Posted inଜାତୀୟ

ମାୟାବତୀଙ୍କୁ ପୁଣି ଝଟ୍‌କା

ଲକ୍ଷ୍ନୌ,୨୫।୧୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ଦଳ ବିଏସପିକୁ ବଡ଼ ଝଟ୍‌କା ଲାଗିଛି। ବନ୍ଦନା ସିଂଙ୍କ ପରେ ଆଉ ଜଣେ ବିଏସପି ବିଧାୟକ ଦଳ ଛାଡିଛନ୍ତି। ଆଜମଗଡ଼ର ମୁବାରକପୁରର ବିଏସପି ବିଧାୟକ ଶାହା ଆଲାମ ଦଳ ଛାଡିଛନ୍ତି। ସେ ବିଏସପିର ସମସ୍ତ ପଦବୀ ସହିତ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶାହ ଆଲାମ ମାୟାବତୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।
ବିଏସପି ବିଧାୟକ ଶାହ ଆଲାମ ଇସ୍ତଫା ପତ୍ର ଦଳର ମୁଖ୍ୟ ମାୟାବତୀଙ୍କ ନିକଟରେ ଦାଖଲ କରି କହିଛନ୍ତି ଯେ, ୨୧ ନଭେମ୍ବରରେ ଆପଣଙ୍କ ସହ ହୋଇଥିବା ବୈଠକରେ ମୁଁ ଅନୁଭବ କରିଛି ଯେ ଦଳ ପ୍ରତି ମୋର ଭକ୍ତି ଓ ଆନ୍ତରିକତା ସତ୍ତ୍ୱେ ଆପଣ ସନ୍ତୁଷ୍ଟ ନୁହଁନ୍ତି। ଯଦି ମୋର ନେତା ମୋ କିମ୍ବା ମୋର କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି, ମୁଁ ଦଳ ଉପରେ ଆଉ ବୋଝ ହେବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ବାଛିଲେ ଓଡ଼ିଶା ରେଶମ ଶାଢ଼ି

ନୂଆଦିଲ୍ଲୀ,୨୬।୧: ଦେଶ ଆଜି ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡ଼ି ହୃଦୟ ଜିତିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ...

ମୁଣ୍ଡ ପିଟି ବାହୁନି କାନ୍ଦିଲେ ମା’: ଜୀବନ ଫେରି ପାଇଲେ ୭ ବର୍ଷର ବାଳକ…

ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର...

ଆଖି ବୁଜିଲେଣି ୨୬୩ ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୪: ଭାରତରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଲକ୍‌ଡାଉନ୍‌ ସତ୍ତ୍ୱେ କରୋନା ଭୂତାଣୁକୁ ରୋକାଯାଇପାରୁନି। ସଂକ୍ରମଣର ମାତ୍ରା ବଢ଼ି ବଢ଼ି ଚାଲିଛି। ଶନିବାର ସୁଦ୍ଧା ଦେଶରେ...

କେରଳରେ ପ୍ରବଳ ବର୍ଷା: ଖୋଲିଲା କାଲାରକୁଟି ଡ୍ୟାମ, ୭ ମତ୍ସଜୀବି ନିଖୋଜ

ଥିରୁଭାନନ୍ତପୁରମ,୨୦।୭: କେରଳରେ ଶନିବାର ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏମିତିକି କିଛି ଜିଲାରେ ରେଡ ଆଲର୍ଟ ମଧ୍ୟ ଜାରି କରାଯାଇଛି। ପ୍ରବଳ...

ଗାଈଚରାଳିଙ୍କୁ ଅଟକାଇଲା ଚାଇନା

ନୂଆଦିଲ୍ଲୀ,୩୦ା୮: ପୂର୍ବ ଲଦାଖର ଡେମ୍‌ଚୋକ୍‌ ଅଞ୍ଚଳରେ ଗାଈଗୋରୁଙ୍କୁ ଚରାଇବାକୁ ନେଉଥିବା ସୀମାନ୍ତ ଅଞ୍ଚଳର କେତେଜଣ ଗ୍ରାମବାସୀଙ୍କୁ ଗତ ସପ୍ତାହରେ ଚାଇନା ସୈନ୍ୟ ଅଟକାଇଥିଲେ। ଭାରତୀୟ ସେନା...

ଅକ୍ଷୟ କୁମାର ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେବାକୁ ରାଜି

ନୂଆଦିଲ୍ଲୀ,୭।୨: ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର’ ଭାବେ କାର୍ଯ୍ୟ କରିବାକୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ରାଜିହୋଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଟୁଇଟ୍‌ କରି...

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ସିଜେଆଇ

ନୂଆଦିଲ୍ଲୀ,୧୯।୩: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ ଗୁରୁବାର ରାଜ୍ୟସଭା ଏମ୍‌ପି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ଗୋଗୋଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌...

ସେସନ୍ସ କୋର୍ଟରେ ରାୟ ସଂରକ୍ଷିତ

ସୁରଟ, ୧୪ା୪: ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ମାନହାନି ମାମଲାରେ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି...

Advertisement
Archives

Model This Week