Posted inRasifala

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ ସମସ୍ୟାକୁ ହାଲୁକା ଭାବିଲେ ଅସୁବିଧାରେ ପଡ଼ିବେ। ପରିବାର ଭିତରେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ। ଅଫିସରେ କିମ୍ବା ନିଜର କର୍ମକ୍ଷେତ୍ରରେ ମଉଜିଆ କଥା କହି ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ କେତେକଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ।
ବୃଷ
ବୃଷ
କିଛି ପାଇବାର ଅଭିଳାଷ ରଖି କୌଣସି ବ୍ୟକ୍ତି ପ୍ରଶଂସା କରିପାରେ। ଅର୍ଥାଭାବକୁ ଜଣେ ଭଲ ସମ୍ପର୍କ ରହିଥିବା ସହକର୍ମୀ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇପାରନ୍ତି। ବହୁତ ଦିନରୁ ପ୍ରତୀକ୍ଷା କରିଥିବା ଖବରଟିକୁ ହଠାତ୍‌ ପାଇ ଉତ୍‌ଫୁଲ୍ଲିତ ହୋଇଯିବେ। ଆନୁଷ୍ଠାନିକ କାମରେ ଆବଶ୍ୟକୀୟ ସହଯୋଗର ଆଶା ବୃଥା ଯିବ ନାହିଁ।
ମିଥୁନ
ମିଥୁନ
ଭାବବିଭୋର ହୋଇ କାମ କରିବେ କିନ୍ତୁ ଆଶାନୁରୂପ ଫଳ ପାଇବେ ନାହିଁ। ଆଜିର ଯାତ୍ରାରେ ସତର୍କ ନ ରହିଲେ କିଛି ହଜାଇ ଦେଇ ପାରନ୍ତି। ଘରୋଇ ବ୍ୟାପାରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ବନ୍ଧୁଙ୍କ ସହାନୁଭୁତି ନିଶ୍ଚୟ ଲାଭ କରିବେ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
କର୍କଟ
କର୍କଟ
ପ୍ରତ୍ୟେକ କାମ ବିଳମ୍ବରେ ହେଉ ଥିବାରୁ ମନରେ ପୂର୍ବଭଳି ଆଗ୍ରହ ରହିବ ନାହିଁ। ନିର୍ମାଣାଧୀନ କାମ ଆଗେଇ ଚାଲିବ କିନ୍ତୁ ସମସ୍ୟା ଓ ପ୍ରତିବନ୍ଧକର ସାମନା କରିବାକୁ ପଡ଼ିପାରେ। ଆଇନ ଅଦାଲତରୁ ସୁଫଳ ପାଇବେ, ମାତ୍ର ପୂର୍ଣ୍ଣ ସନ୍ତୋଷ ନ ଆସିପାରେ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ସି˚ହ
ସି˚ହ
ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିଲେ ମଧ୍ୟ ପାରିବାରିକ କ୍ଷେତ୍ରର ଟେନସନ୍‌ କିିଛି ମାତ୍ରାରେ କମିଯିବ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହାୟତାରେ ଧାର ସୂତ୍ରରେ ଅର୍ଥ ପାଇପାରନ୍ତି।
କନ୍ୟା
ଆଜି ପରିବାରର କଥା ନେଇ ବିଭିନ୍ନ ପ୍ରକାରର ଆଲୋଚନା କରି ସିଦ୍ଧାନ୍ତରେ ଉପନୀତ ହେବେ। ସରଳ ବିଶ୍ୱାସ ନେଇ ମିତ୍ରମାନଙ୍କ ଉପରେ ସବୁ ଦାୟିତ୍ୱ ଲଦି ଦେଇ ନିଜେ ଚୁପ୍‌ଚାପ୍‌ ବସିବା ଠିକ୍‌ ହେବନି। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପରିଜନଙ୍କ ସହ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।
ତୁଳା
ତୁଳା
ଅନ୍ୟକୁ କାମରେ ଲଗାଇ ଫାଇଦା ହାସଲ କରିବେ। ପରିବାରର ବ୍ୟୟ ଭାର କ୍ରମଶଃ କମିକମିି ଆସିବା ସଙ୍ଗକୁ ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ କଷ୍ଟ ସ୍ବୀକାର କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ବିଛା
ବିଛା
ସମୟ ଖରାପ ନ ଥିଲେ ମଧ୍ୟ ଅବହେଳାରୁ ସୁଯୋଗ ହରାଇ ପାରନ୍ତି। ମନସ୍ତାପ କାରଣରୁ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିପାରନ୍ତି ମାତ୍ର ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଅର୍ଥନୈତିକ ପ୍ରଗତିରେ ମାନସିକ ସ୍ଥିତି ଭଲ ରହିବ। କିନ୍ତୁ ପର କଥାରେ ପଡ଼ି ନିଜ ଲେକମାନଙ୍କୁ ଭୁଲ୍‌ ବୁଝିବେ।
ଧନୁ
ଧନୁ
ପ୍ରତିକୂଳ ବାତାବରଣ ଲାଗି ରହିଥିଲେ ମଧ୍ୟ ନିଜର ନିରଳସ ଉଦ୍ୟମ ଓ ଆନ୍ତରିକ ପ୍ରଚେଷ୍ଟାରୁ ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ। ଆଜିର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ। ହାତକୁ ନେଇଥିବା ଧନ୍ଦାରେ ପ୍ରତିବନ୍ଧକ ଦେଖାଦେଇପାରେ। ଆଇନ ଅଦାଲତ ଓ ଗବେଷଣା କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ।
ମକର
ମକର
ମନ ଚାହୁଁ ନ ଥିଲେ ମଧ୍ୟ ଆଜି ଏକ ଭିନ୍ନ ପରିସ୍ଥିତିରେ ପଡ଼ି ଋଣ କରିବାକୁ ବାଧ୍ୟ ହେବେ। ଅନ୍ୟ କଥାକୁ ଉପେକ୍ଷା ନ କରିପାରି ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି। ଗୁରୁଜନ ମାନଙ୍କ କୃପାପାତ୍ର ହେବା କାରଣରୁ କେତେକ ସମସ୍ୟା କ୍ରମଶଃ ଅପସରି ଯିବ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଯେତେ ଚେଷ୍ଟା କଲେ ମଧ୍ୟ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବା କଷ୍ଟକର ହେବ। ଅବଶ୍ୟ କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ହିତୈଷୀମାନେ ବହୁତ ପ୍ରକାରର ଉପଦେଶ ମୂଳକ କଥା କହିପାରନ୍ତି। ହଠାତ୍‌ ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସରେ ସମୟ ଅତିବାହିତ କରିବେ।
ମୀନମୀନ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହୋଇପାରନ୍ତି। ଭୁଲ୍‌ ବୁଝାମଣାରୁ ପରିବାର ଭିତରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ଦୂରଭ୍ରମଣ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ତଥା ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। ଉନ୍ନୟନମୂଳକ କାମ କେତେକ ସାମାନ୍ୟ କାରଣରୁ ବାଧାପ୍ରାପ୍ତ ହେବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?