ବାସ୍ତୁଦୋଷ ଥିଲେ ଘରେ ଉପୁଜିଥାଏ ଅଶାନ୍ତି, ଦୂର ପାଇଁ ପ୍ରତିକାରର ଉପାୟ…

ଅନେକେ ବିଶ୍ୱାସ କରନ୍ତି, ଘରେ କୌଣସି ବାସ୍ତୁଦୋଷ ଥିଲେ ବହୁ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ସେ ନେଇ ବାସ୍ତୁଶାସ୍ତ୍ରରେ ରହିଛି କିଛିଟା ପ୍ରତିକାରର ଉପାୟ…

* ଘରର ବାସ୍ତୁଦୋଷ ଦୂର କରିବାକୁ ଐଶାନ୍ୟ କୋଣରେ କଳସ ସ୍ଥାପନ କରିପାରିବେ। କୁହାଯାଏ, କଳସ ହେଉଛନ୍ତି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କର ଏକ ସ୍ବରୂପ। ତେଣୁ କଳସ ସ୍ଥାପନ କଲେ କ୍ରମେ ଘରର ପରିସ୍ଥିତିରେ ଅନେକ ସୁଧାର ଆସିଥାଏ ବୋଲି ବିଶ୍ୱାସ ରହିଛି।

* ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂରରେ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଶୁଭଫଳ ଦେଇଥାଏ। ଧ୍ୟାନ ରଖିବେ ଏହି ସ୍ବସ୍ତିକ ଚିହ୍ନ ଯେପରି ୯ ଆଙ୍ଗୁଳି ଲମ୍ବା ଓ ୯ ଆଙ୍ଗୁଳି ଚଉଡ଼ା ହେଉଥିବ। କୁହାଯାଏ, ଏହି ଚିହ୍ନର ପ୍ରଭାବରେ ଘରୁ ନକାରାତ୍ମକ ଊର୍ଜା ହ୍ରାସ ହୋଇଥାଏ।

* ବାସ୍ତୁଶାସ୍ତ୍ରରେ ଘୋଡ଼ା ନାଲର ବି ଅନେକ ଗୁରୁତ୍ୱ ରହିଛି। କୁହାଯାଏ, ଏହି ନାଲକୁ ଘରର ମୁଖ୍ୟଦ୍ୱାର ନିକଟରେ ଟଙ୍ଗାଇଲେ ବାସ୍ତୁଦୋଷ ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

* ଘରର ମୁଖ୍ୟଦ୍ୱାର ଯଦି ଦକ୍ଷିଣମୁହାଁ ହୋଇଥାଏ, ତା’ହେଲେ ପ୍ରବେଶ ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇବା ଶୁଭ ହୋଇଥାଏ। ଏହାଛଡ଼ା ପଞ୍ଚଧାତୁରେ ତିଆରି ପିରାମିଡ୍‌କୁ ବି ମୁଖ୍ୟଦ୍ୱାର ନିକଟରେ ରଖିଲେ ଶୁଭଫଳ ମିଳିଥାଏ।

* ଘରର ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ କୋଣରେ ଝାଡୁ ରଖିପାରିବେ। ହେଲେ ଉତ୍ତର-ପୂର୍ବ/ ଦକ୍ଷିଣ-ପୂର୍ବ/ ପୂଜାଘରେ ଝାଡୁ ରଖିବା ଶୁଭ ନୁହେଁ। ଏହା ବାସ୍ତୁଦୋଷକୁ ଡାକି ଆଣିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?