ମେଷ

ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି ତରବରିଆ ପଦକ୍ଷେପ ନେଲେ ହଇରାଣ ହେବେ। ବ୍ୟବସାୟ , ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
ବୃଷ

ସ୍ବସ୍ଥାନସ୍ଥ ଶୁକ୍ର ହେତୁ ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ା ବନ୍ଧୁମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ ପ୍ରେମାନୁରାଗୀ ହୋଇପାରନ୍ତି ା ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ହଜିଯିବା ସମ୍ଭାବନା ରହିଛି ।
ମିଥୁନ

ରାହୁଦୃଷ୍ଟ ବୁଧ ଯୋଗୁ ସୁବିଧା ସୁଯୋଗ ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ କର୍ମମୁଖର ହେବେ। କ୍ରୀଡ଼ା, କଳା, ସାହିତ୍ୟାଦି ଚର୍ଚ୍ଚା କ୍ଷେତ୍ରରେ ପ୍ରଶଂସିତ ହେବେ।
କର୍କଟ

ରାଶ୍ୟାଧିପ କେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନାହିଁ। ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସହ କଳହଜନିତ ଅଶାନ୍ତି ସୃଷ୍ଟିହୋଇପାରେ।
ସି˚ହ

ବାକିଥିବା କାମକୁ ସମ୍ପୂର୍ଣ୍ଣକରିବା କର୍ମକ୍ଷେତ୍ରରେ କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିବେ। ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ସଭାସମିତିରେ ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହେବେ। ଗୁରୁଙ୍କ କୃପାରୁ ରଚନାମତ୍କ କାର୍ଯ୍ୟ, ଗବେଷଣା ତଥା ପରିବହନରେ ଲାଭବାନ୍ ହେବେ।
କନ୍ୟା

ସହକର୍ମୀଙ୍କ ଅନୁରୋଧରେ କୌଣସି କାମ କରିବାକୁ ମନ ବଳାଇବେ। ଯାତ୍ରା କାଳରେ ଖଳଲୋକଙ୍କ କଥାରେ ଭୁଲ୍ ମାର୍ଗର ଅନୁସରଣକରି ହଇରାଣ ହେବେ। ଶନିଙ୍କ କୁପ୍ରଭାବରୁ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ତର୍କବିତର୍କ, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ ା
ତୁଳା

ଅଯଥାରେ ବିରକ୍ତ ହେଲେ ବିବାଦ ବଢ଼ିପାରେ। ପୂର୍ବର ମତାନ୍ତରଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତ, ସାହିତ୍ୟ, ସାମ୍ବାଦିକତାରେ ବ୍ୟତିକ୍ରମ ପରିଲକ୍ଷିତ ହେବ। କର୍ମାଧିପତି ରାହୁଙ୍କ ଦୃଷ୍ଟିରେ ଥିବାରୁ ଯେତେ ଚେଷ୍ଟାକଲେ ମଧ୍ୟ ଆଶାନୁରୂପ ସଫଳତା ମିଳି ନ ପାରେ।
ବିଛା

ଭାଗ୍ୟ ସ୍ଥାନରେ ଗୁରୁମଙ୍ଗଳ ଯୋଗରୁ ଦୀର୍ଘଦିନର ଅଭିଳାଷ ପୂରଣହେବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମଧ୍ୟ ମନ ଉଦାସ ରହିପାରେ। ଯାତ୍ରା ସମୟରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟହେବା କାରଣରୁ ଅନ୍ୟ ଉପରେ ରାଗିପାରନ୍ତି। ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ

ସହକର୍ମୀଙ୍କଠାରୁ ଭୁଲ୍ ଖବର ପାଇ ବିବ୍ରତ ହେବେ। ବନ୍ଧୁଙ୍କ ସମ୍ମୁଖରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଶନିଙ୍କ ତୃତୀୟ ସ୍ଥାନାବସ୍ଥାନ ଯୋଗୁ ପଡ଼ୋଶୀମାନେ ପରୋକ୍ଷ ଭାବରେ ଶତ୍ରୁତା ଆଚରଣ କରିପାରନ୍ତି। ଆଲୋଚନା ମାଧ୍ୟମରେ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବା ଆଶା କରାଯାଇପାରେ।
ମକର

ରାହୁଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ମନରେ ସରସତା ରହିବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ପୂର୍ଣ୍ଣ ସୂଚନା ରହିଛି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସାଧାରଣ କଥାରେ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ରପ୍ତାନି କାରବାର, ଏଜେନ୍ସି,ସାହିତ୍ୟସଭା ଏବଂ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ।
କୁମ୍ଭ

ଦୀର୍ଘଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ବନ୍ଧୁଙ୍କ ମାଧ୍ୟମରେ ତାହା ଅତି ସୁବିଧାରେ ପାଇଯିବେ। ଭାଗ୍ୟଭାବସ୍ଥ ଗ୍ରହମାନଙ୍କ ପ୍ରଭାବରୁ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଜମିଜମା କାରବାର ଅଥବା କ୍ରୟବିକ୍ରୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ।
ମୀନ
ଅଟକିଥିବା କାମ ସୁବିଧାରେ ସମ୍ପନ୍ନହେବା କଷ୍ଟକର ହୋଇପଡ଼ିବ। କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। ଆଲୋଚନା ପରିସରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ଅଷ୍ଟମସ୍ଥ ବୁଧ ଏବଂ ଦୁର୍ବଳ ମଙ୍ଗଳ ଯୋଗୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.