Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ରର ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ ସହଯୋଗରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ। ଆନୁଷ୍ଠାନିକ କାମରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ବନ୍ଧୁଙ୍କ ପରାମର୍ଶରେ କର୍ମାରମ୍ଭ ପାଇଁ ପ୍ରସ୍ତୁତି ଚଳାଇ ପାରନ୍ତି। ଜମିଜମା କାରବାର, ଘର ତିଆରି, ଯାନବାହନ ମରାମତି, ଦୋକାନର ଉନ୍ନତି କରଣ ଓ ସଭା ସମିତିରୁ ଉପକୃତ ହେବେ। ଆନୁଷ୍ଠାନିକ କାମରେ ଟେନ୍‌ସନ କିଛି ମାତ୍ରାରେ ଲାଗି ରହିବ। ବିଗତ ଦିନରେ ଘଟି ଯାଇଥିବା ଘଟଣାର ମୋଡ଼ ବଦଳି ଯାଇପାରେ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ର ଆନୁଷ୍ଠାନିକ କାମରେ ନିୟୋଜିତ ହେବେ। ଘର କିମ୍ବା ଜମିଜମା, ପୁରୁଣା ଗାଡି, ଯାନ୍ତ୍ରିକ ଜିନିଷ କିଣାବିକା ସକାଶେ ମନ ବଳାଇବେ। ଗୃହସୀମାକୁ କେନ୍ଦ୍ରକରି ପଡ଼ୋଶୀଙ୍କ ସହ ସମସ୍ୟା ସୃଷ୍ଟି ହେବ। ଆଜି ଯାହା କରିବେ ଅବଶ୍ୟ କ୍ଷତି ହେବନି, ମାତ୍ର ଏକ ସଂଘର୍ଷମୟ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିବ।
କର୍କଟ
କର୍କଟ
ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ପଛରେ କିଛି ଲୋକ ସମାଲୋଚନା କରିପାରନ୍ତି। କାର୍ଯ୍ୟବ୍ୟସ୍ତ ଯୋଗୁ ଘର କାମକୁ ଅଣଦେଖା କରିବେ। ଅଶ୍ଳେଷା ନକ୍ଷତ୍ରର କଚେରି ମାମଲା ମନ୍ଥର ହେବାରୁ ଉଦ୍‌ବେଗ ବୃଦ୍ଧି ପାଇବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, ମାତ୍ର ନିଜର ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅବହେଳା ଯୋଗୁ କାମଟି ବିଗିଡି ଯାଇପାରେ। ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ ଖୁସି ରହିବେ। ମଘା ନକ୍ଷତ୍ର ବାଣିଜ୍ୟ ଓ ବ୍ୟବସାୟରୁ ଭଲ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ। ମନ ଭିତରର ଅକୁହା କଥାକୁ ବନ୍ଧୁଙ୍କ ନିକଟରେ ବଖାଣି ସାମୟିକ ସହାନୁଭୂତି ଲାଭ କରିବେ।
କନ୍ୟା
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ସମ୍ପନ୍ନ କଷ୍ଟକର ହେବ। ମୁହଁ ସମ୍ମୁଖରେ ମିଠା କଥା କହି ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ଲୋକମାନଙ୍କ ପ୍ରତି ସତର୍କ ରହିବା ଭଲ ହେବ। ଗୁରୁଜନଙ୍କ ପରାମର୍ଶରେ ଅଟକିଥିବା ନିର୍ମାଣ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ହସ୍ତା ନକ୍ଷତ୍ର ସାମାଜିକ ସ୍ତରରେ ଲୋକସମ୍ପର୍କ ବଢ଼ିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ବନ୍ଧୁମାନଙ୍କ ପ୍ରିୟପାତ୍ର ହେବେ। ଦୀର୍ଘ ଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟ ଭିତ୍ତିକ କାମଗୁଡିକ ସୁରୁଖୁରୁରେ ହୋଇଯିବ।
ବିଛା
ବିଛା
ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିଲେ ମଧ୍ୟ ଆଜି କେବଳ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାର କରିପାରିବେ। ସାଧାରଣ କଥାକୁ ନ ବୁଝି ମଧ୍ୟ ଘଟଣାକୁ ଅତିରଞ୍ଜିତ କରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ରର ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ଧନୁ
ଧନୁ
ମୂଳା ନକ୍ଷତ୍ର ଜାତବ୍ୟକ୍ତି ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ମନ ଠିକ୍‌ ରହିବାରେ ବନ୍ଧୁଙ୍କ ପରାମର୍ଶ ମୁଖ୍ୟ ଭୂମିକା ଗ୍ରହଣ କରିବ।
ମକର
ମକର
ପାରିବାରିକ ସମସ୍ୟାକୁ ନେଇ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି। ଜମିଜମା କ୍ରୟ ବିକ୍ରୟ କିମ୍ବା ନୂତନ ବାଣିଜ୍ୟାରମ୍ଭ ପାଇଁ ମନ ବଳାଇବେ। ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
କେତେକ ଆକସ୍ମିକ ସମସ୍ୟାକୁ ନେଇ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିବେ। ଶତଭିଷା ନକ୍ଷତ୍ର ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ନତୁବା ସମାଲୋଚିତ ହେବାକୁ ପଡ଼ିପାରେ। ଚେଷ୍ଟା କରୁଥିବା କାମରେ ଆନୁଷଙ୍ଗିକ ସାହାଯ୍ୟ ନିଶ୍ଚିତ ଲାଭ କରିବେ।
ମୀନମୀନ
ରେବତୀ ନକ୍ଷତ୍ରର ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ। ପରିବାରର ଖର୍ଚ୍ଚ ଭାର ବଢିଯିବାରୁ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକ କ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ। ସଭାସମିତିରେ ସଫଳତା ହାସଲ କରି ସାମାୟିକ ଆନନ୍ଦ ଅନୁଭବ କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?