Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସାହାଯ୍ୟ ପାଇ କାମ ତ୍ୱରାନ୍ବିତ କରିବାର ନିଷ୍ପତ୍ତି ନେବେ। କଠୋର ପରିଶ୍ରମ ଓ ଅନିଦ୍ରାଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଆର୍ଥିକ ସ୍ବଚ୍ଛଳତା ଫେରିିପାଇବେ ସତ, ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଶ୍ୱିନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।
ବୃଷ
ବୃଷ
ସହକର୍ମୀଙ୍କ ଦ୍ୱାରା ପ୍ରଭାବିତ ହୋଇ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିବାରୁ ଉଦ୍‌ବେଗ ବଢ଼ିପାରେ। କୃତ୍ତିକା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଗୁଡ଼ିଏ କାମ ହାତକୁ ନେଇ ଟେନ୍‌ସନ ବୃଦ୍ଧି ପାଇବ। କଚେରି ମାମଲାର ଶୁଣାଣି ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ସହଯୋଗ ଲୋଡ଼ିପାରନ୍ତି। ବନ୍ଧୁଙ୍କୁ ମନକଥା ଲୁଚାଇ ପାରିବେ ନାହିଁ। କିନ୍ତୁ ପରେ ତାହା ହିଁ ସମସ୍ୟାର କାରଣ ହେବ। ରାଜନୀତି କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କର୍କଟ
କର୍କଟ
ଆଜି ଯାହା ଇଚ୍ଛା କରୁଛନ୍ତି, କରି ଚାଲନ୍ତୁ କୌଣସି ଅସୁବିଧା ହେବ ନାହିଁ। ସବୁ କଥାରେ ହଁ ଭରିଲେ ଶେଷ ସମୟରେ ବନ୍ଧୁ ବିଶ୍ୱାସ ଘାତକତା କରିପାରନ୍ତି। ପୁଷ୍ୟା ନକ୍ଷତ୍ର ଆନୁଷ୍ଠାନିକ କାମରେ ସ୍ଥଗିତ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ବ୍ୟବସାୟରେ ସଫଳତା ହାସଲ କରିବେ ଏବଂ ବିଳାସ ଉପକରଣ କିଣିପାରନ୍ତି।
ସି˚ହ
ସି˚ହ
ଆଜି ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ମଘା ନକ୍ଷତ୍ର ଅଭିଳଷିତ ଜିନିଷଟି ପ୍ରାପ୍ତି ସକାଶେ ଉଚ୍ଚ ଆଶା କରି ନିରାଶ ହେବେ। ଆର୍ଥିକ ସ୍ବଚ୍ଛଳତା ସତ୍ତ୍ୱେ ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଆବଶ୍ୟକୀୟ ସହଯୋଗ ଲାଭକରି ସ୍ଥଗିତ କାମଟି ସମ୍ପୂର୍ଣ୍ଣ କରିପାରନ୍ତି।
କନ୍ୟା
ପରିବାରରେ ସାଧାରଣ କଥା ଜଟିଳ ଆକାର ଧାରଣ କରିପାରେ। କୌଣସି କାମ ନ କରି ଘରେ ବସି ରହିଥିବା ଭାଇଙ୍କ ପାଇଁ ଚିନ୍ତା କରିବେ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ଅଭାବନୀୟ ପରିସ୍ଥିତିକୁ ସାମନା କରି କାମ କରିବାକୁ ବାଧ୍ୟ ହେବେ। ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ ବ୍ୟବସାୟ ପାଇଁ କୌଣସି ସମସ୍ୟା ସୃଷ୍ଟି କରିପାରିବ ନାହିଁ।
ତୁଳା
ତୁଳା
ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନକଲେ ପଶ୍ଚାନ୍ତେ ଚିନ୍ତା କରିବାକୁ ସମୟ ପାଇବେ ନାହିଁ। ଉପସ୍ଥିତ ବୁଦ୍ଧି ଖଟାଇ ପାରିବାରିକ ସମସ୍ୟାକୁ ସମ୍ଭାଳି ନେବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ। ଚିତ୍ରା ନକ୍ଷତ୍ର ସକାଶେ ବନ୍ଧୁଙ୍କ ବିଷୟରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା
ବିଛା
ନୂତନ ସ୍ଥାନ ଓ ନୂତନ ପରିବେଶରେ ଏକ ଅନିର୍ବଚନୀୟ ଆନନ୍ଦ ଅନୁଭବ କରିବେ। କିଛି ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ଅତୀତ କଥାକୁ ଆଲୋଚନା କରି ଆଜି ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଅନୁରାଧା ନକ୍ଷତ୍ର କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ପୂର୍ବାଷାଢା ନକ୍ଷତ୍ର ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବା ସହ ସନ୍ତାନ ହେତୁକ ନିଜକୁ ଗୌରବାନ୍ବିତ ମନେକରିବେ।
ମକର
ମକର
ଆଜି ସ୍ତ୍ରୀଙ୍କ ଅନୁରାଗ, ବନ୍ଧୁଙ୍କ ଆଦର ସଙ୍ଗକୁ ଯାତ୍ରାରେ ଆଶା ପୂରଣ ହେତୁ ଖୁସି ରହିବେ। ସାମାଜିକ ସ୍ତରରେ ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ, ମାତ୍ର ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଶ୍ରବଣା ନକ୍ଷତ୍ର ବକେୟା ଆଦାୟରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ଅସ୍ଥିରତା ହେତୁ ରୁକ୍ଷ ବ୍ୟବହାରଜନିତ ଆତ୍ମୀୟ ଦୂରେଇ ଯାଇପାରନ୍ତି। ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ହେତୁ ମାନସିକ ସ୍ଥିତି ଅପରିବର୍ତ୍ତିତ ରହିବ। ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ଶତଭିଷା ନକ୍ଷତ୍ର ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମୀନମୀନ

ଆଜି ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ। ଗଣତନ୍ତ୍ରର ପ୍ରତୀକ ଶନିଙ୍କ ପ୍ରଭାବରୁ ରାଜନୀତିରେ ସାଂଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିପାରିବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ଉତ୍ତରଭାଦ୍ର ନକ୍ଷତ୍ର ଆଜି ତରବରିଆ ଭାବେ କୌଣସି କାମ କରିବା ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?