Posted inRasifala

ରାଶିଫଳ: ବୁଧବାର, ଜୁନ୍ ୨୪ ତାରିଖ – Daily Horoscope

ମେଷ
ଆଜିର ସପ୍ତମଚନ୍ଦ୍ର ଜୀବନଯାତ୍ରାକୁ ପ୍ରୀତିପ୍ରଦ କରାଇବ। ବନ୍ଧୁସମ୍ପର୍କ ଭଲ ରହିବା ସହ ଆଶା କରୁଥିବା ଜିନିଷ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ଦୀର୍ଘ ଦିନରୁ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିପାରେ। ଲେଖାପଢ଼ା, ବାଣିଜ୍ୟ ଏବଂ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନରୁ ଖୁସି ରହିବେ।
ବୃଷ
ବୃଷ
ଉତ୍ତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ ଆପଣଙ୍କ ଚେଷ୍ଟା ଫଳବତୀ ହେବାର ଆଶା ମଉଳି ଯାଇପାରେ। ପ୍ରତ୍ୟେକ କଥାରେ ସମାଲୋଚନା କରୁଥିବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ଅସମର୍ଥ ହୋଇପାରନ୍ତି। ସହକର୍ମୀଙ୍କ ସହାୟତାରେ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଥିବା ସମସ୍ୟା ଦୂର ହେବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଟି କୌଣସି ବନ୍ଧୁଙ୍କ ସାହାଯ୍ୟରେ ସମ୍ପନ୍ନ ହେବାର ଆଶା ରହିଛି। ଆତ୍ମୀୟସ୍ବଜନଙ୍କ କୌଣସି ନୂତନ କାର୍ଯ୍ୟରେ ଯୋଗଦେଇ ପୂର୍ବ ପ୍ରତିଶ୍ରୁତିକୁ ପାଳନ କରିପାରନ୍ତି। ଯାନ ବାହନ, ଜମିଜମା, ଗୃହସୀମା କିମ୍ବା ମାଲିମକଦ୍ଦମା ସମ୍ବନ୍ଧୀୟ କ୍ଷେତ୍ରରେ ଟେନ୍ସନ ଲାଗିରହିବ।
କର୍କଟ
କର୍କଟ
ଶୁକ୍ରକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ଚାପ ବୃଦ୍ଧି ପାଇବା କାରଣରୁ ଅପେକ୍ଷାକୃତ ଅସୁବିଧା ଭୋଗିପାରନ୍ତି। ବୃହସ୍ପତିଙ୍କ ଦୃଷ୍ଟିରୁ ଧର୍ମାନୁଷ୍ଠାନ ଦିଗରେ ଆପଣଙ୍କ ସକ୍ରିୟ ସହଯୋଗ ଯୋଗୁ ସାମାଜିକ ସ୍ତରରେ ଆଦୃତି ଲାଭ କରିବେ। କ୍ରୀଡ଼ା, ସାମ୍ବାଦିକତା, ସାହିତ୍ୟରେ ଉନ୍ନତି କରିବେ। ଅଧୁରା କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ସି˚ହ
ସି˚ହ
ରାଶିରେ ପାପଗ୍ରହ କାରଣକେତୁଙ୍କ ଅବସ୍ଥାନ କାରଣରୁ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। ଏଣେ ଶନିଙ୍କ କୁପ୍ରଭାବରେ ଆପଣଙ୍କ ଭୁଲ୍‌ନିଷ୍ପତ୍ତି ବହୁଜନଙ୍କର ଅଶାନ୍ତିର କାରଣ ହୋଇପାରେ। ଶୁକ୍ରଙ୍କ ସୁପ୍ରଭାବରେ ସାହିତ୍ୟଚର୍ଚ୍ଚା ଓ ରଚନାମତ୍କ କାମରୁ ପ୍ରଶଂସା ମିଳିବ। ପରୋକ୍ଷ ଶତ୍ରୁତା କାର୍ଯ୍ୟ ହାସଲରେ ଅନ୍ତରାୟ ହେବନାହିଁ।
କନ୍ୟା
ଶନିଦୃଷ୍ଟ ତୃତୀୟାଧିପତି ଯୋଗୁ ଅପୂରଣୀୟ ଆଶା ଓ କାମନା ପାଇଁ ଅନ୍ୟମାନଙ୍କୁ ଦାୟୀ କରିପାରନ୍ତି। କଠିନ ଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ମିତ୍ରମାନେ ଶତ୍ରୁତା ଆଚରଣ କରିପାରନ୍ତି। ଗୃହମରାମତି, ଜମିଜମା କ୍ରୟବିକ୍ରୟ, ମାଲିମକଦ୍ଦମା ସମ୍ପର୍କୀୟ ଆଲୋଚନାରେ ସାଧାରଣ ଅଗ୍ରଗତି ହୋଇପାରେ।
ତୁଳା
ତୁଳା
କର୍ମଭାବସ୍ଥ ବୁଧ ସହିତ ଗୁରୁଙ୍କ ସଂଯୋଗ କାରଣରୁ ପାରିବାରିକ ସ୍ଥିତିରେ ସମାନତା ଆସିପାରେ। ତଥାପି ନିଜ ପରିସରର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକର ସମ୍ମୁଖୀନ ହୋଇ କର୍ମବାଧା ଭୋଗ କରିପାରନ୍ତି। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା କ୍ଷେତ୍ରରୁ ସୁନାମ ପାଇବେ। ଶିଳ୍ପ, ବାଣିଜ୍ୟ, କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ।
ବିଛା
ବିଛା
ଆଜିର ଅନୁକୂଳ ଗ୍ରହସ୍ଥିତି ଆପଣଙ୍କ ଯାତ୍ରା, ବନ୍ଧୁସମ୍ପର୍କ ଓ କର୍ମକ୍ଷେତ୍ରକୁ ଦୃଢ଼ୀଭୂତ କରିବ। ଜ୍ୟେଷ୍ଠା ନକ୍ଷତ୍ରର ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ଆଗାମୀ ସମୟ ପାଇଁ କାମକୁ ଆସିବାର ସୂଚନା ରହିଛି। ରାଶ୍ୟାଧିପ ମଙ୍ଗଳଙ୍କ ସ୍ବଗୃହକୁ ଦୃଷ୍ଟି କାରଣରୁ ଶାରୀରିକ ସୁସ୍ଥତା ପୂର୍ଣ୍ଣତଃ ରହିବ।
ଧନୁ
ଧନୁ
ଆଜିର ଗ୍ରହସ୍ଥିତି ଅନୁକୂଳ ନ ଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହଯୋଗ ଅବ୍ୟାହତ ରହିବ। ଅଟକିଥିବା କାମ ହାସଲ ପାଇଁ ଚେଷ୍ଟା କରି ସଫଳ ହୋଇପାରନ୍ତି। ବାଣିଜ୍ୟ, ପରିବହନରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅଷ୍ଟମଭାବସ୍ଥ ରାଶ୍ୟାଧିପତିଙ୍କ ଉଚ୍ଚାରୋହଣ ସ୍ବାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ ମଧ୍ୟରେ ରଖିବ।
ମକର
ମକର
ନବମଭାବକୁ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଜନିତ ମନ ଭିତରର ଇଚ୍ଛା ଓ ଅଭିଳାଷକୁ ପୂରଣରେ ବିଳମ୍ବ ଘଟିପାରେ। ଅବଶ୍ୟ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ରହିବନାହିଁ। ଆଲୋଚନାକାଳରେ ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।
କୁମ୍ଭ
କୁମ୍ଭ
କର୍ମାଧିପତି ମଙ୍ଗଳ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ଠିକ୍‌ ରହିବ। ପରିସ୍ଥିତିକୁ ସ୍ବାଭାବିକ କରିବା ସକାଶେ ବନ୍ଧଙ୍କୁ ମନ ବୁଝିଲାଭଳି କଥା କହିପାରନ୍ତି। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ। ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ପାଣିର ଗାର ସଦୃଶ ମୂଲ୍ୟହୀନ ହୋଇପାରେ।
ମୀନମୀନ
ଦେବଗୁରୁ ବୃହସ୍ପତିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିଜନିତ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ଶନିଙ୍କ ପ୍ରଭାବରୁ ଡିପ୍ରେସନ କମିବନାହିଁ। ବନ୍ଧୁଙ୍କ କଥାରେ ବିଶ୍ୱାସକରି କୌଣସି କାମରେ ହାତ ଦେଇ ସଫଳତା ପାଇବେ। ବନ୍ଧୁମିଳନ, ସଭାସମିତି, ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଯାତ୍ରା, ବାଣିଜ୍ୟରେ ସଫଳ ହେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଜୁନ୍ ୨୩ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଏବଂ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନକରି ଖୁସି ରହିବେ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ…

ରାଶିଫଳ: ସୋମବାର, ଜୁନ୍ ୨୨ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ପାଇ ଖୁସି ରହିବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା…

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳଜନିତ ବ୍ୟବହାରରେ କଠୋରତାଜନିତ ମତାନ୍ତର କିମ୍ବା କଳହ ଘଟିପାରେ। ଅବଶ୍ୟ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିପାରିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri