Posted inRasifala

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ
ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ। ସାମାଜିକ ସ୍ତରରେ ଦକ୍ଷତାର ମୂଲ୍ୟାୟନ ହେବା ସାଙ୍ଗକୁ ପୁରସ୍କୃତ ହୋଇପାରନ୍ତି। ପରିବାରରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା ରହି ନ ପାରେ।
ବୃଷ
ବୃଷ
ଆଜିର ଗ୍ରହଯୋଗରୁ ଉଚ୍ଚ ସମ୍ମାନ, ସାମାଜିକ ପ୍ରତିଷ୍ଠା, କର୍ମକ୍ଷେତ୍ର ଓ ରାଜନୈତିକ ସ୍ଥିତିକୁ ମଜଭୁତ କରିବେ। ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାରୁ କାମ ଅପୂର୍ଣ୍ଣ ରହିଯିବ। ପ୍ରତି ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ସାହିତ୍ୟ, ସାମ୍ବାଦିକତା ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ବଢିପାରେ।
ମିଥୁନ
ମିଥୁନ
ଶୁଭଗ୍ରହ ସଂଯୋଗରୁ ପ୍ରତ୍ୟେକ କ୍ଷେତ୍ରରେ ସାହସିକତାର ପରିଚୟ ଦେଇ ସମାଜରେ ନିଜର ପ୍ରାଧାନ୍ୟତା ବୃଦ୍ଧି କରିପାରନ୍ତି। ବନ୍ଧୁଙ୍କ ସହାୟତାରେ ଭ୍ରାତୃ ସମ୍ପର୍କରେ ତିକ୍ତତାର ସମାଧାନ କରାଇବାରେ ସମର୍ଥ ହେବେ। ଆତ୍ମୀୟମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି।
କର୍କଟ
କର୍କଟ
ଧନାଧିପ ଉଚ୍ଚ ରହିଥିବାରୁ ଅର୍ଥ ସମ୍ପର୍କିତ ସମସ୍ୟାକୁ ସୁଧାରି ନେବେ। ନୂତନ କର୍ମାରମ୍ଭ ପରିପ୍ରେକ୍ଷୀରେ ଆଜିର ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ। ବ୍ୟବସାୟରେ ଲାଭ ମିଳିବ ମାତ୍ର ଅନ୍ୟ ବାଟରେ ତାହା ଖର୍ଚ୍ଚ ହୋଇଯାଇପାରେ। ପାରିବାରିକ କ୍ଷେତ୍ର, ବନ୍ଧୁ ସମ୍ପର୍କ,ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବାର ସମ୍ଭାବନା ରହିଛି।
ସି˚ହ
ସି˚ହ
ରାଶ୍ୟାଧିପତିଙ୍କ ସହିତ ବୁଧ ଅବସ୍ଥାନ କରି ଅର୍ଥସଙ୍କଟକୁ ଦୂରେଇ ନେବେ। ଆଜିର କାମ ଯଥାରୀତି ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। ନୂତନ ଯୋଜନା, ଜମିଜମା, ଯାନ୍ତ୍ରିକ କାରବାର, ଯାନବାହନ କ୍ରୟରେ ଅଗ୍ରଗତି ହେବ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ।
କନ୍ୟା
ଅଷ୍ଟମାଧିପତି ଏକାଦଶସ୍ଥ ହେତୁ ପ୍ରତିବନ୍ଧକ ମଧ୍ୟରେ ଆପଣଙ୍କ ପ୍ରାପ୍ୟ ଅଟକି ରହିବ। ନିର୍ଦ୍ଦିଷ୍ଟ ଜାଗାରେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ। ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାଧାରଣ ତର୍କବିତର୍କିତ କଥାରେ ପ୍ରିୟ ବ୍ୟକ୍ତିଟି ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିବେ।
ତୁଳା
ତୁଳା
କର୍ମାଧିପ ପାପଗ୍ରହ ପ୍ରଭାବ ଯୁକ୍ତ ଯୋଗୁ ଆପଣଙ୍କ ପ୍ରତ୍ୟ୍ୟେକ ଉଦ୍ୟମ ବିଶୃଙ୍ଖଳିତ ରହିବ। ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କେତେକାଂଶରେ ସମସ୍ୟାର ସ୍ଥିତି ବଦଳି ଯାଇପାରେ। ମାନସିକଚାପ ବୃଦ୍ଧିଜନିତ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିବ। ସହକର୍ମୀ ଫାଇଦା ହାସଲ କରିବା ଲାଗି ମନ ବଳାଇବେ।
ବିଛା
ବିଛା
ଶନି ଓ ବୃହସ୍ପତିଙ୍କ ସ୍ଥିତି ଆର୍ଥିକ ଦିଗରୁ ଶୁଭଫଳ ପ୍ରଦାନ କରିବ। ବିଜାତୀୟ ବନ୍ଧୁଙ୍କ ସହ ମିତ୍ରତା, ନୂତନ ସ୍ଥାନ ପରିଭ୍ରମଣର ସୁଯୋଗ ଲାଭକରି ଖୁସି ରହିବେ। ପ୍ରତ୍ୟେକ କାର୍ଯ୍ୟ ମନ୍ଥର ଗତିରେ ଗଡି ଚାଲିବା କାରଣରୁ ସାମୟିକ ଅନୁଚିନ୍ତା କରିପାରନ୍ତି। ପ୍ରିୟ ବ୍ୟକ୍ତିଟିର ଛଳନା ଓ ପ୍ରତାରଣା ପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯାଇପାରେ।
ଧନୁ
ଧନୁ
ଦୁଃସ୍ଥାନରେ କର୍ମାଧିପତି ରହି କର୍ମାରମ୍ଭରେ ସମସ୍ୟା ସୃଷ୍ଟି କରିପାରନ୍ତି। ପାରିବାରିକ ସମସ୍ୟା ଲାଘବ ହୋଇପାରେ। ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର, ନୂତନ ଚୁକ୍ତିପତ୍ର ସ୍ବାକ୍ଷର, ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଯୋଗାଣ କାରବାର ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
କୈାଣସି ଅସୁବିଧା ନ ଥିଲେ ମଧ୍ୟ ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ଲାଗିରହିବ। ପାରିବାରିକ ବୁଝାମଣା, ଆର୍ଥିକ ଉନ୍ନତି ଓ ବନ୍ଧୁଙ୍କ ସାହାଯ୍ୟ ଲାଭ କରାଇବ। ବ୍ୟବସାୟ ଦିଗଟି ମନ୍ଦ ହେବନି କିନ୍ତୁ ପରିବହନରେ ଝଗଡାର ଆଶଙ୍କା ରହିଛି। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ଗୁରୁ କ୍ଷେତ୍ରସ୍ଥ ଶନିଙ୍କ ଯୋଗୁ ଆପଣଙ୍କ ଦୈହିକ, ମାନସିକ ଓ କର୍ମକ୍ଷେତ୍ର ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। ଏକାଦିକ୍ରମେ ଆଜି ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ କୃତିତ୍ୱ, କଳା, ସାହିତ୍ୟାଦିରୁ ସମ୍ମାନ ପ୍ରଭୃତି ସୁଖଦ ଖବର ପାଇପାରନ୍ତି। ପାରିବାରିକ ସ୍ତରରେ ବାରମ୍ବାର ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍‌ ହେବନି।
ମୀନମୀନ
ଷଷ୍ଠାଧିପତି ଚତୁର୍ଥଭାବରେ ରହି ପ୍ରତ୍ୟେକ ସ୍ତରରେ କିଛିନାକିଛି ସମସ୍ୟା ସୃଷ୍ଟି କରିପାରନ୍ତି। ଅବଶ୍ୟ ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବା ସହ ପାରିବାରିକ ଜୀବନକୁ ସୁଖ, ସନ୍ତୋଷରେ ଅତିବାହିତ କରାଇବେ। ଘର ପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କ୍ରୀଡା, ସଙ୍ଗୀତ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri