Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୨୮ ତାରିଖ – Daily Horoscope

ମେଷ
କୌଣସି ଘଟଣାକୁ ନେଇ ଆଜି ଆପଣଙ୍କ ମନ ଅଶାନ୍ତ ରହିପାରେ। ଅଫିସ୍‌ରେ ସାଧାରଣ କଥାକୁ କେନ୍ଦ୍ର କରି ଅଧସ୍ତନ କର୍ମଚାରୀ ସମସ୍ୟାକୁ ବୃଦ୍ଧି କରିପାରନ୍ତି। ଭୋଗବିଳାସ, ସାମାଜିକ ସମ୍ମାନ ଓ ବନ୍ଧୁ ସମ୍ପର୍କକୁ ପ୍ରାଧାନ୍ୟ ଦେଇ କାମ କରିବେ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜ ଆଡ଼କୁ ଅଙ୍ଗୁଳି ଦେଖାଇବ।
ବୃଷ
ବୃଷ
ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ, ଯଦ୍ଦ୍ବାରା ଜାଣିଶୁଣି ସବୁ କଥାରେ ନୀରବ ରହିବାକୁ ପଡ଼ିବ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବ। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଅଭାବ ନ ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି ଯୋଗୁ କେତେକ ସୁଯୋଗ ହରାଇ ଦୁଃଖିତ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଆଜି ଋଣ ସୂତ୍ରରେ ଅର୍ଥଲାଭ କରି କାମରେ ଲଗାଇ ପାରନ୍ତି। ଜମିଜମା, ବ୍ୟବସାୟ, ପରିବହନ, ଆଲୋଚନା ତଥା ମାଲି ମକଦ୍ଦମାରେ ସଫଳତା ପାଇବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିବା କାରଣରୁ କ’ଣ କରିବେ କିଛି ଠିକ୍‌ କରିପାରିବେ ନାହିଁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବପରି ରହିବ, ମାତ୍ର ସନ୍ତୋଷଜନକ ହେବନାହିଁ। ସଭାସମିତି, ବିବାଦୀୟ ପରିସ୍ଥିତି ଓ ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ସନ୍ତାନମାନଙ୍କ ଶୁଭ ଖବର ପାଇ ଖୁସିହେବେ।
ସି˚ହ
ସି˚ହ
ଅଧୈର୍ଯ୍ୟ ନ ହୋଇ ସ୍ଥିର ଭାବରେ କାମ କଲେ ପରିସ୍ଥିତି ମୁକାବିଲାରେ ସମର୍ଥ ହେବେ। ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି। ଫଳରେ କିଛିଟା ବ୍ୟତିକ୍ରମ ଅବଶ୍ୟ ପରିଲକ୍ଷିତ ହେବ।
କନ୍ୟା
ଆଜି ବନ୍ଧୁମାନଙ୍କ ସହାୟତା ଲାଭ କରି ସମସ୍ୟା ଗୁଡ଼ିକ ଆପଣାଛାଏଁ ସୁଧୁରି ଯିବ। ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହେବାର ଆଶଙ୍କା ଦେଖାଦେବ। ବନ୍ଧୁଙ୍କ ଆଶ୍ରୟ ନେଇପାରନ୍ତି, ଯାହାକି ଆପଣଙ୍କ କାମରେ ଆସିବ। କଠିନ ଶ୍ରମଜନିତ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।
ତୁଳା
ତୁଳା
ପାରିବାରିକ ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ଦିନଟିରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, କାରଣ ଏହି ଦିଗ ପ୍ରତି ଧ୍ୟାନ ଦେଲେ ନିଜ ଲୋକଙ୍କୁ ସନ୍ଦେହ କରିବାର ପରିସ୍ଥିତି ସୃଷ୍ଟିହେବ। ସାମାନ୍ୟ ସମସ୍ୟା ସହ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
ବିଛା
ବିଛା
ଆଜି ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ପାରିବାରିକ ପ୍ରତିରୋଧ ଓ ଖର୍ଚ୍ଚାନ୍ତକୁ ରୋକିପାରିବେ ନାହିଁ। ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସଠିକ୍‌ ସମୀକ୍ଷା କରିବାରେ ପଛେଇ ଯାଇପାରନ୍ତି। ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରୁ ସାମୟିକ ଆଶ୍ୱସ୍ତି ମିଳିବ।
ଧନୁ
ଧନୁ
ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ଘର କାମ ସାଙ୍ଗକୁ ବନ୍ଧୁଙ୍କ କାମକୁ ଅଗ୍ରାଧିକାର ଦେବେ। ବ୍ୟବସାୟରେ ବ୍ୟସ୍ତ ରହି ଲାଭବାନ୍‌ ହେବେ। ଅନ୍ୟର କାନକୁହା କଥାକୁ ସତ ମଣି ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ ବୁଝିବେ। ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି, କାର୍ଯ୍ୟ ସଫଳତା ପାଇଁ ଉଦ୍ୟମ ବିଫଳ ହେବନାହିଁ।
ମକର
ମକର
କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ବ୍ୟସ୍ତ ରହିପାରନ୍ତି। ଜଞ୍ଜାଳ ବଢ଼ିବା କାରଣରୁ ପରିବାର ପ୍ରତି ବିମୁଖ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନର ସ୍ଥିତି ପୂର୍ବପରି ଅତୁଟ ରହିବ। ପର ଉପରେ ନିର୍ଭର ନ କରି ଚଳିପାରିବେ ନାହିଁ କିମ୍ବା ନିର୍ଭର କରିବା ଦ୍ୱାରା ପୂର୍ଣ୍ଣମାତ୍ରାରେ କାମ ମଧ୍ୟ ହାସଲ ହୋଇ ନ ପାରେ।
କୁମ୍ଭ
କୁମ୍ଭ
ସମସ୍ୟାର ସମାଧାନ, ନୈରାଶ୍ୟଜନକ ସ୍ଥିତିରେ ଆଶାର ସଞ୍ଚାର, ଅର୍ଥଲାଭ ଓ କାମ ହାସଲରେ ଅନୁକୂଳତା ପରିଲକ୍ଷିତ ହେବ। ଅନ୍ୟମାନେ ପଛରେ ସମାଲୋଚନାମତ୍କ ମନ୍ତବ୍ୟ ଦେଇପାରନ୍ତି। ସମ୍ପର୍କୀୟା ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। ସାଙ୍ଗ ସାଥୀମାନେ ପରୋକ୍ଷ କ୍ଷତି ସାଧନରେ ଲିପ୍ତ ରହିପାରନ୍ତି।
ମୀନମୀନ
ଯାହା ଭାବୁଛନ୍ତି ତାହା କରି ଚାଲନ୍ତୁ, ମାତ୍ର ଆଜି କେବଳ କଳା, ଟେରା, ଟାଙ୍ଗରା ଓ ଦାନ୍ତୁରା ବ୍ୟକ୍ତିଙ୍କ ପ୍ରତି ସତର୍କତା ଅବଲମ୍ବନ କରିବା ଭଲ ହେବ। ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ଭାବୁଥିବା କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍‌ନା କରିବାକୁ ପଡିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ ସ୍ବଗୃହୀ ମଙ୍ଗଳଙ୍କ ପ୍ରଭାବରେ ଦୈହିକ ସୁସ୍ଥତା ସହ କର୍ମକ୍ଷେତ୍ର ଏବଂ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। ବନ୍ଧୁମାନଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ନୂତନ ଉତ୍ସାହର…

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri