Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ
ପାପଯୁକ୍ତ ଚନ୍ଦ୍ର ପ୍ରଭାବରେ ଆଜି ମାନସିକ ସ୍ଥିରତା ରହି ନ ପାରେ। କିନ୍ତୁ ଦ୍ୱିଜା ନକ୍ଷତ୍ରର ଶିକ୍ଷାକ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ଆଲୋଚନା, ପାରିବାରିକ ସଦ୍‌ଭାବ ସବୁ ପାଇବେ। ବନ୍ଧୁଙ୍କ ସହଯୋଗରେ ଅଟକି ରହିଯାଇଥିବା ଅଫିସ୍‌ର କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଆଶା ପୂରଣ ହେବ।
ବୃଷ
ବୃଷ
କେନ୍ଦ୍ରସ୍ଥ ଶୁକ୍ର ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ମିତ୍ରମାନେ ସାହାଯ୍ୟ କରି କାମକୁ ଆଗକୁ ବଢାଇ ନେବେ। ଗୃହ ନିର୍ମାଣ, ଯାନ ବାହାନ ମରାମତି, ଦୋକାନର ଉନ୍ନତୀକରଣ ଓ ସଭାସମିତିରୁ ଉପକୃତ ହେବେ। ପରିବାରରେ ଗତକାଲି ଘଟିଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ।
ମିଥୁନ
ମିଥୁନ
ସ୍ବଗୃହୀ ବୁଧ ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ। ଜମିଜମା, ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ। ଗୃହ ସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଡୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହେବ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କର୍କଟ
କର୍କଟ
ରବିଙ୍କ ସୁପ୍ରଭାବରୁ ଆର୍ଥିକ ସ୍ଥିତି ଭଲ ରହିବ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ କରିବେ। ଆପଣଙ୍କ କାର୍ଯ୍ୟକଳାପରେ ସାମୟିକ ଅସନ୍ତୁଷ୍ଟ ହୋଇ ବନ୍ଧୁମାନେ ସିନା କହିବେ ନାହିଁ ପଛରେ ସମାଲୋଚନା କରିପାରନ୍ତି। କଚେରୀ ମାମଲା ମନ୍ଥର ହେବା କାରଣରୁ ଉଦ୍‌ବେଗ ବୃଦ୍ଧି ପାଇବ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।
ସି˚ହ
ସି˚ହ
ମଙ୍ଗଳଙ୍କ ସ୍ଥାନ ସ୍ଥିତିଜନିତ ଆଜି କୌଣସି କାମ ଅଟକିବ ନାହିଁ। ମାତ୍ର ସମସ୍ୟା ମଧ୍ୟରେ ସମ୍ପନ୍ନ ହେବ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବ, ଯାହାକି ଦୁଃଶ୍ଚିନ୍ତା ସୃଷ୍ଟି କରିପାରେ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ। କିନ୍ତୁ ପ୍ରତିଦ୍ୱନ୍ଦିତା ଲାଗିରହିବ।
କନ୍ୟା
ବୁଧ ଓ ଗୁରୁଙ୍କ ଅନୁକୂଳ ସ୍ଥିତି ହେତୁ ଆଜି ଯାହା କରନ୍ତୁ ନା କାହିଁକି କୌଣସି ଅସୁବିଧା ହେବ ନାହିଁ। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ଲୋକମାନେ ମଧ୍ୟ ହଠାତ୍‌ ପରିସ୍ଥିତିବଶତଃ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ। ଅବଶ୍ୟ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇପାରନ୍ତି।
ତୁଳା
ତୁଳା
ଶନି ଓ ରାହୁଙ୍କ ଦ୍ୱାରାର ପୀଡିତ କର୍ମାଧିପତି ହେତୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ପାଇଲେ ମଧ୍ୟ କାମ ହାସଲ କରିପାରିବେ ନାହିଁ। ଦୀର୍ଘ ଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟଭିତିକ କାମ ସୁରୁଖୁରୁରେ ହୋଇଯିବ। କଳା, ସାହିତ୍ୟ, ସାମ୍ବାଦିକତା ତଥା ସାମାଜିକ କ୍ଷେତ୍ରରେ ପ୍ରଂଶସିତ ହେବେ।
ବିଛା
ବିଛା
ବକ୍ରୀ ବୃହସ୍ପତି ସ୍ବଗୃହସ୍ଥ ଏବଂ କୋଣ ଭାବରେ ଥିବାରୁ ଆଲୋଚନା କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ଅସୁବିଧା ଭୋଗିବେ। ସାଧାରଣ କଥାକୁ ନ ବୁଝି ମଧ୍ୟ ଘଟଣାକୁ ଅତିରଞ୍ଜିତ କରି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ଧନୁ
ଧନୁ
ଚନ୍ଦ୍ର ଓ କେତୁଙ୍କ କୁପ୍ରଭାବରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବେ। ବନ୍ଧୁମାନେ ଦୂରେଇ ରହିବା କାରଣରୁ ପାରିବାରିକ କ୍ଷେତ୍ରରେ ଥିବାବିବାଦ ସମାଧାନର ସମୟ ବିଳମ୍ବିତ ରହିବ। ଅଫିସରେ କାର୍ଯ୍ୟ ବ୍ୟସ୍ତତା ହେତୁ ଚିନ୍ତାଧାରା ବକ୍ଷିପ୍ତ ହୋଇପାରେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ।
ମକର
ମକର
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବନ୍ଧୁଙ୍କସହ ନୂତନ ସମ୍ପର୍କରୁ ଖୁସି ରହିବେ। ଗୁରୁଜନମାନଙ୍କ ପରାମର୍ଶ କ୍ରମେ ଆପୋଷ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଆଇନ ଅଦାଲତରୁ ସୁଫଳ ପାଇବେ ତଥାପି କେତେକାଂଶରେ ଅସ୍ଥିରତା ଲାଗିରହିବ।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ସାଙ୍ଗସାଥୀଙ୍କ ସହଯୋଗରୁ ବିବଦମାନ ସ୍ଥିତିରୁ ମୁକ୍ତି ମିଳିବ ଓ ମନ ଖୁସି ହୋଇଯିବ। କେତେକ ଆକସ୍ମିକ ସମସ୍ୟାକୁ ନେଇ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପୂର୍ବ ପରିକଳ୍ପିତ ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିପାରନ୍ତି।
ମୀନମୀନ
ବିଭିନ୍ନ କାମରେ ଅନୁପବେଶ କାରଣରୁ ମାନସିକ ସ୍ଥିରତା ରହିବ ନାହିଁ। କର୍ମକ୍ଷେତ୍ରରେ, ସଭାସମିତିରେ,ରାଜନୈତିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ୍ଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହେବେ। ଆନୁଷ୍ଠାନିକ କାମରୁ କିମ୍ବାସଭାସମିତିରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?