Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ
ଆଜି ସାଧାରଣ କଥାରେ ମତାନ୍ତରଜନିତ ପାରିବାରିକ କ୍ଷେତ୍ରରେ ଟେନ୍ସନ ସୃଷ୍ଟି ହୋଇପାରେ। ଜମିଜମା କାରବାର କିମ୍ବା ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ନିର୍ମାଣ କାମ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ କମି କମି ଆସିବାରୁ ଆଶ୍ୱସ୍ତିଲାଭ କରିବେ। ଆନୁଷ୍ଠାନିକ, ସଂଗଠନ, ରାଜନୀତି କ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିପାରନ୍ତି। ଶିକ୍ଷା, ସନ୍ତାନ, ପରୀକ୍ଷା, ସଭାସମିତି ପାଇଁ ମଧ୍ୟ ଦିନଟି ମନ୍ଦ ହେବନି। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
ଅନୁକୂଳ ଗ୍ରହସ୍ଥିତିରୁ ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, କଦାପି ନିସ୍ଫଳ ହେବନାହିଁ। ଭାଇ, ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ଘରୋଇ ଆଲୋଚନା ଫଳପ୍ରଦ ହେବ। କଳା,ସାହିତ୍ୟ ଓ କ୍ରୀଡ଼ା ମନୋରଞ୍ଜନ ପ୍ରୀତିପ୍ରଦ ହେବାର ଆଶା କରାଯାଇପାରେ। ନିର୍ମାଣାଧୀନ କାମ ଓ ଆନୁଷ୍ଠାନିକ କ୍ଷେତ୍ରରେ ଅଗ୍ରଗତି ଘଟିବ।
କର୍କଟ
କର୍କଟ
ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କାର୍ଯ୍ୟସିଦ୍ଧି କାରଣରୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସନ୍ତାନଙ୍କ ବୈବାହିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଯୋଗାଯୋଗ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କୌଣସି ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତଭେଦର ସମ୍ଭାବନା ରହିଛି। ସହକର୍ମୀଙ୍କ ସୌଜନ୍ୟତାରୁ କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାର ସୂଚନା ରହିଛି।
କନ୍ୟା
ସ୍ଥଗିତ ରହିଥିବା କାମଟିକୁ ପୁନଃ ଆରମ୍ଭ କଲେ ସଫଳତା ପାଇବେ। ପାରିବାରିକ ସ୍ଥିତି ଗମ୍ଭୀର ରହିବ ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ। ଅଫିସରେ ଆଲୋଚନା କାଳରେ ଭାବପ୍ରବଣବଶତଃ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ବନ୍ଧୁଙ୍କୁ ପ୍ରିୟକଥା କହି ଘରୋଇ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହେବେ।
ତୁଳା
ତୁଳା
ଆଜି ଯେକୌଣସି ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ ଓ ପ୍ରଶଂସାଲାଭ କରିବେ। ବୁଦ୍ଧିବଳ ଖଟାଇ କାମ ହାସଲ କରିବା ଦିଗରେ ଚେଷ୍ଟିତ ହୋଇପାରନ୍ତି। ବନ୍ଧୁମାନଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବାର ସୂଚନା ରହିଛି।
ବିଛା
ବିଛା
ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍‌ ରହିଲେ ଲାଭ ବଦଳରେ କ୍ଷତିରେ ପଡିବେ। ସବୁ ସମୟରେ ଅଯଥା ଗୁଡିଏ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ବନ୍ଧୁମାନଙ୍କ ନିମନ୍ତ୍ରଣ ରକ୍ଷାକରି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତାକୁ ନେଇ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ବନ୍ଧୁଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନର ବଳ ଖୁବ୍‌ ଟାଣ ରହିବ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ଆର୍ଥିକ ସମସ୍ୟା ପ୍ରଗତିର ପଥରୋଧ କରିବ।
ମକର
ମକର
ବୁଝାମଣାର ଅଭାବ କାରଣରୁ ପାରିବାରିକ କ୍ଷେତ୍ରରେ କଳହର ସୂଚନା ରହିଛି। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ। ଆନୁଷ୍ଠାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ମଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ଅସୁବିଧା ହେବ ନାହିଁ। ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିବ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଅତି ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପେଟ ଗୋଳମାଳଜନିତ ପୀଡ଼ାରେ କଷ୍ଟ ଅନୁଭବ କରିବେ।
ମୀନମୀନ
ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକମାନଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଆକସ୍ମିକ ଭାବରେ ପରିଜନମାନଙ୍କ ସହ ଦୂରଯାତ୍ରାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ସାହିତ୍ୟ ତଥା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?