Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୦ ତାରିଖ – Daily Horoscope

ମେଷ
ଆଜି ଘରର କୈାଣସି ସମସ୍ୟା, ସହକର୍ମୀଙ୍କ ବ୍ୟବହାର ଏବଂ ମତାନୈକ୍ୟର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକ ଦୂରେଇ ଯାଇପାରନ୍ତି।
ବୃଷ
ବୃଷ
ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରିବ। ଘରେ ଅସାବଧାନତାବଶତଃ କୈାଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଅଫିସ୍‌କୁ ଯିବା ସମୟରେ କୈାଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତା ଓ ଅଶାନ୍ତି କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ କୈାଣସି ପ୍ରକାର ଅସୁବିଧାଜନିତ ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଆଜିର ପ୍ରାତଃଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ଆକସ୍ମିକ ଭାବରେ ଧାରକରଜ, ଭଡ଼ା ସୂତ୍ରରୁ ଟଙ୍କା ପାଇ ଖୁସି ହୋଇଯିବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବ। ବ୍ୟବସାୟ, ପରିବହନ, ସଭାସମିତି କ୍ଷେତ୍ରରୁ ସୁଫଳ ପାଇପାରିବେ।
ସି˚ହ
ସି˚ହ
ହଠାତ୍‌ ସକାଳୁ କିଛି ଶୁଭ ଖବର ମନକୁ ଖୁସି କରିଦେଇପାରେ। ଅସୂୟା ମନୋଭାବ କାରଣରୁ ନିକଟସ୍ଥ ବ୍ୟକ୍ତିମାନେ ସମାଲୋଚନା କରିପାରନ୍ତି। ଅଧ୍ୟୟନ ଓ ଅଧ୍ୟାପନା, ଆଲୋଚନା, ସଭାସମିତି ତଥା ସାଂସ୍କୃତିକ କ୍ଷେତ୍ରରେ ଉନ୍ନତି କରିବେ। ପ୍ରଶାସନ, ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ।
କନ୍ୟା
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି,ତାହା ନିଶ୍ଚୟ ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ପରିବାର ଭିତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବେ।
ତୁଳା
ତୁଳା
ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଭୋଗବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଦ୍ୱାରା ସାମୟିକ ବାଧାବିଘ୍ନ ଘଟିପାରେ। ବ୍ୟବସାୟରେ ମନୋବଳ ଖୁବ୍‌ ଟାଣ ରହିବ ଏବଂ ଲାଭବାନ୍‌ ହେବେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଆଜି କାର୍ଯ୍ୟଦକ୍ଷତା ହେତୁ ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ଲାଭ କରିବେ। ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡିବ।
ଧନୁ
ଧନୁ
ପାରିବାରିକ ପରିସ୍ଥିତି ଚିନ୍ତାର କାରଣ ହୋଇପାରେ। ଅନ୍ୟାନ୍ୟ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ। ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା ଶୁଭଖବରଟି ଆକସ୍ମିକ ଭାବରେ ପାଇ ଉଲ୍ଲସିତ ହେବେ। ବିଦେଶ ଯାତ୍ରା, ଶିକ୍ଷା, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଛି।
ମକର
ମକର
କର୍ମକ୍ଷେତ୍ରରେ ମନ କଥା ମନରେ ରଖି ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ବ୍ୟବସାୟରେ ଉନ୍ନତି ଘଟିବ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ। ବନ୍ଧୁଙ୍କଠାରୁ ଗୁଜବ ଶୁଣିବା ପରେ ମନରେ ଦୁଶ୍ଚିନ୍ତା ସୃଷ୍ଟି ହେବ। ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବ। ନିର୍ଦ୍ଦିଷ୍ଟ ସମୟରେ ଉଚିତ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ।
କୁମ୍ଭ
କୁମ୍ଭ
ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ପରିବାରରୁ ସହଯୋଗ ପାଇ କେତେକ କାମ ହାସଲ କରିବେ। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ।
ମୀନମୀନ

ଆଜି ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଆର୍ଥିକ ସ୍ଥିତି, ଜମିଜମା କାରବାର, ନିର୍ମାଣାଧୀନ କାମ ପ୍ରଭୃତିରୁ ଶୁଭଫଳ ପାଇବେ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ,ଯାହାକି ସମସ୍ୟା ସୃଷ୍ଟି କରିପାରେ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?