ଛାଡ଼ପତ୍ର ହୋଇନାହିଁ, ତଥାପି ପତ୍ନୀ-ପିଲାଙ୍କ ସହ ଏକାଠି ଗୋଟିଏ ଘରେ ରୁହନ୍ତି ନାହିଁ ଗୋବିନ୍ଦା; କାରଣ ଜାଣିଲେ…

ମୁମ୍ବାଇ: ଫିଲ୍ମରୁ ଦୂରେଇ ଯାଇଥିବା ଗୋବିନ୍ଦା ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ପତ୍ନୀ ସୁନୀତା ଆହୁଜା ଉଭୟଙ୍କ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ନାହିଁ। ଏହାସତ୍ତ୍ୱେ ସେମାନେ ଗୋଟିଏ ଘରେ ନୁହେଁ ଦୁଇ ଅଲଗା ଅଲଗା ଘରେ ରହୁଥିବା ସୁନୀତା କହିଛନ୍ତି।

ଏକ ସାକ୍ଷାତକାରରେ ସୁନୀତା କହିଛନ୍ତି, ଗୋବିନ୍ଦାଙ୍କୁ ମିଟିଂ କରିବା ବେଳେ ବିଳମ୍ବ ହୋଇଯାଇଥାଏ। ସେ ଅଧିକ କଥାବାର୍ତ୍ତା ହେବାକୁ ପସନ୍ଦ କରନ୍ତି। ଏଣୁ ୧୦ଜଣଙ୍କୁ ଡାକି କଥା ହେଉଥାନ୍ତି। ମୋତେ କିନ୍ତୁ ଏତେ ସମୟ କଥା ହେବା ପସନ୍ଦ ନୁହେଁ। ମୁଁ ପୁଅ ଏବଂ ଝିଅଙ୍କ ସହ ରୁହେ। ଆମେ ଅଧିକ କଥା ହେଉ ନାହିଁ। ଏଣୁ ମୁଁ ପିଲାଙ୍କ ସହ ଆପାର୍ଟମେଣ୍ଟରେ ରହୁଥିବା ବେଳେ ସେହି ଘର ସମ୍ମୁଖରେ ତାଙ୍କର ବଙ୍ଗଳା ରହିଛି, ଯେଉଁଠାରେ ଗୋବିନ୍ଦା ରୁହନ୍ତି ବୋଲି ସୁନୀତା କହିଛନ୍ତି।

ସୁନୀତା ଆହୁରୀ ମଧ୍ୟ କହିଛନ୍ତି ଯେ, ମୋତେ ବୁଲିବାକୁ ବହୁତ ପସନ୍ଦ। ହେଲେ ଗୋବିନ୍ଦାଙ୍କ ନିକଟରେ ଏସବୁ ଜିନିଷ ଲାଗି ସମୟ ନ ଥାଏ। ସେ ଛୁଟିରେ ଯାଆନ୍ତି ନାହିଁ। ସେ ନିଜର ଅଧିକାଂଶ ସମୟ କାମକୁ ଦେଇଥାନ୍ତି। ହେଲେ ଏବେ ୬୦ ବର୍ଷ ଡେଇଁ ଯାଇଥିବା ଯୋଗୁ ତାଙ୍କର କାହା ସହ ଆଫାୟାର୍ସ ହୋଇ ନ ଯାଉ ବୋଲି ଡର ରହିଥିବା ପତ୍ନୀ ମଜାଳିଆ ଢ଼ଙ୍ଗରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସଚାର୍ଜ ହେବା ପରେ ଠିକଣା ବଦଳାଇବେ ସୈଫ୍‌, ଏବେ ରହିବେ ଏଇଠି…

ମୁମ୍ବାଇ,୨୧।୧: ଆକ୍ରମଣ ପରେ ସୈଫ୍‌ ଅଲ୍ଲୀ ଖାନ ଏବେ ସୁସ୍ଥ ହେଉଛନ୍ତି। ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଖବର ଅଛି ଯେ ସୈଫ୍‌ଙ୍କୁ ଡିସଚାର୍ଜ...

ଅଭିନେତା ସୈଫଙ୍କୁ ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ମିଳିଲା କେତେ ଟଙ୍କା? ଭେଟିଛନ୍ତି କି କରିନା, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇ,୨୧।୧: ଜାନୁଆରୀ ୧୫ ରାତିରେ, ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ସେହି...

ବଲିଉଡ୍‌ରେ ଅଭିନେତ୍ରୀଙ୍କୁ ମିଳେ ଅପ୍ରାସଙ୍ଗିକ ଚରିତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାୱତ ସୋମବାର ଏକ ସାକ୍ଷାତ୍‌କାରରେ କହିଛନ୍ତି, ୨୦୧୮ରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ’ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ...

ଧରାପଡ଼ିନାହାନ୍ତି ସୈଫ୍‌ଙ୍କ ପ୍ରକୃତ ଆକ୍ରମଣକାରୀ: ଅନ୍ଧାରରେ ମୁମ୍ବାଇ ପୋଲିସର ୩୫ ଟିମ୍‌

ବଲିଉଡ୍‌ ଷ୍ଟାର ସୈଫ୍‌ ଅଲୀ ଖାନ୍‌ଙ୍କ ବାନ୍ଦ୍ରା ଓ୍ବେଷ୍ଟ୍‌ସ୍ଥିତ ‘ସତ୍‌ଗୁରୁ ଶରଣ’ ବିଲ୍ଡିଂରେ ବୁଧବାର ରାତି ୨ଟା ୩୦ରେ ଜଣେ ବ୍ୟକ୍ତି ଅନୁପ୍ରବେଶକରି ତାଙ୍କୁ ୬...

ସତରେ କ’ଣ ବାଂଲାଦେଶରୁ ଆସିଥିଲେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି? କୋର୍ଟରେ ଖୋଲିଲା ବଡ଼ ଗୁମର

ମୁମ୍ବାଇ,୧୯।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଥାନେ ପଶ୍ଚିମ ଅଞ୍ଚଳରୁ ଗିରଫ କରି ରବିବାର (୧୯...

‘ଏମରଜେନ୍ସି ଏମିତି ଏକ କ୍ୟାପସୁଲ..,’ କଙ୍ଗନାଙ୍କ ମୁଭି ଦେଖି କ’ଣ କହିଲେ ସଦ୍‌ଗୁରୁ ଜାଣନ୍ତୁ

ମୁମ୍ବାଇ,୧୯।୧: ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗ୍ଗି ବାସୁଦେବ ସୋସିଆଲ ମିଡିଆରେ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ର ପ୍ରଶଂସା କରିଛନ୍ତି। ସେ...

ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ, ଏହି କାମ ପାଇଁ ଭାରତ ଆସିଥିଲା ଅଭିଯୁକ୍ତ

ମୁମ୍ବାଇ,୧୯ା୧: ୧୬ ଜାନୁଆରୀ ବିଳମ୍ବିତ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ...

‘ବର୍ଡର-୨’ ଶୁଟିଂ ଆରମ୍ଭ

ମୁମ୍ବାଇ: ସିନେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପରଦାକୁ ଆସିବ ନବେ ଦଶକର ସୁପରହିଟ୍‌ ଚଳଚ୍ଚିତ୍ର ‘ବର୍ଡର’ର ଦ୍ୱିତୀୟ ଭାଗ ‘ବର୍ଡର-୨’। ଇତିମଧ୍ୟରେ ଆରମ୍ଭ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri