Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୧୪ ତାରିଖ – Daily Horoscope

ମେଷ
ଏକାଦଶ ଚନ୍ଦ୍ର ପ୍ରଭାବରେ ଆଜି ଯାହା ଚାହୁଁଛନ୍ତି ତାହା ସହଜ ଓ ସୁବିଧାରେ ପାଇଯିବେ। କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଯାତ୍ରା କିମ୍ବା କଠୋର ପରିଶ୍ରମଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ।
ବୃଷ
ବୃଷ
ସ୍ବାସ୍ଥ୍ୟ ଖରାପ ନ ଥିଲେ ମଧ୍ୟ ବିଭିନ୍ନ ଘରୋଇ ଝାମେଲା କାରଣରୁ ମନଟା ଭଲ ରହିବ ନାହିଁ। ବାଣିଜ୍ୟ, ଲେଖାପଢ଼ା, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ବନ୍ଧୁଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ପ୍ରଦର୍ଶନ କରି ପ୍ରଶଂସିତ ହୋଇପାରନ୍ତି। ଦ୍ୱାଦଶରେ ରାହୁ ଥିବାରୁ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ମିଥୁନ
ମିଥୁନ
ବହୁତ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ। କାମ କରିବାର ସ୍ପୃହା ଥିଲେ ମଧ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ସହକର୍ମୀଙ୍କ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। କର୍ମଭାବରେ ଗୁରୁ ହେତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ଚିନ୍ତିତ ରହିବେ। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ହଠାତ୍‌ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ଦେହ ଭଲ ରହିବ, ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତି ବୋଧ କରିବେ। ଆଇନ, ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ମଙ୍ଗଳଙ୍କ ପ୍ରଭାବରୁ କାର୍ଯ୍ୟ ହାସଲରେ ସମର୍ଥ ହେବେ, କିନ୍ତୁ ପାରିବାରିକ ସ୍ଥିତି ପୂର୍ବ ଭଳି ରହିବ।
କନ୍ୟା
କୌଣସି ଖଳ ଲୋକଙ୍କ କଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ହଇରାଣ ହେବାକୁ ପଡିପାରେ। ଲାଭ ଭାବରେ ଶୁକ୍ର ଥିବାରୁ ହଠାତ୍‌ ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ବିଦେଶରେ ଥିବା ସନ୍ତାନଙ୍କଠାରୁ ସୁଖର ପାଇବେ।
ତୁଳା
ତୁଳା
ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଜିନିଷ ପାଇ ମନ ଖୁସି ହୋଇଯିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତାରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ବନ୍ଧୁମାନଙ୍କ ସାହାଯ୍ୟରୁ ଅର୍ଥ ଲାଭ ଓ ବନ୍ଧୁମିଳନ ଅବଶ୍ୟ ଘଟିବ।
ବିଛା
ବିଛା
ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଙ୍ଗଠନ, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ନିଜ ପରିସରରେ ବନ୍ଧୁଙ୍କ ଦ୍ୱାରା ସଭାରେ ପ୍ରଶଂସିତ ହେବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ପଡ଼ୋଶୀମାନେ ଈର୍ଷାପରାୟଣ ହୋଇ ସମସ୍ୟା ସୃଷ୍ଟିରେ ସହାୟକ ହୋଇପାରନ୍ତି। ପାରସ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। ବନ୍ଧୁଙ୍କ ପାଖରେ ବାକି ରହିଥିବା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ।
ମକର
ମକର
ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇପାରନ୍ତି। ରପ୍ତାନି କାରବାର, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ଦୂର ବନ୍ଧୁ ଆଜି ଆସିପାରନ୍ତି।
କୁମ୍ଭ
କୁମ୍ଭ
ବହୁ ଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ, ଆଜି ତାହା ଅତି ସୁବିଧାରେ ପାଇଯିବେ। ହଠାତ୍‌ ଜଣେ ବନ୍ଧୁ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ବିବାଦୀୟ ଘଟଣା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ।
ମୀନମୀନ
ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ। ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। କିନ୍ତୁ ବନ୍ଧୁମାନଙ୍କ ନିକଟରୁ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?