜନିତ ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ ସହ ମତ ପାର୍ଥକ୍ୟ ଦେଖାଦେବ। ଟାଣଖରାରେ କାମକରିବା କିମ୍ବା ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପିଲାମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିବାର ସୂଚନା ରହିଛି।
ମକର
ମକର
ଧନାଧିପ ଶନି ସ୍ବଗୃହସ୍ଥ ଯୋଗୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶା ନିରର୍ଥକ ହେବନାହିଁ। ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସବୁକିଛି ଜାଣିଥିଲେ ମଧ୍ୟ ସାମାଜିକ ସ୍ତରରେ ନୀରବଦ୍ରଷ୍ଟା ଭଳି କାମ କରିବେ। ବୁଝାମଣା ଅଭାବରୁ ପାଖପଡ଼ୋଶୀଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ।
କୁମ୍ଭ
କୁମ୍ଭ
ଅଷ୍ଟମାଧିପତି ଯୁକ୍ତ ମଙ୍ଗଳ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ଶିଳ୍ପ, ବ୍ୟବସାୟ, ବିବାଦ, ତର୍କ, ଆଲୋଚନା, କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି। କାମ ହାସଲ କରିବା ସକାଶେ ଆଗନ୍ତୁକଟି ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିବ।
ମୀନମୀନ

କୌଣସି ଭଦ୍ରବ୍ୟକ୍ତିଙ୍କ ସହ ଆଲୋଚନା ପରେ ମନଃସ୍ଥିତିକୁ ଦୃଢ଼ କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?