Posted inRasifala

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ
ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ। ପାରିବାରିକ, ପରିବହନ ତଥା ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ। ଯାନବାହନ ଚଳାଇବା ସମୟରେ ଅନ୍ୟମନସ୍କତା ଅସୁବିଧାର କାରଣ ହୋଇପାରେ।
ବୃଷ
ବୃଷ
ଆର୍ଥିକ ଅଭାବ ଓ ଅନଟନକୁ ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ପାରିବାରିକ ସମସ୍ୟା ଲାଗି ରହିବାରୁ କର୍ମକ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ବନ୍ଧୁମିଳନ, କଳା, ସାହିତ୍ୟସଭାରେ ସମ୍ମାନିତ ହେବେ। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଆପଣଙ୍କ ସହନଶୀଳତା ଓ ଉଦାରତା ଗୁଣରୁ ପ୍ରଶଂସିତ ହେବେ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ ବିନା କାରଣରେ କ୍ରୋଧ ପ୍ରକାଶ କରିପାରନ୍ତି। ସହକର୍ମୀଙ୍କ ବାକି ରହିଥିବା ଟଙ୍କା, ପଇସାକୁ କେନ୍ଦ୍ରକରି ଅନର୍ଥ ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ବିଗତ ଦିନରୁ ରହିଯାଇଥିବା କାମ ଆଜି ସହଜରେ ସମ୍ପନ୍ନ ହୋଇଯିବ। ପାରିବାରିକ ସ୍ଥିତି,ପ୍ରଶାସନିକ ଆଲୋଚନା, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି, ଏଣୁ ସତର୍କତାର ସହ କାମ କରିବା ଭଲ।
ସି˚ହ
ସି˚ହ
ଆଥର୍ତ୍କ ସ୍ବଚ୍ଛଳତା ରହିଥିଲେ ମଧ୍ୟ କାମ ସହଜରେ ହୋଇପାରିବ ନାହିଁ। ରାଜନୀତି ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ ା ବାଣିଜ୍ୟ, ପରିବହନ, ଜମିଜମା, କଳକାରଖାନା, ସଭାସମିତିରେ ସଫଳତା ଅର୍ଜନ କରିବେ। ବନ୍ଧୁଙ୍କ ପ୍ରେରଣାରେ ସତ୍‍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ କାମ ବିଳମ୍ବ ହେବାରୁ ବିରକ୍ତି ପ୍ରକାଶ କରିବେ। ବନ୍ଧୁମାନେ ସହଯୋଗର ପ୍ରତିଶ୍ରୁତି ଦେବେ, କିନ୍ତୁ ତାହା କାମକୁ ଆସିବନାହିଁ। ଅର୍ଥ ଲାଭରୁ କିମ୍ବା କଳ୍ପନାର ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ହେବେ। ସଭାସମିତି, କଳା, ସାହିତ୍ୟ, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଶଂସିତ ହେବେ।
ତୁଳା
ତୁଳା
ଆଜି ନିଜ ଲୋକଙ୍କ ଉପରେ ଭରସା କରିପାରିବେ ନାହିଁ। କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ଲୋଡ଼ିବାକୁ ବାଧ୍ୟହେବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବାରୁ କୌଣସି କାମ ଶୃଙ୍ଖଳିତ ହେବନାହିଁ ।
ବିଛା
ବିଛା
ସହକର୍ମୀଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଆଲୋଚନା ପରିସରରେ ଶତ୍ରୁତା କରୁଥିବା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି। ଆବଶ୍ୟକତା ପୂରଣକରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବନ୍ଧୁମିଳନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବା ସମ୍ଭାବନା ରହିଛି।
ଧନୁ
ଧନୁ
କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଅଧିକାଂଶ ସମୟ ଭଲ ଲାଗିବ ନାହିଁ। ପାରିବାରିିକ ଜଞ୍ଜାଳ, ଦୁଶ୍ଚିନ୍ତା ବୃଦ୍ଧି ସାଙ୍ଗକୁ କାର୍ଯ୍ୟହାନି ମନସ୍ତାପର କାରଣ ହେବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି। ନିର୍ମାଣ, ଚୁକ୍ତିପତ୍ର, ମାଲିମକଦ୍ଦମା ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର
କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣାରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବ। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବା ଆଶଙ୍କା ରହିଛି । ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇ ମନରେ ଅସ୍ଥିରତା ସୃଷ୍ଟି କରିପାରନ୍ତି।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରିବାକୁ ପଡ଼ିପାରେ। ବିବାଦୀୟ ପରିସ୍ଥିତି ମଧ୍ୟରେ ପରିବାର ଭିତରେ ପ୍ରିୟ କଥା କହି ସମସ୍ୟା ସୁଧାରିନେବେ। ଦୀର୍ଘପଥ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧହୋଇ ସ୍ତ୍ରୀଙ୍କୁ ଅଯଥା ଦୋଷାରୋପ କରିପାରନ୍ତି।
ମୀନମୀନ
ପରିବାରରେ ସମସ୍ୟା ସମାଧାନ ନ ହେବା କାରଣରୁ ଟେନ୍‍ସନ ବଢ଼ିଯାଇପାରେ। କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟିହେବା ଆଶଙ୍କା ରହିଛି। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହେବା ସୂଚନା ରହିଛି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?