Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ
ଆଜି ଦିନଟିରେ ସ୍ବାସ୍ଥ୍ୟ ଓ ମନ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବରେ ଭୁଲେଇଦେବ। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଅଧ୍ୟାପନା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଶାରୀରିକ ସୁସ୍ଥତା ରହିଲେ ମଧ୍ୟ କର୍ମଜଞ୍ଜାଳ ଦିନଟିକୁ ବ୍ୟସ୍ତତା ଭିତରେ ଅତିବାହିତ କରାଇବ। ପୂର୍ବାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂରହେବ। ସଭାସମିତି, କଳା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ପାରିବାରିକ ଜୀବନ କେତେକାଂଶରେ ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ଆଜି ଆର୍ଥିକ,ସାମାଜିକ ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭଙ୍କରୀ ହେବ। ମଧୁର ବ୍ୟବହାର,ସୌଜନ ଓ ସୌହାର୍ଦ୍ଦ୍ୟ ଦ୍ୱାରା ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିବ। ସକାଳୁ ସକାଳୁ ବଳକା କାମକୁ ଶୀଘ୍ର ଶେଷ କରିବା ସକାଶେ ବ୍ୟସ୍ତ ହୋଇ ପଡ଼ିବେ। ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ଆଜି ଆପଣ ଉନ୍ନତ ଚିନ୍ତା, ସୁପରିକଳ୍ପିତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର୍ଯ୍ୟରୁ ଖୁସି ରହିବେ। ପ୍ରତ୍ୟେକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ଆକର୍ଷଣୀୟ ଭାବମୂର୍ତ୍ତି ପଦସ୍ଥ ବ୍ୟକ୍ତି ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ଆଦୃତି ଲାଭ କରିବ।
ସି˚ହ
ସି˚ହ
କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନ ନେଇ ପଛେଇ ରହିବେ। ଅତୀତର କେତେକ ଅଶାନ୍ତ ଭାବନା ମନକୁ ଅସ୍ଥିର କରି ରଖିପାରେ। କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିଲେ ମଧ୍ୟ ସାଧାରଣ ଝଟକାରୁ ବାଦ୍‌ ପଡ଼ିବ ନାହିଁ। ତଥାପି ପ୍ରତ୍ୟେକ କଥାକୁ ପଛକୁ ପକାଇ ପାରିବାରିକ କ୍ଷେତ୍ରକୁ ପୂର୍ବବତ୍‌ ସୁସ୍ଥ ରଖିପାରିବେ।
କନ୍ୟା
କର୍ମକ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣକରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ମିତବ୍ୟୟିତା ଗୁଣ ଅବଲମ୍ବନ କରି ଅନାବଶ୍ୟକ ଜିନିଷଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ। ପାରିବାରିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ରହିଲେ ମଧ୍ୟ ଗୁରୁତର ହେବ ନାହିଁ। ସମ୍ପର୍କୀୟମାନେ ଆଗରେ କିଛି ନ କହିଲେ ମଧ୍ୟ ପଛରେ ଶ୍ରୁତିକଟୁ କଥା କହିପାରନ୍ତି।
ତୁଳା
ତୁଳା
ରୋଗର ପ୍ରାଦୁର୍ଭାବ ଆଜି ଦେଖିବାକୁ ମିଳିପାରେ। କିଛି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଟି ଠିକଣା ସମୟରେ ଦୂରେଇ ରହିବ। କର୍ମକ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଉପରିସ୍ଥ ଅଫିସର ଭୁଲ୍‌ ବୁଝିପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ପ୍ରବଚନ କାର୍ଯ୍ୟକ୍ରମ, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ।
ବିଛା
ବିଛା
ପରିବାରର ବ୍ୟତିକ୍ରମକୁ ସୁଧାରି ନେବାରେ ସଫଳ ହେବା ଦୁରୂହ ହୋଇପଡ଼ିବ। ମନର ଦୁଃଖକୁ ମନ ଭିତରେ ଲୁଚାଇ କାର୍ଯ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ପୂର୍ବରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। କିଣାବିକା କ୍ଷେତ୍ରରେ ସତର୍କ ନ ରହିଲେ ଠକାମିରେ ପଡ଼ିପାରନ୍ତି।
ଧନୁ
ଧନୁ
ପ୍ରତିକୂଳ ସମୟ ହେତୁ ନିଜର ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ସନ୍ଦେହ, ଅବିଶ୍ୱାସ ଓ ଭୁଲ୍‌ ବୁଝାମଣା ହେତୁକ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ନ ରହିପାରେ। କିନ୍ତୁ ଆଧ୍ୟାତ୍ମିକତା, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆର୍ଥିକ, ସାମାଜିକ, ସୃଜନାତ୍ମକ କାମରେ ଉନ୍ନତମାନର ଫଳ ମିଳିବ।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରା,ନୂତନ କର୍ମାରମ୍ଭ, ଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ କ୍ଷେତ୍ର ଭଲ ରହିବ। ଦିନଟିରେ ଉଚ୍ଚଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ଆଶାବାଦୀ ହେବେ ଏବଂ ଆନୁଷଙ୍ଗିକ ସୁବିଧା ପାଇପାରିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ପାରିବାରିକ ଓ କର୍ମକ୍ଷେତ୍ର ସୁନ୍ଦର ଓ ସାବଲୀଳ ହେବ। ଦୀର୍ଘଦିନରୁ ଚିନ୍ତାକରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ, କିମ୍ବା ଧାତୁ ଅଳଙ୍କାରାଦି କ୍ରୟ ସୁଯୋଗ ଜୁଟିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ସମାଧାନ ପୂର୍ବକ ଉନ୍ନତି ପରିଲକ୍ଷିତ ହେବ। ପକ୍ଷପାତିତାକୁ ଆଧାରକରି କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମୀନମୀନ
ଆପଣଙ୍କ ବାସ୍ତବବାଦୀ ଚିନ୍ତାଧାରା ଓ ରୋକ୍‌ଠୋକ୍‌ କଥା ବିଜ୍ଞବ୍ୟକ୍ତିମାନଙ୍କ ଦ୍ୱାରା ଗ୍ରହଣୀୟ ହେବ। ଅନ୍ୟ ଦ୍ୱାରା ପ୍ରଭାବିତହୋଇ କୌଣସି ମିଥ୍ୟାବାଦିନୀ ଦୋଷାରୋପ ଲଗାଇପାରନ୍ତି। ସଭାସମିତି, ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri