Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ
ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବନ୍ଧୁଙ୍କ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡିପାରେ। ଆର୍ଥିକ ସଙ୍କଟକୁ ଦୂରେଇବାରେ ପଡ଼ୋଶୀ ସହଯୋଗର ହାତ ବଢ଼ାଇପାରନ୍ତି।
ବୃଷ
ବୃଷ
ତୃତୀୟାଧିପ ରାଶିରେ ଥିବାରୁ ପୂର୍ବ ସଂକଳ୍ପିତ କାମ ବନ୍ଧୁଙ୍କ ମାଧ୍ୟମରେ ସମ୍ପନ୍ନ କରିବେ। ଅଟକି ରହିଥିବା ଫାଇଲ୍‌ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। କୌଣସି ନିଷ୍ପତ୍ତିର ଶେଷ ସମୟରେ ଅର୍ଥକୁ ନେଇ ଟଣାଓଟରା ଲାଗିପାରେ।
ମିଥୁନ
ମିଥୁନ
ବୁଧ ସହ ଶୁକ୍ରଙ୍କ ସଂଯୋଗ ନୂତନ ବନ୍ଧୁତା, ନିକଟ ସମ୍ପର୍କୀୟଙ୍କ ସହିତ ମିତ୍ରତା ସ୍ଥାପନ ଦିଗରେ ସହାୟକ ହେବ। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ପାରିବାରିକ ଅସ୍ଥିରତା କାରଣରୁ ଅନ୍ୟମନସ୍କ ରହିପାରନ୍ତି। ସଭାସମିତିକୁ ନିମନ୍ତ୍ରିତ ହୋଇ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଲାଭ କରିବେ।
କର୍କଟ
କର୍କଟ
ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ଅଭିଳାଷ ପୂରଣ ଦିଗରେ ଚେଷ୍ଟା କଲେ ଉପକୃତ ହେବେ। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି। ଭୁଲ୍‌ ବୁଝାମଣା ହେତୁ ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ବୃଦ୍ଧି ପାଇବ। ପ୍ଲଟିଂ କାରବାର ଓ ନୂତନ ଯାନବାହନ କ୍ରୟ କରିବା କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ନୀଚସ୍ଥ ମଙ୍ଗଳ ଏବଂ ରାଶିରେ କେତୁ ଯୋଗୁ ଭ୍ରାତୃ ବିବାଦ, ଜମିଜମା ସମସ୍ୟା, ଯାନ୍ତ୍ରିକ ଜିନିଷରେ କ୍ଷତିର ଆଶଙ୍କା ରହିଛି। କୌଣସି ବ୍ୟକ୍ତି ରାଗ ଶୁଝାଇବାକୁ ଯାଇ ଠିକଣା ସମୟରେ ପ୍ରତିଶୋଧ ନେବେ। କର୍ମକ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମନା କରିବା ଭଲ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
କନ୍ୟା
ଅଷ୍ଟମାଧିପତି ଯୁକ୍ତ ଗୁରୁଙ୍କ ପ୍ରଭାବରେ ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଦୁର୍ଭାବନା ବଢ଼ିଚାଲିବ। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ନିଜ ଲୋକଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। ଫାଇଦା ହାସଲ ପାଇଁ ବନ୍ଧୁମାନେ ଫନ୍ଦିଫିକର ଯୋଜନା କରିପାରନ୍ତି। ଆବଶ୍ୟକତା ପୂରଣ କରିବାକୁ ଯାଇ ଧାରକରଜ କରିବାକୁ ପଡିପାରେ।
ତୁଳା
ତୁଳା
ରାଶିରେ ଶୁକ୍ର ଓ ବୁଧ ଯୋଗୁ ଜମିଜମା କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମରେ ଅସୁବିଧା ରହିବ ନାହିଁ। କେତେକ କ୍ଷେତ୍ରରେ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ପ୍ରକାଶନ କ୍ଷେତ୍ର, ରାଜନୈତିକ ସ୍ଥିତି, ବନ୍ଧୁ ଆଲୋଚନା ନିଷ୍ଫଳ ହେବନାହିଁ। ଅର୍ଥଲାଭର ମାର୍ଗ ଉନ୍ମୁକ୍ତ ରହିଲେ ମଧ୍ୟ ବିବାଦୀୟ ସ୍ଥିତି ଉତ୍ପର୍ଣ୍ଣ ହେବ।
ବିଛା
ବିଛା
ମଙ୍ଗଳଙ୍କ ଦୁର୍ବଳତା ହେତୁ ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଦୃଢ଼ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ। ଆତ୍ମୀୟମାନେ ଦୂରେଇ ଯାଇପାରନ୍ତି, ଯାହାକି ଆକସ୍ମିକ ସମସ୍ୟା ସୃଷ୍ଟି କରିବ। ସଭାସମିତି, ଜମିଜମା କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
ଧନୁ
ଧନୁ
ଗୁରୁମଙ୍ଗଳ ଯୋଗଜନିତ ବିଭିନ୍ନ ଯୋଜନାର ପରିକଳ୍ପନା କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ । ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ, ତଥାପି ଶେଷ ସମୟରେ ତାହା ସ୍ଥଗିତ ରହିଯାଇପାରେ। ଯୁକ୍ତିତର୍କ ଜନିତ ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତାନ୍ତରର ସୂଚନା ରହିଛି।
ମକର
ମକର
କର୍ମସ୍ଥାନରେ ଶୁଭଗ୍ରହ କର୍ମର ପୁଷ୍ଟି ସାଧନ କରିବା ସହ ପାରିବାରିକ ଜୀବନକୁ ପ୍ରୀତିପ୍ରଦ ରଖିବେ। ଖଳ ଲୋକଙ୍କ ଦ୍ୱାରା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ବିଗତ ଦିନର ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରି ମନସ୍ତାପ କରିପାରନ୍ତି। ସଭାସମିତିରେ ବହୁଜନ ପ୍ରଶଂସିତ ହେବା ସହ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହ ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଳାପରେ ସମୟ କଟାଇବେ। ଶୁକ୍ରଙ୍କ ଯୋଗୁ ପରିବାର ସଦସ୍ୟଙ୍କ ରୋଗପୀଡ଼ା, ପରୋକ୍ଷ ଶତ୍ରୁତାଜନିତ ଅଶାନ୍ତି ଅନୁଭବ କରିପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ସମ୍ପର୍କୀୟଙ୍କ ଦ୍ୱାରା ସୁଧୁରିଯିବ। ସାଙ୍ଗସାଥୀଙ୍କ ପରାମର୍ଶରେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
ମୀନମୀନ
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଉନ୍ନତ ଚିନ୍ତା ଓ କାମ ଦ୍ୱରା ବିଶିଷ୍ଟବ୍ୟକ୍ତିଙ୍କ ସୁନଜରରେ ଆସିବେ। କ୍ରନିକ୍‌ ରୋଗରେ କଷ୍ଟ ପାଇପାରନ୍ତି। ଉଦ୍ୟମ ସଫଳ ଦିଗରେ ଦୁଇଜଣ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବାର ସୂଚନା ରହିଛି। କଚେରି ମାମଲା, ରାଜନୈତିକ ବିତର୍କ, ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?