Posted inRasifala

ରାଶିଫଳ: ଗୁରୁବାର, ଜାନୁୟାରୀ ୨୭ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଉତ୍ସାହିତ ହେବା ସଙ୍ଗକୁ ପାରିବାରିକ ଜୀବନରେ ହସର ଫୁଆରା ସୃଷ୍ଟି କରିବ। ବନ୍ଧୁଙ୍କୁ ଦେଖିବା ପାଇଁ ମନ ଛଟପଟ ହେବାର ସୂଚନା ରହିଛି। ନିଜର ଅବହେଳାରୁ ହାତ ମୁଠାରୁ କେତେକ ସୁଯୋଗ ଖସିଯାଇପାରେ। ପ୍ରକାଶନ, ପ୍ରଶାସନ, ସଭାସମିତି, ନିର୍ମାଣ, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ଗତକାଲିର ବାକି ପଡିଥିବା କାମକୁ ଆଜି ପୁରାଦମରେ କରିବା ସକାଶେ ନିଷ୍ପତି ନେବେ। ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। ଅଶ୍ୱିନି ନକ୍ଷତ୍ର ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ନିର୍ମାଣ କାର୍ଯ୍ୟ, ଶିଳ୍ପ ଓ ବାଣିଜ୍ୟ,ବ୍ୟବସାୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ଅନ୍ୟ ସହ ସମ୍ପର୍କ ସ୍ଥାପନକୁ ପରିବାରର ଭୂଲ୍‌ ବୁଝାମଣା ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗୀତା ହେତୁ ମାନସିକ ସ୍ଥିତି ଠିକ୍‌ ରହିବ। ଅବଶ୍ୟ ଆରଦ୍ରା ନକ୍ଷତ୍ର ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆଗାମୀ ମାଙ୍ଗଳିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
କର୍କଟ
କର୍କଟ
ଆଜି ଶାରୀରିକ ସୁସ୍ଥତା ସହ ଆର୍ଥିକ ଉନ୍ନତି ସୁସ୍ଥ ମାନସିକତାରୁ ଆନନ୍ଦ ପ୍ରାପ୍ତି କରାଇବ। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ପରିବହନ ଓ ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ନିଜେ ସମସ୍ୟା ଭିତରକୁ ଟାଣି ହୋଇ ଯିବାକୁ ପଡିପାରେ।
ସି˚ହ
ସି˚ହ
ଆଜି ଆପଣଙ୍କୁ ଭ୍ରମଣସୁଖ,ଅପବ୍ୟୟ,ନିଦ୍ରାହୀନତା ଓ ଶତ୍ରୁ ମାନଙ୍କ ସହ ଲଢୁଆ ମନୋବୃତି ଜାଗ୍ରତ ହୋଇପାରେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଅପରାହ୍ନ ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
କନ୍ୟା
କର୍ମକ୍ଷେତ୍ରର ଅସଜଡା କାମକୁ ଆଜିହିଁ ସଜାଡି ନେବାକୁ ଚେଷ୍ଟା କରିବେ। ସଭାସମିତି, ଆନୁଷ୍ଠାନିକ କାମ, ଅଫିସିଆଲି ଆଲୋଚନାରେ ସମୟ କଟାଇବାକୁ ପଡିପାରେ। ଅର୍ଥ ସଂଗ୍ରହରେ ତପତ୍ରତା କିମ୍ବା ତିର୍ଥାଟନ ଚିନ୍ତା କରିପାରନ୍ତି। ଉଚ୍ଚଶିକ୍ଷା, ବିଦେଶ ଯାତ୍ରା କିମ୍ବା ଗବେଷଣା କ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଦୁର୍ଭାବନା ବଢ଼ିଚାଲିବ।
ତୁଳା
ତୁଳା
ନୁଆ ଆଶା ଓ ପୁରୁଣା ସମସ୍ୟାର ତୁଳନାମତ୍କ ବିଚାର କରି କର୍ମାରମ୍ଭକୁ ମନ ବଳାଇବେ। ମନେ ମନେ ଭାବୁଥିବା କୌଣସି ଦ୍ରବ୍ୟଲାଭରୁ ଖୁସି ହେବେ। ନିଜ ଲୋକଙ୍କ ବିଶ୍ୱାସଘାତକତାରୁ ବିଚଳତ ହୋଇପାରନ୍ତି। ଫାଇଲ୍‌ କାମ, ସଂଗଠନ, ରାଜନୀତି, ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ଅର୍ଜନ କରିବେ।
ବିଛା
ବିଛା
ଆଜି ନିର୍ଦ୍ଦିଷ୍ଟ ସମୟରେ କାମଟି ପୂର୍ଣ୍ଣାଙ୍ଗ ନହେଲେ ମଧ୍ୟ କିଛି ଅଂଶରେ ଆଗକୁ ବଢି ଚାଲିବ। ବ୍ୟବସାୟ କ୍ଷେତ୍ରରେ ଦୃଢ ମନୋବଳ ନେଇ କାମ କରି ଲକ୍ଷ୍ୟ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
ଧନୁ
ଧନୁ
ସ୍ବାସ୍ଥ୍ୟରେ ଉନ୍ନତି ସହ ରାଜନୈତିକ ସ୍ତରରେ, ସାଂଗଠନିକ କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା ଧିମା ହେବ। ଅପ୍ରିୟ ସତ୍ୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ କିନ୍ତୁ ଯୋଜନା ବିଗିଡି ଯିବାର ଆଶଙ୍କା ରହିଛି।
ମକର
ମକର
ଖର୍ଚ୍ଚ ପରିମାଣ ବୃଦ୍ଧିକୁ ଚାହିଁଲେ ମଧ୍ୟ ତାହାକୁ ରୋକି ପାରିବେ ନାହିଁ। ସହନଶୀଳତା ଗୁଣର ଅଭାବ କିମ୍ବା ସନ୍ଦହ ଓ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ସହାୟତାରେ ସଭା ସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଆପଣଙ୍କ ବହୁତ ଦିନର ଅଭିଳାଷ ଅପରାହ୍ନ ସମୟରେ ପୂରଣ ହୋଇଯିବ। ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ,ଅନ୍ୟଥା ଠିକଣା ସମୟରେ କିଛି କରି ପାରିବେ ନାହିଁ। ଅଫିସ୍‌ରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟୟ ବୃଦ୍ଧି ଯୋଗଁୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ହେବେ।
ମୀନମୀନ
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ ସଙ୍ଗକୁ ନିଜ ଲୋକଙ୍କୁ ଅତି ନିକଟରେ ପାଇ ସବୁ ଦୁଖଃ ଭୁଲିଯିବେ। ପୁରାତନ ରୋଗରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟହାସଲ କରିପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ ଯାହାକି ସାମୟିକ ମନକୁ ଭାରାକ୍ରାନ୍ତ କରି ରଖିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?