Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ
ଗତକାଲିର ଟେନ୍‌ସନ ଆଜି କମିଯିବ ଏବଂ ଅଫିସ୍‌ରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ରାହୁ ଯୁକ୍ତ ଚନ୍ଦ୍ରଙ୍କ କୁପ୍ରଭାବରୁ କ୍ରୟ ବିକ୍ରୟ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବାରୁ ମନୋବଳ ବୃଦ୍ଧି ପାଇବ। ସ୍ତ୍ରୀଙ୍କ ଚିଡ଼ା ସ୍ବଭାବ ଏବଂ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ।
ବୃଷ
ବୃଷ
ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପତି ହେତୁ ଆଜି ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। ବନ୍ଧୁଙ୍କ ସମ୍ମୁଖରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବା ପାଇଁ ବାଧ୍ୟ ହେବେ। ଗତକାଲିଠାରୁ ଭାବୁଥିବା କାମଟି ଆଜି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ପରିବହନ, ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଆଜି ରବି ଓ ବୁଧଙ୍କ ସଂଯୋଗରୁ ଦୃଢ଼ ପଦକ୍ଷେପ ନେଇ ଲକ୍ଷ୍ୟ ହାସଲ କରିବେ। ଆର୍ଥିକ ଅଭିବୃଦ୍ଧି ଘଟିଲେ ମଧ୍ୟ ଆପଣ ବାଧ୍ୟ ହୋଇ ଯେସାକୁ ତେସା ନୀତିରେ କାମ କରିବେ। ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଇ ଚଳିବାକୁ ପଡ଼ିବ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ଆଜି ପାପଗ୍ରହ ଯୁକ୍ତ ଚନ୍ଦ୍ର ଯୋଗୁ ଅଧିକାଂଶ ସମୟ ମାନସିକ ଅସ୍ଥିରତା ମଧ୍ୟରେ କଟାଇବେ। କର୍ମକ୍ଷେତ୍ରରେ କଠୋର ପରିଶ୍ରମଜନିତ ସ୍ବାସ୍ଥ୍ୟ ହାନି ଘଟିପାରେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ ଓ ଶୁକ୍ରଙ୍କ ସୁପ୍ରଭାବରୁ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ମାତ୍ର ଆଲୋଚନା ସମୟରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।
ସି˚ହ
ସି˚ହ
ଆଜିର ବୁଧାଦିତ୍ୟ ଯୋଗ ଆପଣଙ୍କ ସ୍ଥିର ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ। ଆର୍ଥିକ ସ୍ବଚ୍ଛଳତା ରହିବା କାରଣରୁ ମାନସିକ ସ୍ଥିରତା ଆସିବ। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି ଚଳିବା ଭଲ ହେବ ଅନ୍ୟଥା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବନ୍ଧୁଙ୍କ ପ୍ରରୋଚନାରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କନ୍ୟା
ସମସ୍ୟା ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବ। ଆଜି ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିପାରେ। ସ୍ବଗୃହୀ ଶନି ପ୍ରଭାବରେ ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ପିଲାଙ୍କ ସହ ଖୁସିଗପର ମଉକା ଜୁଟିବ। ସଭାସମିତିରେ ଯୋଗ ଦେଲେ କିମ୍ବା ସହମତିରେ କାମ କଲେ ଲକ୍ଷ୍ୟ ହାସଲ କରିପାରିବେ। ଆଜି ଇଚ୍ଛା ନ ଥିଲେ ମଧ୍ୟ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ଶୁକ୍ର ପ୍ରଭାବରୁ ପରିବହନ, ବ୍ୟବସାୟ ତଥା ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ।
ବିଛା
ବିଛା
କଥାକହିବାରେ ସଂଯମତା ଅବଲମ୍ବନ ନ କରିପାରିଲେ ହାତମୁଠାରୁ ଥିବା ସୁଯୋଗ ଖସିଯାଇପାରେ। ଦ୍ୱାଦଶସ୍ଥ ଶୁକ୍ରଜନିତ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅଭାବ ନ ଥିଲେ ମଧ୍ୟ ଆବଶ୍ୟକତା ପୂରଣ ପାଇଁ କରଜ କରିପାରନ୍ତି।
ଧନୁ
ଧନୁ
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ଅର୍ଥ ସଂଗ୍ରହରେ ତପତ୍ରତା ବେକାର ଯିବ ନାହିଁ। ପାରିବାରିକ ଜଞ୍ଜାଳଜନିତ ସାମୟିକ ମାନସିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ତୃତୀୟସ୍ଥ ରାହୁଯୁକ୍ତ ଚନ୍ଦ୍ର ହେତୁ କୌଣସି ଭୁଲ୍‌ ଖବରକୁ ସତ୍ୟ ମନେକରି ଉତ୍‌କ୍ଷିପ୍ତ ହୋଇପାରନ୍ତି। ବାଣିଜ୍ୟ, ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇପାରନ୍ତି।
କୁମ୍ଭ
କୁମ୍ଭ
ଭାଗ୍ୟସ୍ଥାନରେ ଶୁକ୍ର ରହିଥିବା ହେତୁ ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ମାତ୍ର ଅତିରିକ୍ତ ଭ୍ରମଣ ହେତୁକ ସନ୍ଧ୍ୟାରେ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
ମୀନମୀନ

ଆଜିର କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଅଫିସ୍‌ କାମରେ ସାମାନ୍ୟ ଅନୁପସ୍ଥିତି କିମ୍ବା ବିଳମ୍ବ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ପାପଗ୍ରହ ମଧ୍ୟସ୍ଥ ଗୁରୁଙ୍କ ଯୋଗୁ ଆନୁଷ୍ଠାନିକ କାମରେ ବାଧାବିଘ୍ନ ଘଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୨୯ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ। ସାମାନ୍ୟ ଭୁଲ୍‍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ…

ରାଶିଫଳ: ରବିବାର, ଜୁନ୍ ୨୮ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହ ସମ୍ପର୍କରୁ ଶାରୀରିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୈାଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ…

ରାଶିଫଳ: ଶନିବାର, ଜୁନ୍ ୨୭ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ର ଯୋଗୁ ଆପଣଙ୍କ ବିଚାରଧାରା ପରିବାରରେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିବ। ଅଟକି ରହିଥିବା କାମ ପୂରା ଦମରେ କରିବା ନିଷ୍ପତ୍ତି ନେଇପାରନ୍ତି।…

ରାଶିଫଳ: ଶୁକ୍ରବାର, ଜୁନ୍ ୨୬ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ଥିବାରୁ ଆପଣଙ୍କ ଯାତ୍ରା, ପରିବାର, ଯାନବାହନ କ୍ଷେତ୍ରରେ ସତର୍କ ରହିବା ଭଲ। ପ୍ରତିବନ୍ଧକ କିମ୍ବା କଞ୍ଚାମାଲର ଅଭାବଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri