Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨ ତାରିଖ – Daily Horoscope

ମେଷ
ଆଜି ଶୁଭଚନ୍ଦ୍ର ଆପଣଙ୍କୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନର ସୁଯୋଗ ସୃଷ୍ଟିକରିବ। କିନ୍ତୁ କୃତ୍ତିକା ନକ୍ଷତ୍ରର ମନଟା ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଈର୍ଷାପରାୟଣ ବ୍ୟକ୍ତିମାନଙ୍କର ସମାଲୋଚନାର ପାତ୍ର ହୋଇପାରନ୍ତି।
ବୃଷ
ବୃଷ
ଚନ୍ଦ୍ର କେନ୍ଦ୍ରରେ ଶୁକ୍ର ଆପଣଙ୍କୁ କଳା, ସାହିତ୍ୟ, ସଂସ୍କୃତିସମ୍ପନ୍ନ କରାଇବ। ଆଜି ଘରର କେତେକ ଅକୁହା କଥା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହି ନ ପାରେ । ମୃଗଶିରା ନକ୍ଷତ୍ରର କାମଗୁଡିକ ଠିକ୍‌ ଭାବେ ସମ୍ପନ୍ନରେ ସାମନ୍ୟ ବିଳମ୍ବ ଘଟିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟଧରି ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ।
ମିଥୁନ
ମିଥୁନ
ତୃତୀୟାଧିପ ଧନସ୍ଥାନରେ ଆପଣଙ୍କୁ ଅର୍ଥପ୍ରାପ୍ତିରେ ସହାୟତା ପ୍ରଦାନ କରିବେ। ବିବାଦୀୟ ସ୍ଥିତି, କଚେରି ମାମଲା ଆଜିର ମୁଖ୍ୟ ସମସ୍ୟା ଯୋଗୁ ବିଶେଷ ଚିନ୍ତିତ ହୋଇପାରନ୍ତି । କିନ୍ତୁ ମୃଗଶିରା ନକ୍ଷତ୍ର ଅନ୍ୟମାନଙ୍କ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଭଲ ରହିବ ।
କର୍କଟ
କର୍କଟ
ଚନ୍ଦ୍ର ଓ ବୁଧ ସମସପ୍ତକ ହେତୁ ଆପଣ ଖର୍ଚ୍ଚାନ୍ତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆତ୍ମୀୟମାନେ ଆପଣଙ୍କୁ ସମ୍ମୁଖରେ କିଛି ନ କହିପଶ୍ଚାନ୍ତେ ସମାଲୋଚନା କରିପାରନ୍ତି। ଆପଣ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜେହିଁ ନିଜ ସ୍ବାସ୍ଥ୍ୟପାଇଁ ବାଧକ ସାଜିବେ। ବ୍ୟବସାୟ ଓ ପରିବହନ କିନ୍ତୁ ଭଲରେ ଚାଲିବ। ଘରକୁ ବନ୍ଧୁ ଆସିପାରନ୍ତି।
ସି˚ହ
ସି˚ହ
ସନ୍ତାନଙ୍କ ସମସ୍ୟା ଆଜିର ମୁଖ୍ୟ ଚିନ୍ତାର ବିଷୟ ହୋଇପାରେ। ଏଣେ ଯାହା ସାଙ୍ଗରେ ଆଲୋଚନା କଲେ ମଧ୍ୟ ସାହାଯ୍ୟ କିମ୍ବା ସହାନୁଭୂତି ମଧ୍ୟ ପାଇବେନାହିଁ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ଅଫିସ୍‌ କାମରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ।
କନ୍ୟା
ଏକାଦଶାଧିପତି ରାଶିରେ ଥିବାରୁ ଅର୍ଥଲାଭ ସହ ସ୍ଥଗିତ କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇଯିବ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ହୋଇପାରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସକାଶେ ଆଜିର ଦିନଟି ମନ୍ଦ ହେବନାହିଁ।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ଆପଣଙ୍କୁ ସୁଖଦୁଃଖ ଓ ଭଲମନ୍ଦର ମିଶ୍ରିତ ଅନୁଭୂତି ପ୍ରଦାନ କରିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍‌ସନ ଲାଗିରହିପାରେ। ଜମା ପଡୁ ନ ଥିବା ଲୋକମାନଙ୍କ ଦ୍ୱାରା ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତି ଯୋଗୁ ଆପଣଙ୍କ ମନ ମୁତାବକ କାର୍ଯ୍ୟ ସାଧନ କରିପାରିବେ। କୌଣସି ମାଙ୍ଗଳିକ କାମରେ ବନ୍ଧୁଙ୍କୁ ସାହାଯ୍ୟ କଲେ ମଧ୍ୟ ପରକ୍ଷଣରେ ନିନ୍ଦିତ ହୋଇପାରନ୍ତି। ସଂଗଠନ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଷଷ୍ଠାଧିପତି ଶୁକ୍ର ସପ୍ତମରେ ଅବସ୍ଥାନକରି ବ୍ୟବସାୟରେ ବିବାଦ ଏବଂ ପାରିବାରିକ ଅଶାନ୍ତିକୁ ଉଦ୍ରେକ କରିପାରନ୍ତି। ଦୂରଯାତ୍ରାକୁ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ସାଙ୍ଗରେ ଯିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଭାଗ୍ୟସ୍ଥାନରେ ଚନ୍ଦ୍ର ସମସ୍ୟା ସମାଧାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ ବୁଝାମଣା ଓ ସହମତି ଭିତ୍ତିରେ କରିବେ। ମାନସିକ ସ୍ଥିରତା କେତେକାଂଶରେ ଅକ୍ଷୁଣ୍ଣ ରହିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ପିଠିରେ ଯନ୍ତ୍ରଣାଜନିତ କଷ୍ଟ ପାଇବେ । ଅତି ନିଜ ଲୋକମାନେ ବିଶ୍ୱାସଘାତକତା କାମ କରିପାରନ୍ତି।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ବୃହସ୍ପତିଜନିତ ପାରସ୍ପରିକ ସହମତି ମଧ୍ୟରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ଭଲ ସମ୍ପର୍କ ରଖୁ ନ ଥିବା ବ୍ୟକ୍ତିମାନଙ୍କ ନିକଟରୁ ଆଜି ଯଥାସମ୍ଭବ ଦୂରେଇ ରହିବା ଭଲ । ଅଯଥା ବିରକ୍ତି ପ୍ରକାଶ ନ କରି ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ। ପୁରାତନ ରୋଗର ପ୍ରାଦୁର୍ଭାବ ମୁଣ୍ଡବ୍ୟଥାର କାରଣ ହୋଇପାରେ ।
ମୀନମୀନ
ମୁଖଭାବରେ ରାହୁ ମଙ୍ଗଳ ଆପଣଙ୍କ ମିଥ୍ୟା ପ୍ରତିଶ୍ରୁତି ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ପରିବାରର ଆବଶ୍ୟତା ପୂରଣ କରିବା ସକାଶେ ଧାର କରିବାକୁ ପଡ଼ିବ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ଦୀର୍ଘଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?