Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ
ଆଜି ଦିନଟିରେ ସ୍ବାସ୍ଥ୍ୟ ଓ ମନ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବରେ ଭୁଲେଇଦେବ। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଅଧ୍ୟାପନା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଶାରୀରିକ ସୁସ୍ଥତା ରହିଲେ ମଧ୍ୟ କର୍ମଜଞ୍ଜାଳ ଦିନଟିକୁ ବ୍ୟସ୍ତତା ଭିତରେ ଅତିବାହିତ କରାଇବ। ପୂର୍ବାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂରହେବ। ସଭାସମିତି, କଳା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ପାରିବାରିକ ଜୀବନ କେତେକାଂଶରେ ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ଆଜି ଆର୍ଥିକ,ସାମାଜିକ ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭଙ୍କରୀ ହେବ। ମଧୁର ବ୍ୟବହାର,ସୌଜନ ଓ ସୌହାର୍ଦ୍ଦ୍ୟ ଦ୍ୱାରା ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିବ। ସକାଳୁ ସକାଳୁ ବଳକା କାମକୁ ଶୀଘ୍ର ଶେଷ କରିବା ସକାଶେ ବ୍ୟସ୍ତ ହୋଇ ପଡ଼ିବେ। ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ଆଜି ଆପଣ ଉନ୍ନତ ଚିନ୍ତା, ସୁପରିକଳ୍ପିତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର୍ଯ୍ୟରୁ ଖୁସି ରହିବେ। ପ୍ରତ୍ୟେକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ଆକର୍ଷଣୀୟ ଭାବମୂର୍ତ୍ତି ପଦସ୍ଥ ବ୍ୟକ୍ତି ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ଆଦୃତି ଲାଭ କରିବ।
ସି˚ହ
ସି˚ହ
କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନ ନେଇ ପଛେଇ ରହିବେ। ଅତୀତର କେତେକ ଅଶାନ୍ତ ଭାବନା ମନକୁ ଅସ୍ଥିର କରି ରଖିପାରେ। କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିଲେ ମଧ୍ୟ ସାଧାରଣ ଝଟକାରୁ ବାଦ୍‌ ପଡ଼ିବ ନାହିଁ। ତଥାପି ପ୍ରତ୍ୟେକ କଥାକୁ ପଛକୁ ପକାଇ ପାରିବାରିକ କ୍ଷେତ୍ରକୁ ପୂର୍ବବତ୍‌ ସୁସ୍ଥ ରଖିପାରିବେ।
କନ୍ୟା
କର୍ମକ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣକରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ମିତବ୍ୟୟିତା ଗୁଣ ଅବଲମ୍ବନ କରି ଅନାବଶ୍ୟକ ଜିନିଷଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ। ପାରିବାରିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ରହିଲେ ମଧ୍ୟ ଗୁରୁତର ହେବ ନାହିଁ। ସମ୍ପର୍କୀୟମାନେ ଆଗରେ କିଛି ନ କହିଲେ ମଧ୍ୟ ପଛରେ ଶ୍ରୁତିକଟୁ କଥା କହିପାରନ୍ତି।
ତୁଳା
ତୁଳା
ରୋଗର ପ୍ରାଦୁର୍ଭାବ ଆଜି ଦେଖିବାକୁ ମିଳିପାରେ। କିଛି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଟି ଠିକଣା ସମୟରେ ଦୂରେଇ ରହିବ। କର୍ମକ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଉପରିସ୍ଥ ଅଫିସର ଭୁଲ୍‌ ବୁଝିପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ପ୍ରବଚନ କାର୍ଯ୍ୟକ୍ରମ, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ।
ବିଛା
ବିଛା
ପରିବାରର ବ୍ୟତିକ୍ରମକୁ ସୁଧାରି ନେବାରେ ସଫଳ ହେବା ଦୁରୂହ ହୋଇପଡ଼ିବ। ମନର ଦୁଃଖକୁ ମନ ଭିତରେ ଲୁଚାଇ କାର୍ଯ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ପୂର୍ବରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। କିଣାବିକା କ୍ଷେତ୍ରରେ ସତର୍କ ନ ରହିଲେ ଠକାମିରେ ପଡ଼ିପାରନ୍ତି।
ଧନୁ
ଧନୁ
ପ୍ରତିକୂଳ ସମୟ ହେତୁ ନିଜର ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ସନ୍ଦେହ, ଅବିଶ୍ୱାସ ଓ ଭୁଲ୍‌ ବୁଝାମଣା ହେତୁକ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ନ ରହିପାରେ। କିନ୍ତୁ ଆଧ୍ୟାତ୍ମିକତା, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆର୍ଥିକ, ସାମାଜିକ, ସୃଜନାତ୍ମକ କାମରେ ଉନ୍ନତମାନର ଫଳ ମିଳିବ।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରା,ନୂତନ କର୍ମାରମ୍ଭ, ଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ କ୍ଷେତ୍ର ଭଲ ରହିବ। ଦିନଟିରେ ଉଚ୍ଚଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ଆଶାବାଦୀ ହେବେ ଏବଂ ଆନୁଷଙ୍ଗିକ ସୁବିଧା ପାଇପାରିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ପାରିବାରିକ ଓ କର୍ମକ୍ଷେତ୍ର ସୁନ୍ଦର ଓ ସାବଲୀଳ ହେବ। ଦୀର୍ଘଦିନରୁ ଚିନ୍ତାକରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ, କିମ୍ବା ଧାତୁ ଅଳଙ୍କାରାଦି କ୍ରୟ ସୁଯୋଗ ଜୁଟିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ସମାଧାନ ପୂର୍ବକ ଉନ୍ନତି ପରିଲକ୍ଷିତ ହେବ। ପକ୍ଷପାତିତାକୁ ଆଧାରକରି କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମୀନମୀନ
ଆପଣଙ୍କ ବାସ୍ତବବାଦୀ ଚିନ୍ତାଧାରା ଓ ରୋକ୍‌ଠୋକ୍‌ କଥା ବିଜ୍ଞବ୍ୟକ୍ତିମାନଙ୍କ ଦ୍ୱାରା ଗ୍ରହଣୀୟ ହେବ। ଅନ୍ୟ ଦ୍ୱାରା ପ୍ରଭାବିତହୋଇ କୌଣସି ମିଥ୍ୟାବାଦିନୀ ଦୋଷାରୋପ ଲଗାଇପାରନ୍ତି। ସଭାସମିତି, ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?