Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ
ଆପଣ କୌଣସି ନୂଆ କାମ ଆରମ୍ଭ କରିବା ସକାଶେ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପରୁ ଭଲ ଫଳ ମିଳିବ। ଆନୁଷ୍ଠାନିକ କାମରେ ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଦ୍ୱିଜା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତି ଦେଖାଦେଇପାରେ।
ବୃଷ
ବୃଷ
ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ପାରିବାରିକ ସ୍ଥିତିରେ ଉନ୍ନତିର ଆଶା କ୍ଷୀଣ ହୋଇପାରେ। ସ୍ଥଗିତ କାମକୁ ଅନ୍ୟ ମାଧ୍ୟମରେ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ମୃଗଶିରା ନକ୍ଷତ୍ର ପାଇଁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମିଥୁନ
ମିଥୁନ
ବନ୍ଧୁଙ୍କ ପରାମର୍ଶ ଯଦି ଗ୍ରହଣ କରିବେ ତେବେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ପାରନ୍ତି। ବସ୍ତ୍ର ଓ ଅଳଙ୍କାର, ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ। ଅଫିସ୍‌ରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହେବା ସମ୍ଭାବନା ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ଭଲ ରହିବ ଏବଂ ବହୁଦିନରୁ ଭାଙ୍ଗିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କରିବେ। ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ ଏବଂ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ମିତ୍ରତା ବନ୍ଧନରେ ଆବଦ୍ଧହୋଇ କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି।
ସି˚ହ
ସି˚ହ
ନିଜ ଚେଷ୍ଟା ଓ ସାମର୍ଥ୍ୟରୁ ଆର୍ଥିକ ଉନ୍ନତି ଓ କାର୍ଯ୍ୟ ହାସଲରୁ ଖୁସି ରହିବେ। ଅନ୍ୟଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ, ମାତ୍ର ପରିବହନ ସେତେଟା ସନ୍ତୋଷଜନକ ହେବନାହିଁ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ପିଲାମାନଙ୍କ ସକାଶେ ଚିନ୍ତାପ୍ରକଟ କରିପାରନ୍ତି।
କନ୍ୟା
ମନ ଖୁସି ହେଲା ଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। ବାଣିଜ୍ୟ,ବ୍ୟବସାୟ ଓ ସାମ୍ବାଦିକତା ତଥା ଏଜେନ୍ସିପ୍‌ରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ମଧ୍ୟ ସମର୍ଥନ ପାଇବେ ନାହିଁ। ହସ୍ତା ନକ୍ଷତ୍ର ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ କିଛି ନୂତନତ୍ୱ ସୃଷ୍ଟି ସକାଶେ ଚିନ୍ତାକରି ପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି। ଆଧ୍ୟାମତ୍ିକତା ତଥା ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ। ସ୍ବାତୀ ନକ୍ଷତ୍ରର ଅନ୍ୟମାନଙ୍କ ବାରମ୍ବାର ତାଗିଦ ଫଳରେ ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ।
ବିଛା
ବିଛା
ପରିବାରର ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କିଛି କମ୍‌ ହେବନି। ଅଧିକାଂଶ ସମୟ ଘର ନିକଟରୁ ଦୂରରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। କାମରେ ଅବହେଳା କରିବା କାରଣରୁ ବନ୍ଧୁଙ୍କ ଉପରେ ବିରକ୍ତିଭାବ ସୃଷ୍ଟି ହେବ। ଅନୁରାଧା ନକ୍ଷତ୍ର ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ସମସ୍ୟାରେ ପଡ଼ିପାରନ୍ତି।
ଧନୁ
ଧନୁ
ଶୁଭେଚ୍ଛୁଙ୍କ ଅନୁକମ୍ପା ସବୁ ପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିତି ସୃଷ୍ଟି କରିବାରେ ସହାୟକ ହେବ। ଭୁଲ୍‌ ବୁଝାମଣାରୁ ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ମୂଳା ନକ୍ଷତ୍ରର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ।
ମକର
ମକର
ବନ୍ଧୁଙ୍କ ଅନୁରୋଧରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଯାତ୍ରା କରିବାକୁ ପଡ଼ିପାରେ । ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶ୍ରବଣା ନକ୍ଷତ୍ରର ପରିବାରରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ।
କୁମ୍ଭ
କୁମ୍ଭ
ଦିନ ଭିତରେ କିଛି ଭଲ ଓ କିଛି ମନ୍ଦ ମଧ୍ୟରେ ସମୟ ଅତିବାହିତ କରିବେ। ବାଣିଜ୍ୟ, ବ୍ୟବସାୟରେ ଶିଥିଳତା ଦେଖାଦେବ ଏବଂ ରପ୍ତାନି ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। ଶତଭିଷା ନକ୍ଷତ୍ରର ସମସ୍ୟା ହେତୁ ନିର୍ମାଣ କାମ ଧିମେଇଯିବ।
ମୀନମୀନ
ଆଜି ଯାହା କରିବେ ତାହା ସବୁ ଆପଣଙ୍କ ବିପକ୍ଷରେ ଯାଇପାରେ। ମାଲିମକଦ୍ଦମାରୁ ଚିନ୍ତାକୁଳ ହୋଇପାରନ୍ତି ,ମାତ୍ର ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରେବତୀ ନକ୍ଷତ୍ର ପରିବାରରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?