Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ
ଆଜି ଶାରୀରିକ ସୁସ୍ଥତା ସହ ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। ଅଫିସ୍‌ କାମରେ ଏପରି କି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁମେଳରେ ଦିନଟି ହସଖୁସିରେ କଟିବ। ପାରିବାରିକ ସ୍ଥିତି ମଧ୍ୟ ବହୁତ ଭଲ ରହିବ।
ବୃଷ
ବୃଷ
ରାଶିରେ ମଙ୍ଗଳ ହେତୁ ମାନସିକ ସ୍ଥିତି ଉତ୍ତେଜନାପ୍ରବଣ ରହିପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁମାନେ ଭୁଲ୍‌ ବୁଝିପାରନ୍ତି। ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତରଜନିତ ଟେନ୍ସନ ରହିବ। ଅବଶ୍ୟ ବନ୍ଧୁମିଳନ, ଉପଢ଼ୌକନ ଓ ସମ୍ମାନର ସୈାଭାାଗ୍ୟ ପାଇବେ।
ମିଥୁନ
ମିଥୁନ
ଭାଗ୍ୟସ୍ଥାନକୁ ବୁଧ ଦେଖୁଥିବାରୁ ବିଭିନ୍ନ ଧନ୍ଦା ସକାଶେ ସହକର୍ମୀମାନେ ଉସତ୍ାହିତ କରିବେ। ଜଣେ ବନ୍ଧୁ ମାର୍ଗଦର୍ଶକ ସାଜି ପାରନ୍ତି, ଯାହାକି ଆପଣଙ୍କ ସକାଶେ ହିତକର ହେବ। କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କଲେ ମନ୍ଦ ହେବନି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ
କର୍କଟ
ଆଜିର ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବ। ଯାହା ଚାହିଁବେ ତାହା ନିଶ୍ଚିତ ପ୍ରାପ୍ତ ହେବ। ବହୁତ ଦିନର ଅଭିଳାଷ ପୂରଣ ହୋଇଯିବ। ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ସି˚ହ
ସି˚ହ
ଧନ ଏକାଦଶାଧିପତି ରାଶିରେ ଥିବାରୁ ଅର୍ଥ, ସମ୍ମାନ, ବନ୍ଧୁଦର୍ଶନ ସହ ଉଚ୍ଚବର୍ଗଙ୍କ କୃପାପାତ୍ର ହେବେ। ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଏକାସଙ୍ଗରେ ଗୁଡ଼ିଏ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସଭାସମିତି ଦିଗଟି ଭଲ ରହିବ।
କନ୍ୟା
ଧନ ସ୍ଥାନରେ କେତୁ ଥିବା ହେତୁ ଅର୍ଥ ସମ୍ପର୍କୀୟ ବିବାଦ ଲାଗିପାରେ। ନିଜଲୋକଙ୍କ ଭୁଲ୍‌ କାମରୁ ଅଫିସରେ ସାଧାରଣ କଥାରେ ମତାନ୍ତର ସୃଷ୍ଟିହେବ। ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି ।
ତୁଳା
ତୁଳା
ଗ୍ରହ ସ୍ଥିତି ବିଷମତା କାରଣରୁ ମନ ଅସ୍ଥିର ରହିବା ସହ ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ବିବାଦର ସମ୍ମୁଖୀନ ହେବାକୁ ପଡ଼ିବ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଘରକୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଆଜିଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନୀଚସଂସର୍ଗରୁ ଦୂରେଇ ରହିବା ଭଲ । ଧନାଧିପ ବକ୍ରୀ ହେତୁ ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାରକରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ।
ଧନୁ
ଧନୁ
ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହେବେ। ବିଶେଷତଃ ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଅଶାନ୍ତିର କାରଣ ହୋଇପାରେ। ପରିବହନ, ଆମଦାନୀ କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
ସପ୍ତମସ୍ଥ ରବି ଓ ଶୁକ୍ର ହେତୁ ସାଧାରଣ କଥାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ସେଥିପାଇଁ ବନ୍ଧୁଙ୍କ କଥା ମାନି କାମ କଲେ ଭଲ । ସହକର୍ମୀଙ୍କ ସହୃଦୟତାରୁ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି । ପ୍ରକାଶନ, ସାହିତ୍ୟ ଚର୍ଚ୍ଚା ଓ ପ୍ରଶାସନିକ ସଫଳତା ଅବଶ୍ୟ ପାଇବେ।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସମ୍ଭାବନା ରହିଛି। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ନିକଟସ୍ଥ ବ୍ୟକ୍ତିଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି ।
ମୀନମୀନ
ଗୁରୁଚାନ୍ଦ୍ରି ଯୋଗ ପ୍ରଭାବରେ ଆଜି ସମସ୍ୟା ସମାଧାନ ହେବା କାରଣରୁ ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହିବ। କୌଣସି ବନ୍ଧୁ କିଛି ଖବର ନ ଦେଇ ହଠାତ୍‌ ଆସିଯିବେ। ସଭା ସମିତିକୁ ନିମନ୍ତ୍ରିତ ହୋଇ ଯିବାର ସୌଭାଗ୍ୟ ଅର୍ଜନ କରିବେ। କିନ୍ତୁ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?