Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୩ ତାରିଖ – Daily Horoscope

ମେଷ
ଆଜି ରବି ପୁଷ୍ୟା ନକ୍ଷତ୍ରସ୍ଥ ହେତୁ କାର୍ଯ୍ୟ ସମ୍ପନ୍ନରେ ବିଳମ୍ବ ଘଟିବ। ଶୁକ୍ରଙ୍କ ତୃତୀୟ ସ୍ଥିତି ଜନିତ କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ରାଦି କାର୍ଯ୍ୟ ସମସ୍ୟାମୁକ୍ତ ରହିବ। ଆଶା କରିଥିବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ହସ୍ତା ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କ ବିଚାରଧାରାକୁ ଠିକ୍‌ ମାର୍ଗରେ ପରିଚାଳିତ କରିବ। ଫଳତଃ ସଫଳ ଆଲୋଚନା, ସମସ୍ୟା ସମାଧାନ, ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ପିଲାଙ୍କ ଗୌରବ ସାମୟିକ ସାନ୍ତ୍ୱନାର କାରଣ ହେବ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ପ୍ରତିବନ୍ଧକ ଦେଖାଦେଇପାରେ ।
ମିଥୁନ
ମିଥୁନ
ମଘା ନକ୍ଷତ୍ରସ୍ଥ ବୁଧ ଆଜି ଅସାବଧାନତା କିମ୍ବା ଅନ୍ୟମନସ୍କତା ହେତୁ କୌଣସି ଜିନିଷ ହଜିଯାଇପାରେ। ବିଭିନ୍ନ ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବନ୍ଧୁଙ୍କ ପକ୍ଷପାତିତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ବୟସ୍କଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି।
କର୍କଟ
କର୍କଟ
କେତୁଙ୍କ କୁପ୍ରଭାବରେ କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟ ଚିନ୍ତାକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା ସମାଲୋଚିତ ହେବାକୁ ପଡ଼ିପାରେ। ଆର୍ଥିକ ଦିଗଟି ଭଲ ରହିବ, କିନ୍ତୁ ବାକି ଥିବା ଟଙ୍କା ଫେରିପାଇବେ ନାହିଁ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ସି˚ହ
ସି˚ହ
ଧନାଧିପତି ରାଶିରେ ରହି ଅର୍ଥପ୍ରାପ୍ତିର ମାର୍ଗଦର୍ଶନ ସହ ବନ୍ଧୁବତ୍ସଳ କରାଇବେ। ନିରପେକ୍ଷ ଚିନ୍ତା ଧାରା ଅନ୍ୟମାନଙ୍କୁ ନ ସୁହାଇବା କାରଣରୁ ପରୋକ୍ଷ ଭାବରେ ବିତର୍କର ସମ୍ମୁଖୀନ ହେବେ। ତଥାପି ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। କୌଣସି ଆନୁଷ୍ଠାନିକ କାମ କିମ୍ବା କୌଣସି ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି।
କନ୍ୟା
ମଙ୍ଗଳ ଅଷ୍ଟମସ୍ଥ ଯୋଗୁ ନିଜ ଲୋକମାନେ ବିରୁଦ୍ଧାଚରଣ କରିବା ସହ ଭା୍ରତୃସମ୍ପର୍କ ମଧ୍ୟ ଭଲ ରହିବ ନାହିଁ। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି। ଖାଦ୍ୟର ବିଷମତା ହେତୁ ପେଟ ଗୋଳମାଳ ଦେଖାଦେଇ ପାରେ। ଅବଶ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମି କମି ଆସିବ।
ତୁଳା
ତୁଳା
ଅଷ୍ଟମସ୍ଥ ରାହୁମଙ୍ଗଳ ହେତୁ ଆଜିର ଯାତ୍ରା କଷ୍ଟପ୍ରଦ ହେବା ସହ ବ୍ୟବସାୟରେ କଳି ଲାଗିପାରେ। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ପାରିବାରିକ ଜୀବନରେ ତିକ୍ତତା ଦେଖାଦେବ। ଅବଶ୍ୟ ଧର୍ମକାମ ଓ ସତ୍‌ସଙ୍ଗର ସାନ୍ନିଧ୍ୟ ମନକୁ ଆଶ୍ୱାସନା ଦେବାରେ ସମର୍ଥ ହେବ।
ବିଛା
ବିଛା
ଏକାଦଶ ଚନ୍ଦ୍ର ହେତୁ ଆଶାପୂରଣ ସହ ମାନସିକ ସ୍ଥିତି ଭଲ ରହିବ। ଅନୁରାଧାର ଆନୁଷ୍ଠାନିକ କାମରେ କିମ୍ବା ନୂତନ କାମରେ ପ୍ରତିବନ୍ଧକ କାରଣରୁ ବ୍ୟସ୍ତ ହୋଇପାରନ୍ତି। ସଂଗଠନ, ମାଲି ମକଦ୍ଦମା କିମ୍ବା ସଭାସମିତିରେ ସମୟ ଅତିବାହିତ ହୋଇପାରେ। ଅଫିସ୍‌ କାମ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ଧନୁ
ଧନୁ
ଚନ୍ଦ୍ର କେନ୍ଦ୍ରରେ ଗୁରୁ ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଯେଉଁ କାମରେ ହାତ ଦିଅନ୍ତୁ ସଫଳତା ନିଶ୍ଚିତ। ଅର୍ଥଲାଭ, ସମ୍ମାନ ପ୍ରାପ୍ତି ସହ ବନ୍ଧୁମିଳନ ଘଟିପାରେ। କଳା, ସାହିତ୍ୟ, କ୍ରୀଡ଼ା କିମ୍ବା ଚଳଚ୍ଚିତ୍ର କ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ ।
ମକର
ମକର
ସପ୍ତମାଧିପ ଭାଗ୍ୟସ୍ଥାନରେ ଗୁରୁଦୃଷ୍ଟ ହେତୁ ଦୂରେଇ ରହୁଥିବା ପ୍ରିୟବ୍ୟକ୍ତିଟି ପାଖେଇ ଆସିବ। ମନ ବୁଝିଲା ଭଳି କିଛି ପ୍ରତିଶ୍ରୁତି, ମିଷ୍ଠାନ୍ନ ଭୋଜନ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବେ। ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। କିନ୍ତୁ ଧନିଷ୍ଠା ନକ୍ଷତ୍ରର ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚନ୍ଦ୍ର ଅଷ୍ଟମରେ ରହି ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ସନ୍ତାନଙ୍କ ସମସ୍ୟାର ସମାଧାନ ହୋଇପାରିବ। ଫଳପ୍ରଦ ଆଲୋଚନା ଏବଂ ସାମାଜିକ ସ୍ତରରେ ଆଦରଣୀୟ ରହିବେ। କିନ୍ତୁ ଯାନ ବାହନରେ ସତର୍କ ରହିବା ଭଲ। ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି।
ମୀନମୀନ
କେନ୍ଦ୍ରରେ ଶୁକ୍ର ଏବଂ ସପ୍ତମ ଚନ୍ଦ୍ର ହେତୁ ସାମଗ୍ରୀକ ଦୃଷ୍ଟିରୁ ଦିନଟି ଭଲରେ ଅତିବାହିତ ହେବ। ସବୁ ଭଲ ଥିଲେ ମଧ୍ୟ ଅତୀତର କୌଣସି ଅଭୁଲା କଥା ମନକୁ ବାରମ୍ବାର ଆଲୋଡ଼ିତ କରିପାରେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ ପୀଡ଼ାନୁଭବ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri