Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟସ୍ଥାନକୁ ଶୁକ୍ରଚନ୍ଦ୍ରଙ୍କ ଦୃଷ୍ଟି ଆପଣଙ୍କୁ ମନୋରଞ୍ଜନର ସୁଯୋଗ ପ୍ରଦାନ କରିବ । କିନ୍ତୁ ବନ୍ଧୁଙ୍କ ସହ ଆପଣଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ । କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବେ ।
ବୃଷ
ବୃଷ
ବୁଧ କର୍ମାଧିପଙ୍କ ଦୃଷ୍ଟିରେ ଥିବାରୁ ଆଜି ଫାଇଲ୍‌ କାମ ବୃଦ୍ଧି କାରଣରୁ ଅବସର ପାଇବେ ନାହିଁ । ତେଣେ ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ । ଅବଶ୍ୟ କୌଣସି ଆନୁଷ୍ଠାନିକ କ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବେ । ନିଜସ୍ବ ପରିବେଶରେ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ ।
ମିଥୁନ
ମିଥୁନ
ମତପାର୍ଥକ୍ୟ କାରଣରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ା ବୃହସ୍ପତି ସ୍ବଗୃହୀ ହେତୁ କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷାପାଇବେ ା ଅବଶ୍ୟ ବ୍ୟବସାୟ,ପରିବହନରେ ମାନମନାନ୍ତର ଦେଖାଦେଇପାରେ ା ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱ ଠିକ୍‌ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ ା
କର୍କଟ
କର୍କଟ
ସପ୍ତମସ୍ଥ ଗ୍ରହ ଆପଣଙ୍କୁ ଯାତ୍ରା, ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ସୁଫଳ ପ୍ରଦାନ କରିବ ା ରାହୁଙ୍କ ନକ୍ଷତ୍ରସ୍ଥ ଶୁକ୍ରଙ୍କ ଯୋଗୁ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ା କିନ୍ତୁ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିବେ ା ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ ା
ସି˚ହ
ସି˚ହ
ଆଜିର ରାହୁମଙ୍ଗଳଜନିତ ଲକ୍ଷ୍ମୀଯୋଗ ପ୍ରଭାବରୁ ଅର୍ଥ ଓ ସମ୍ମାନ ପାଇବେ ା କିନ୍ତୁ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ମନ ଭଲ ନ ଥିବା କାରଣରୁ ସାଧାରଣ କଥାରେ ମଧ୍ୟ ଟେନ୍‌ସନ ବଢ଼ିଯିବ। ପଡ଼ୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ ା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ା
କନ୍ୟା
ସପ୍ତମସ୍ଥ ଗୁରୁ ସ୍ବଗୃହୀ ଯୋଗୁ ଆଜିର ଯାତ୍ରା,ବାଣିଜ୍ୟ ବହୁତ ଭଲ ରହିବ ା କିନ୍ତୁ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ବିବାଦ ବଢ଼ାଇଲେ ନିଜକୁ ଅପଦସ୍ଥ ହେବାକୁ ପଡ଼ିପାରେ। ଅର୍ଥ ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପର କ୍ଷଣରେ ଓଲଟା କଥା କହିପାରନ୍ତି ା ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ଆମତ୍ୀୟଙ୍କ ପାଇଁ ଚିନ୍ତା ବଢ଼ିପାରେ ା
ତୁଳା
ତୁଳା
କର୍ମ ସ୍ଥାନରେ ବୁଧାଦିତ୍ୟ ଯୋଗ ପ୍ରଭାବରୁ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ ା ଅବସର ସମୟରେ ପିଲାଙ୍କ ସହ ଖୁସିଗପ କରିବା ମଉକା ଜୁଟିବ ା ସଭାସମିତିରେ ଯୋଗ ଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ ା କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ ା
ବିଛା
ବିଛା
ଶନିଙ୍କ ଦୃଷ୍ଟିରେ ଗୁରୁ ହେତୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ ା ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ମେଳା ଉସତ୍ବ ସ୍ଥାନରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି ା ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବା ଆଶା ରହିଛି ା
ଧନୁ
ଧନୁ
ପାରିବାରିିକ ଜାଞ୍ଜଳ ବୃଦ୍ଧି ପାଇଲେ ମଧ୍ୟ ଆପଣଙ୍କ ପାଇଁ କୌଣସି ଅସୁବିଧା ରହିବ ନାହିଁ ା ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ ା ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇପାରନ୍ତି ା ସୁସମ୍ପର୍କ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ା
ମକର
ମକର
ସମସ୍ୟା ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ କାମ କରିବାକୁ ପଡ଼ିପାରେ ା ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ ା ପଡ଼ୋଶୀ କେହି ପ୍ରତିବାଦ କରିପାରନ୍ତି, ଯାହାକି ଆପଣଙ୍କ କାମ ପାଇଁ ତାହା ବାଧକ ସାଜିବ ା ଶ୍ରବଣା ନକ୍ଷତ୍ରର ପ୍ରାତଃ ଭ୍ରମଣ ଓ ମନୋରଞ୍ଜନ ପ୍ରୀତିପ୍ରଦ ହେବ ା
କୁମ୍ଭ
କୁମ୍ଭ
ଆଜି ସପ୍ତମାଧିପତି ଷଷ୍ଠସ୍ଥ ହେତୁ ଯାତ୍ରା ସମୟରେ ସମସ୍ୟାର ସମ୍ମୁଖୀନ ହେବେ । ଉପରିସ୍ଥଙ୍କ ଆସ୍ଥାଭାଜନ ହେତୁ କର୍ମକ୍ଷେତ୍ରରେ ସମସ୍ୟା ସୁଧାରିନେବେ । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ମୀନମୀନ
ରାଶ୍ୟାଧିପତିଙ୍କ ଶୁଭତ୍ୱ କାରଣରୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ । କିନ୍ତୁ କର୍ମକ୍ଷେତ୍ରରେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ଶିଳ୍ପ, ବାଣିଜ୍ୟ, ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri