Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ
ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରିନେବେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ ସାଙ୍ଗକୁ ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଅନୁରୋଧରୁ ଦୂରଯାତ୍ରା କରିପାରନ୍ତି।
ବୃଷ
ବୃଷ
କଲ୍ୟାଣ ଚନ୍ଦ୍ରଜନିତ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କେତେକ ସାଧାରଣ କଥାକୁ କେନ୍ଦ୍ରକରି କିମ୍ବା ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ସାଙ୍ଗକୁ ବ୍ୟବସାୟ ଓ ପରିବହନ ମଧ୍ୟ ମନ୍ଦ ହେବ ନାହଁି।
ମିଥୁନ
ମିଥୁନ
ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ସମସ୍ତ ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଯେତେ ଭଲ କାମ କଲେ ମଧ୍ୟ ପରିବାର ଭିତରୁ ସମାଲୋଚିତ ହେବାକୁ ପଡ଼ିବ। ଆପଣଙ୍କ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଭୋଗବିଳାସର ପ୍ରାଚୁର୍ଯ୍ୟ ପାଇପାରନ୍ତି। ଚେଷ୍ଟା କରୁଥତ୍ବା କାମରେ ସଫଳତା ପାଇବା ଆଶା ରହିଛି।
କର୍କଟ
କର୍କଟ
ଚତୁର୍ଥଭାବରେ ଶୁକ୍ର ଥିବାରୁ ଦୂରରେ ରହୁଥିବା ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ପାଇବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁଙ୍କ ସକ୍ରିୟତା ବୃଦ୍ଧି ପାଇବ, କିନ୍ତୁ ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ। କାମ କରୁଥିବା କମ୍ପାନୀ ତରଫରୁ ଆଦେଶପ୍ରାପ୍ତ ହୋଇ ଦୂରଭ୍ରମଣର ସୁବିଧା ଲାଭ କରିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରିବା ଦିଗରେ ଅଧିକାଂଶ ସମୟ ବିତିବା ସୂଚନା ରହିଛି । ବ୍ୟବସାୟ ଓ ପରିବହନରେ ହଠାତ୍‍ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟିହୋଇପାରେ। ରାଶିରେ କବନ୍ଧଗ୍ରହ କେତୁଙ୍କ ସ୍ଥିତି ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ଦୀର୍ଘଦିନର ଅପୂରଣୀୟ ଆଶା ମନରେ ବିଭିନ୍ନ ଆଶଙ୍କା ସୃଷ୍ଟି କରିପାରେ। ଯେସାକୁ ତେସା ନୀତିରେ କାମକରି ସମାଲୋଚିତ ହୋଇପାରନ୍ତି। ଘର ଲୋକଙ୍କୁ ଉପେକ୍ଷାକରି ପରକଥାରେ ପଡ଼ି ଭୁଲ୍‍ ମାର୍ଗର ଅନୁସରଣକରି ଅନୁତାପ କରିବାକୁ ପଡ଼ିପାରେ। ଧନ ସ୍ଥାନସ୍ଥ ସ୍ବଗୃହୀ ଶୁକ୍ରଜନିତ ଆର୍ଥିକ ସ୍ଥିତି ବହୁତ ଭଲ ରହିବ।
ତୁଳା
ତୁଳା
ଚନ୍ଦ୍ର ଓ ଶୁକ୍ରଙ୍କ ସୁପ୍ରଭାବରୁ ସାମାଜିକ କ୍ଷେତ୍ରରେ ଏବଂ ପାରିବାରିକ ସ୍ତରରେ ଆଦରଣୀୟ ହୋଇ ରହିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ନ ରହିଲେ ହଇରାଣ ହେବେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
କର୍ମକ୍ଷେତ୍ରର ବିଭିନ୍ନ ପ୍ରକାର ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ,ଅନ୍ୟଥା କଳହର ସମ୍ଭାବନା ରହିଛି। ଲାଭଭାବସ୍ଥ ଶୁକ୍ର ଯୋଗୁ ବନ୍ଧୁଙ୍କୁ ଅନୁନୟ ବିନୟ ପୂର୍ବକ ଅର୍ଥସଙ୍କଟରୁ ମୁକ୍ତି ପାଇବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ଅସ୍ଥିରତା କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରେ। ଗୁରୁ କ୍ଷେତ୍ରସ୍ଥ ଶନିଙ୍କ ଯୋଗୁ ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବାରୁ ସାଙ୍ଗସାଥୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇପାରେ। ଅଫିସ୍‍ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ।
ମକର
ମକର
ଆଜି ଚନ୍ଦ୍ରଙ୍କ ସୁପ୍ରଭାବରୁ ଯେଉଁ କାମ ଆରମ୍ଭ କରିବାକୁ ଯିବେ ସେଥତ୍ରେ ସଫଳ ହେବେ। ଘରର ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ବିଚଳିତ ରହିପାରନ୍ତି। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରର ଅସଜଡ଼ା ପରିସ୍ଥିତିକୁ ସଜାଡ଼ିନେବାରେ ସଫଳ ହେବେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବାରୁ ଚିନ୍ତା କରିବାକୁ ପଡ଼ିବ। ଆଜି ଆନୁଷ୍ଠାନିକ କ୍ଷେତ୍ରରେ ସହଜ ଓ ସୁବିଧାରେ ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ ହୋଇଯିବ। ଶୁକ୍ରଙ୍କ ଶୁଭତ୍ୱରୁ ପାରିବାରିକ କ୍ଷେତ୍ରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିହେବା ସମ୍ଭାବନା ରହିଛି।
ମୀନମୀନ
ବୁଧ ହେତୁକ ପାରସ୍ପରିକ ଭୁଲ୍‍ ବୁଝାମଣା କାରଣରୁ ଅର୍ଥ ସମ୍ପର୍କକୁ ନେଇ ବିବାଦଗ୍ରସ୍ତ ହେବେ। ନିଜ ପରିସରରେ ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ବନ୍ଧୁଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟରେ ସଫଳତା ହାସଲ କରିବେ। ଜିଦ୍‍ଖୋର ପ୍ରବୃତ୍ତି ଯୋଗୁ ହଇରାଣ ହୋଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?