Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ଧନାଧିପତି କର୍ମଭାବସ୍ଥ ହେତୁ ଆର୍ଥିକ ଦିଗରୁ ଲାଭବାନ୍‌ ହେବେ। କିନ୍ତୁ ଶନିଙ୍କ ପ୍ରଭାବରୁ ଭା୍ରତୃ ବିରୋଧ, ସହକର୍ମୀ ସହ ଝଗଡ଼ାଜନିତ ଅଶାନ୍ତି ଅନୁଭବ କରିପାରନ୍ତି। ଅନ୍ୟମାନଙ୍କ କଥାଗୁଡ଼ିକ ଠିକ୍‌ ଥିଲେ ମଧ୍ୟ ବିରକ୍ତି ହେତୁ ଆପଣଙ୍କୁ ଭଲ ଲାଗିବ ନାହିଁ। ମାତ୍ର ରଚନାମତ୍କ କାର୍ଯ୍ୟ,ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ରବି ଓ ବୁଧ ଅଷ୍ଟମସ୍ଥ ଯୋଗୁ ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବେ। ପ୍ରଶାସନିକ ଅସ୍ଥିରତା ଦୂରହେବା ସଙ୍ଗକୁ ଯେକୌଣସି ପ୍ରତିଦ୍ୱନ୍ଦ୍ୱିିତାରେ ସଫଳତା ପାଇ ପାରିବେ। ରାଜନୀତି, ଆଇନ ଓ ଅଦାଲତ କ୍ଷେତ୍ରରେ ଦୃଢ଼ ସମର୍ଥନ ଅବ୍ୟାହତ ଯୋଗୁ ଆଗେଇ ଯିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇପାରନ୍ତି।
ମିଥୁନ
ମିଥୁନ
ବ୍ୟସ୍ତତା କାରଣରୁ କୌଣସି କାମ ଶୃଙ୍ଖଳିତ ଭାବରେ କରିପାରିବେ ନାହିଁ। ବୁଧଙ୍କ କୁପ୍ରଭାବଜନିତ ବନ୍ଧୁଙ୍କୁ କଡା ଭାଷା ପ୍ରୟୋଗ କଲେ ଶତ୍ରୁତା ଅର୍ଜନ କରିବେ। ଯେଉଁ କ୍ଷେତ୍ରରେ ଯାହା ଚିନ୍ତା କରିବେ ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସତର୍କତାର ସହିତ କାମ ନ କଲେ ଅନୁତାପ କରିବାକୁ ପଡ଼ିବ। ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ନରମି ରହି ପାରିଲେ ହିଁ ସୁଫଳ ପାଇବେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶିନୀ କ୍ରୋଧ ପ୍ରକାଶ କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ବାଣିଜ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି କରିବେ।
ସି˚ହ
ସି˚ହ
ଦଶମସ୍ଥ ରାହୁଙ୍କ ଯୋଗୁ ଅତୀତର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। କୋଣଭାବସ୍ଥ ବୁଧ ହେତୁ ଅର୍ଥଲାଭର ଯୋଗ ରହିଛି, ଯାହାକି ବହୁପୂର୍ବରୁ ହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ।
କନ୍ୟା
କେତୁ ଯୁକ୍ତ ମଙ୍ଗଳ ହେତୁ ଆପଣଙ୍କ ପାରିବାରିକ କ୍ଷେତ୍ରକୁ ପାଖ ପଡ଼ୋଶୀମାନେ ସମସ୍ୟା ବହୁଳ କରିପାରନ୍ତି। ଯାନ ବାହନରେ ସତର୍କ ରହିବା ଭଲ ନତୁବା କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ପିଲାଙ୍କ କୃତିତ୍ୱରୁ ଗର୍ବ ଅନୁଭବ କରିବେ। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ତୁଳା
ତୁଳା
ଆଜି ଦିନଟିରେ ଆପଣ କାହାର ମିଠା କଥାରେ ଭାସି ଯାଆନ୍ତୁ ନାହିଁ। ଈର୍ଷା ପରାୟଣ ବନ୍ଧୁଙ୍କ ପ୍ରାୟୋଜିତ ଚକ୍ରାନ୍ତ ସ୍ବରୂପ କର୍ମକ୍ଷେତ୍ରରେ ଅଭିଯୋଗ ଆସିବ। ତୃତୀୟସ୍ଥ ରବି ଓ ବୁଧ ହେତୁ ପଡ଼ୋଶୀଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ସକାଶେ ମନ ବଳାଇବେ। କୌଣସି ନୂତନ କର୍ମାରମ୍ଭ ସକାଶେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବିଛା
ବିଛା
ଭାଗ୍ୟକର୍ମାଧିପ ରାଶିରେ ଥିବାରୁ ଆପଣଙ୍କ ପ୍ରତ୍ୟେକ ଅଭାବନୀୟ ପରିସ୍ଥିତି ଆଜି ହିଁ ସୁଧୁରି ଯିବ। ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ। ଲେଖା ପଢ଼ାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ
ଧନୁ
ଉପଚୟଭାବସ୍ଥ ବୃହସ୍ପତି ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ସ୍ଥିତିକୁ ବିଷାଦିତ କରିପାରେ। ଆପଣଙ୍କ ଲୋକ ପ୍ରିୟତା ପଡୋଶୀଙ୍କ ଈର୍ଷାପରାୟଣତାକୁ ବୃଦ୍ଧି କରବି। କେତେକ ନୂତନ କାମର ପରିକଳ୍ପନା କରିବେ, କିନ୍ତୁ ଖର୍ଚ୍ଚଭାର ଯୋଗଁୁ ଚିନ୍ତାପ୍ରକଟ କରିପାରନ୍ତି। ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।
ମକର
ମକର
ଆଜି ଆପଣ କର୍ମକ୍ଷେତ୍ରରେ ଯୁକ୍ତି ଯୁକ୍ତ କଥା କହି, ଅର୍ଥ ଓ ସମ୍ମାନ ଲାଭ କରିବାରେ ସଫଳ ହେବେ। କିନ୍ତୁ ପାରିବାରିକ ସ୍ତରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ଆଶା ରହିଛି। ହଠାତ୍‌ ଜଣେ ଅପରିଚିତଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ଜନ୍ମରାଶିରେ ବୃହସ୍ପତିଙ୍କ ପ୍ରଭାବରେ ସ୍ଥାନାନ୍ତରର ସମ୍ଭାବନା ରହିଛି। କୌଣସି ନୂତନ କର୍ମାରମ୍ଭ କିମ୍ବା ଯୋଜନା ସକାଶେ ମନ ବଳାଇପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ପଡ଼ି କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଭୁଲ୍‌ ବୁଝାମଣାଜନିତ ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ।
ମୀନମୀନ
ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ଖୁସି ହୋଇଯିବେ। କିନ୍ତୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ଘରେ ମଧ୍ୟ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସୂଚନା ରହିଛି। ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ପାରିବାରିକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଅନୁରୋଧବଶତଃ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ ଆଜି ବନ୍ଧୁବାନ୍ଧବ,ସହକର୍ମୀ,ଧାରକରଜ,ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହ ଆଶଙ୍କା। ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ…

ରାଶିଫଳ: ସୋମବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ଗୁରୁଜନଙ୍କ…

ରାଶିଫଳ: ରବିବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ହେଉ କିମ୍ବା ପାରିବାରିକ କ୍ଷେତ୍ର ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri