Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୫ ତାରିଖ – Daily Horoscope

ମେଷ
ଆଜିର ଏକାଦଶରେ ତିନୋଟି ଗ୍ରହ ଥିବାରୁ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି ସାଙ୍ଗକୁ ବିବାଦର ସମାଧାନ ହେବ। ନୀଚ ରାଶିରେ ମଙ୍ଗଳଜନିତ ଅସୁସ୍ଥତାର ସୂଚନା ରହିଛି। ଘର ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ, ସହଯୋଗ ବିଶେଷଭାବେ ଅନୁଭୂତ ହେବ। ନିରପେକ୍ଷ ନ୍ୟାୟ ପ୍ରଦାନ କରି ବନ୍ଧୁଗହଣରେ ବହୁ ଚର୍ଚ୍ଚିତ ହୋଇପାରନ୍ତି।
ବୃଷ
ବୃଷ
ତୃତୀୟାଧିପ ଭାଗ୍ୟସ୍ଥ ହେତୁ ସ୍ବଜନ, ସମ୍ପର୍କୀୟ ଏବଂ ଭାଇବନ୍ଧୁଙ୍କ ସୁସମ୍ପର୍କ ପୁନଃ ସ୍ଥାପିତ ହେବ। କର୍ମକ୍ଷେତ୍ରରେ ଫାଇଲ୍‌ କାମକୁ ନେଇ ସହକର୍ମୀଙ୍କ ସହ ବାକ୍‌ଯୁଦ୍ଧ ଲାଗିପାରେ। ବ୍ୟୟବୃଦ୍ଧି କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ବୃଥା ଭ୍ରମଣ ଓ ଅଯଥା ଗୁଡ଼ାଏ ମୂଲ୍ୟହୀନ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମିଥୁନ
ମିଥୁନ
ରାଶ୍ୟାଧିପତିଙ୍କ ସ୍ବଗୃହକୁ ଦୃଷ୍ଟି ଯୋଗୁ ଆରୋଗ୍ୟ ଲାଭ, ବନ୍ଧୁଙ୍କ ସ୍ନେହ ଲାଭକରି ଖୁସି ହେବେ। ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ଲାଭ କରି ଋଣ ପରିଶୋଧରେ ସଫଳ ହେବେ। ବାଣିଜ୍ୟ, କୁଟୀର ଶିଳ୍ପ, କଳା, ସାହିତ୍ୟରେ ସମସ୍ୟା ସମାଧାନ ପୂର୍ବକ ଆଶା ପୂରଣ ହୋଇପାରେ।
କର୍କଟ
କର୍କଟ
ଲାଭ ଭାବରେ ବୃହସ୍ପତି ଉଚ୍ଚାସନ, ନୂତନ କର୍ମନିଯୁକ୍ତି, ଶୁଭଖବର ଏବଂ ଆତ୍ମୀୟଙ୍କ ଆଦର ଗୌରବ ପ୍ରାପ୍ତ କରାଇବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ମନସ୍ଥ କରିପାରନ୍ତି। ସହକର୍ମୀଙ୍କ ସହାନୁଭୂତି ସାଙ୍ଗକୁ ଅଧସ୍ତନଙ୍କ ଆନୁଗତ୍ୟ ଯୋଗୁ ଖୁସି ରହିବେ।
ସି˚ହ
ସି˚ହ
କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା ମୁସ୍କିଲ୍‌ ହେବ। ପୂର୍ବରୁ ସମସ୍ୟା ରହିଥିଲେ ମଧ୍ୟ ପରିବାରର ସହମତିରେ କାମ କଲେ ଉପକୃତ ହେବେ। ଲୋକ ସମ୍ପର୍କ ବଢ଼ିବ, କିନ୍ତୁ ପ୍ରଶାସନିକ ସ୍ତରରେ ସମସ୍ୟା ସୁଧୁରିବା କଷ୍ଟ। ପ୍ରତିଯୋଗିତା, ମାଲିମକଦ୍ଦମା, ଜମି କିଣାବିକାରେ ସଫଳତା ମିଳିବ।
କନ୍ୟା
ଚତୁର୍ଥ କେନ୍ଦ୍ରରେ ରବି ଓ ବୁଧ ଥିବାରୁ ପୁରାତନ ଗୃହ କିମ୍ବା ଜମି କିଣାବିକା କରିପାରନ୍ତି। ଶତ୍ରୁତା, ରୋଗପୀଡ଼ା କିମ୍ବା ଧାର କରଜଜନିତ ମାନସିକ ଅସ୍ଥିରତା ଦେଖାଦେବ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି, ତାହା ବହୁତ ବିଳମ୍ବରେ ପାଇବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୀତି କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ତୁଳା
ତୁଳା
ଆର୍ଥିକ ଦୁରବସ୍ଥା ସାଙ୍ଗକୁ କର୍ମଜଞ୍ଜାଳ ଯୋଗୁ ବ୍ୟସ୍ତତା ବଢ଼ିଯିବ। ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁମାନେ ଭୁଲ୍‌ ବୁଝିପାରନ୍ତି। ବ୍ୟବସାୟ ଓ ପରିବହନରେ ସଂକଟ ଦୂରେଇଯିବ, କିନ୍ତୁ ଆଶାଜନକ ଲାଭ ନ ହୋଇପାରେ। ଦୀର୍ଘ ଦିନରୁ ସମ୍ପର୍କରେ ଭଟ୍ଟା ପଡ଼ିଯାଇଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାର ଆଶା ରହିଛି।
ବିଛା
ବିଛା
ଆଜି ମୁଖ ଭାବରେ ବୁଧାଦିତ୍ୟ ଆପଣଙ୍କୁ ଅପ୍ରିୟସତ୍ୟ ଭାଷଣ ଦ୍ୱାରା ସମ୍ପର୍କହାନି କରାଇପାରନ୍ତି। ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁମାନେ ଆବଶ୍ୟକ ସାହାଯ୍ୟ, ସହଯୋଗ କରିବେ। କୃଷି, ବ୍ୟବସାୟ, ପରିବହନ, ପ୍ରଶାସନ, ସାମ୍ବାଦିକତାରେ ଚେଷ୍ଟା ସଫଳ ହେବେ। ଶତ୍ରୁମାନଙ୍କ ଦ୍ୱାରା ସୁଯୋଗ ହରାଇବାର ଆଶଙ୍କା ରହିଛି।
ଧନୁ
ଧନୁ
ଆଜି ଚନ୍ଦ୍ରଙ୍କ ସହ ଶୁକ୍ର ଓ ଶନିଙ୍କ ସ୍ଥିତି ବିଭିନ୍ନ ସମସ୍ୟାକୁ ଆବାହନ କରିପାରନ୍ତି। ବିଚାରଧାରାର ପରିବର୍ତ୍ତନ ନ କଲେ ପ୍ରତ୍ୟେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଅବଶ୍ୟ ମୂଳା ନକ୍ଷତ୍ର ପାଇଁ ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧୁରି ଯାଇପାରେ। ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଚର୍ଚ୍ଚା ପାଇଁ ଦିନଟି ବହୁତ ଭଲ।
ମକର
ମକର
ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବା ସହ ଯାହା ଆଶା କରୁଛନ୍ତି ଅବଶ୍ୟ ପାଇବେ। ଯିଏ ଯେତେ ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି ହେବନାହିଁ। ଆଜି କାମରେ ତାଳମେଳ ଅଭାବରୁ ସମାଲୋଚିତ ହେବେ। ବ୍ୟବସାୟ ବାଧାପ୍ରାପ୍ତ ହେବ। ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ର ଉନ୍ନତ ରହିବ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନିଙ୍କ ସୁପ୍ରଭାବରେ ସ୍ବାସ୍ଥ୍ୟ ଭଲ ରହିବ ଏବଂ ଚିନ୍ତା କରୁଥିବା କାର୍ଯ୍ୟରେ ବିଘ୍ନ ଦୂରେଇଯିବ। ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସଜାଡ଼ି ନେବେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହୋଇପାରିବେ। କଚେରି ମାମଲା, ନୂତନ ପ୍ରକଳ୍ପାରମ୍ଭ, ଜମିଜମା ସମସ୍ୟା ସମାଧାନ ହେବାର ସୂଚନା ରହିଛି।
ମୀନମୀନ

ନୀଚସ୍ଥ ଧନାଧିପ କୋଣଭାବସ୍ଥ ଯୋଗୁ ସନ୍ତାନଙ୍କ ପାଇଁ ଅର୍ଥ ସଂଟର ସମ୍ମୁଖୀନ ହୋଇପାରନ୍ତି। କୌଣସି କାମ ଅଟକିବ ନାହିଁ କିମ୍ବା ବ୍ୟବସାୟ ପରିବହନରେ କ୍ଷତି ମଧ୍ୟ ନ ହୋଇପାରେ। ପାରିବାରିକ, କର୍ମକ୍ଷେତ୍ର, ସାମାଜିକ ସ୍ତର ପ୍ରାୟ ପ୍ରତ୍ୟେକ ଦିଗ ଭଲ ରହିବ। ଆତ୍ମୀୟଙ୍କ ମିଥ୍ୟା ଗୁଜବ ସାମୟିକ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?