ଯାଜପୁରରେ ଚହଳ ପକାଇଥିଲା ବୁଖାରୀଙ୍କ ପ୍ରେମ କାହାଣୀ,   ତଥାପି ଆତଙ୍କବାଦୀ ବୋଲି ଜାଣିପାରିଲାନି ପୋଲିସ

ଧର୍ମଶାଳା,୧୯।୧୨(ବଟକୃଷ୍ଣ ପରିଡ଼ା): କଶ୍ମୀର ପୋଲିସର ମୋଷ୍ଟ ଓ୍ବାଣ୍ଟେଣ୍ଡ ଅଭିଯୁକ୍ତ ସୟଦ ଇଶାନ ବୁଖାରୀ(୩୭) ଗିରଫ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ସୋମବାର  ବୁଖାରୀଙ୍କ ସ୍ତ୍ରୀ  ସେହେନାଜ୍‌ ପରଓ୍ବିନ୍‌ଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ତେବେ ମଙ୍ଗଳବାର ଏହି ଘଟଣା ଆଉ ଏକ ମୋଡ ନେଇଛି। ପୂର୍ବରୁ ୨୦୧୮ରେ ବୁଖାରୀଙ୍କ ଗତିବିଧିକୁ ଦେଖି ନେଉଳପୁର ଅଞ୍ଚଳର ଜଣେ ଖବରଦାତା ଦିଲ୍‌ଦାର ଚାନ୍ଦ ଧର୍ମଶାଳା ଧାନାରେ ବୁଖାରୀଙ୍କ  ନାମରେ ଅଭିଯୋଗ କରିଥିଲେ।
ଉକ୍ତ ଖବରଦାତାଙ୍କ  ୩ ମାସ ତଳେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି ଯଦି ଧର୍ମଶଳା ପୋଲିସ ପୂର୍ବରୁ ଏହି ଘଟଣାକୁ ଗୁରତର  ସହିତ  ନେଇଥାନ୍ତା ତେବେ ବୁଖାରୀଙ୍କ ଭଳି ଜଣେ ଆତଙ୍କବାଦୀ ଦୀର୍ଘ ୫ ବର୍ଷ ଧରି ନେଉଳପୁରରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିପାରି ନ ଥାନ୍ତେ।
ସୂଚନାଯୋଗ୍ୟ, ଖବରଦାଦା ଦିଲ୍‌ଦାରଙ୍କ ଜଣେ ବନ୍ଧୁଙ୍କ ଭଉଣୀ ହେଉଛନ୍ତି ବୁଖାରୀଙ୍କ ସ୍ତ୍ରୀ ପରଓ୍ବିନ୍‌।  ପରଓ୍ବିନ୍‌ ପୂର୍ବରୁ ବିବାହ କରିଥିଲେ। ମାତ୍ର କୌଣସି କାରଣ
ପାଇଁ ସେ ଶାଶୁ ଘର ଛାଡ଼ି ବାପ ଘରେ ରହୁଥିଲେ। ଏହି ସମୟରେ ସେ ବୁଖାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ମୋବାଇଲ୍‌ ଚାଟ୍‌ରୁ ତାଙ୍କ ସମ୍ପର୍କ  ହୋଇଥିଲା । ପରେ ଏହା ଶାରୀରକ ସମ୍ପର୍କରେ ପରିଣତ ହୋଇଥିଲା। ବୁଖାରୀ ନିଜକୁ ଡାକ୍ତର ପରିଚୟ ଦେଇ ପରଓ୍ବିନ୍‌ଙ୍କୁ ପ୍ରେମ  ଜାଲରେ ଫସାଇଥିଲେ। ୧୯ /୧୨ ୨୦୧୮ରେ ଖବରଦାତା ତାଙ୍କ ନାମରେ ଅଭିଯୋଗ କରିବାପରେ ପରଓ୍ବିନ୍‌ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହି ଘଟଣାରେ ବୁଖାରୀଙ୍କୁ ଅଟକ ରଖାଯାଇଥିଲା ପରେ ପରଓ୍ବିନ୍‌ ସ୍ବାମୀଙ୍କ ପକ୍ଷ ନେଇ ଖବରଦାତାଙ୍କ ବିରୋଧରେ କହିଥିଲେ। ପୋଲିସ ବୁଖାରୀଙ୍କୁ ଛାଡ଼ି ଖବରଦାତାଙ୍କୁ ଅଟକ ରଖିଥିଲା। ଏହି ଘଟଣାରେ ଅନ୍ୟଜଣେ ଖବର ଦାତା ସୁରେଶ ବିଶ୍ୱାଳ ହସ୍ତକ୍ଷପ କରି ତାଙ୍କୁ ଆଣିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri