ରାଶିଫଳ: ବୁଧବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ
ଆଜି ଅତୀତ ଘଟଣା ମନରେ ଆଲୋଡ଼ନ ସୃଷ୍ଟି କରିବା କାରଣରୁ ନିରୁତ୍ସାହିତ ରହିବେ। ପ୍ରିୟଜନଙ୍କ ସହ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବାର ସୂଚନା ରହିଛି। ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ମନ୍ତବ୍ୟ ଦେଇ ପରିବେଶକୁ କଳୁଷିତ କରିପାରନ୍ତି।
ବୃଷ
ବୃଷ
ଅସଜଡ଼ା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ଘରର କେତେକ ଅକୁହା କଥା ବିଷୟରେ ଚିନ୍ତା କରିବେ। ବିଳମ୍ବରେ କାମ ସମ୍ପନ୍ନ ହେବ, ମାତ୍ର ମାନସିକ ସ୍ତରରେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବ। ହାତ ସବୁବେଳେ ଖାଲି ରହିବା ଫଳରେ ପ୍ରିୟ ବ୍ୟକ୍ତିମାନେ ପାଖ ମାଡ଼ିବେ ନାହିଁ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଏଣୁ ଯାହା କିଛି କହିବେ ଭାବିଚିନ୍ତି କହନ୍ତୁ। ବଡ଼ଭାଇପଣିଆ ଦେଖାଇଲେ ମନ୍ଦ ଫଳ ଭୋଗିବାକୁ ପଡ଼ିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ମନ ହାଲୁକା ରହିପାରେ। ପାରିବାରିକ ତିକ୍ତତା ବୃଦ୍ଧି ପାଇବାକୁ ନେଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ଖାଇବା ପିଇବାରେ ଅବହେଳା କରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ଖର୍ଚ୍ଚକରିବାରେ ସାବଧାନତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ ମାତ୍ର ଭୋଗବିଳାସରେ ବାଧାବିଘ୍ନ ଘଟିବ। କଚେରି ମାମଲା ଏବଂ ଘରୋଇ କଳହ କ୍ଷେତ୍ରରେ ଟେନସନ୍‌ ଦୂର ହେବ।
ସି˚ହ
ସି˚ହ
ଆଜି ସକାଳୁ ହଠାତ୍‌ ବନ୍ଧୁଙ୍କର ଡାକରା ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସ୍ତରରେ ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ। କର୍ମକ୍ଷେତ୍ରରେ ବିବାଦୀୟ ପୃଷ୍ଠଭୂମିରେ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ହଠାତ୍‌ ଜଣେ ବନ୍ଧୁ ଆର୍ଥିକ ସହାୟତାରେ କାମ ହାସଲ ହୋଇପାରିବ।
କନ୍ୟା
ସମସ୍ୟା ସମାଧାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟକୁ ଯଥା ସମୟରେ ସମ୍ପନ୍ନ କରିପାରିବେ। ପୂର୍ବାଲୋଚନା ଅନୁଯାୟୀ ବନ୍ଧୁଙ୍କ ସାହାଯ୍ୟ ପାଇବାରେ ଅସୁବିଧା ହେବ ନାହିଁ। ଚିତ୍ରା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର ହେବ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ।
ତୁଳା
ତୁଳା
ଆଜିର ଗ୍ରହସ୍ଥିତିରୁ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଅଦେଖା କଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ। ପ୍ରିୟବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହେବାରୁ ସବୁ କାମ ଛାଡି ଦୂରକୁ ଯିବାକୁ ପଡିପାରେ। ସାହିତ୍ୟ, ରାଜନୀତି, ସାମ୍ବାଦିକତା ଆଇନ ଓ ଅଦାଲତ ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ।
ବିଛା
ବିଛା
ନିଜର ଅବହେଳା କାରଣରୁ ହରାଇଥିବା ସୁଯୋଗ ବିଷୟରେ ଅତୀତକୁ ସ୍ମରଣ କରି ଅନୁତାପ କରିପାରନ୍ତି। ଘର ଭିତରେ ଅସାବଧାନତା ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅଣହେଳା କରିପାରିବେ ନାହିଁ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ବନ୍ଧୁଙ୍କ ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାରୁ ମନ ପ୍ରଫୁଲ୍ଲ ରହିବ।
କୁମ୍ଭ
କୁମ୍ଭ
ନିଜର ଦୂରଦର୍ଶିତା ଓ ସମୟୋଚିତ ପଦକ୍ଷେପ କାରଣରୁ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ; ଯାହା କି ମୁଣ୍ଡବ୍ୟଥାର କାରଣ ହୋଇପାରେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଘର କଥା ଚିନ୍ତା କରି ମହିଳାଙ୍କ ମନରେ ଅସନ୍ତୋଷ ଭରି ରହିବ।
ମୀନମୀନ

ଆଜି ହଠାତ୍‌ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡ଼ିବ। ଆଜିର କର୍ମକ୍ଷେତ୍ରରେ ବିଶେଷ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। କୌଣସି କାମ ହାସଲ କ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଜମିଜମା କିଣାବିକା କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?