Posted inଖେଳ

କୋହଲି-ଶାସ୍ତ୍ରୀଙ୍କ ଏହି ଗୋଟିଏ ଭୁଲ ପାଇଁ ଏବେ ପୁରା ଟିମ୍‌ ଅସୁବିଧାରେ; ବିସିସିଆଇ ଖପ୍ପା

ନୂଆଦିଲ୍ଲୀ,୧୦।୯: ଇଂଲଣ୍ଡରେ ଭାରତୀୟ ଟିମ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚଳିତ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଥିଲା। ଶୁକ୍ରବାର ମାଞ୍ଚେଷ୍ଟରରେ ଅନ୍ତିମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଏଥିରେ ଭାରତ ବିଜେତା ହୋଇ ଇତିହାସ ରଚିବ ବୋଲି ଆଶା କରାଯାଉଥିଲା। ହେଲେ କରୋନା ଯୋଗୁ ଅନ୍ତିଶ୍ଚିତତାକୁ ଠେଲି ହୋଇଯାଇଛି ଏହି ସିରିଜ୍‌। ଶେଷ ଟେଷ୍ଟକୁ ବାତିଲ କରିଦିଆଯାଇଥିବା ନେଇ ସ୍ପଷ୍ଟ କରାଯାଇଛି। ତେବେ ଏଥିରେ ବିଜେତା କିଏ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ଆଗାମୀ ଦିନରେ ପୁନର୍ବାର ମ୍ୟାଚ୍‌କୁ ଖେଳାଯିବାକୁ ଆଲୋଚନା ଜାରି ରହିଛି। ପୂର୍ବରୁ ଶ୍ରୀଲଙ୍କା ଗସ୍ତ ବେଳେ କରୋନା ଯୋଗୁ ଭାରତୀୟ ଟିମ୍‌ ଅଡୁଆରେ ପଡ଼ିଥିବା ବେଳେ ଏବେ ଇଂଲଣ୍ଡରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି। ଏସବୁକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ବାୟୋ ବବଲ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏତେ ଶକ୍ତ କଟକଣା ଭିତରେ କରୋନା କିଭଳି ଆସିଲା ବୋଲି ପ୍ରଶଂସକ ଯୁକ୍ତି ବାଢ଼ୁଛନ୍ତି।

ନିକଟରେ ଇଂଲଣ୍ଡର ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ଅଧିନାୟକ ବିରାଟ କୋହଲି ଯୋଗ ଦେଇଥିଲେ। ଓଭାଲ ଟେଷ୍ଟ ପୂର୍ବରୁ ଉଭୟଙ୍କ ସହ କିଛି ଖେଳାଳି ମଧ୍ୟ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁତ ଗହଳି ହୋଇଥିବା ବେଳେ ଯେ କେହି ବିନା ମାସ୍କରେ ଥିଲେ। ଏପରିକି ସାମାଜିକ ଦୂରତା ବଜାୟ ରଖାଯାଇ ନ ଥିଲା। ଏହାର ପରିଣାମସ୍ବରୂପ ଓଭାଲ ଟେଷ୍ଟର ଚତୁର୍ଥ ଦିନ ଶାସ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ସେ ଆଇସୋଲେଶନରେ ରହିଥିବା ବେଳେ ତାଙ୍କ ସହ ବୋଲିଂ କୋଚ୍‌ ଭରତ ଅରୁଣ, ଫିଲ୍ଡିଂ କୋଚ୍‌ ଆର୍‌.ଶ୍ରୀଧର ଏବଂ ଫିଜିଓ ନିତୀନ ପଟେଲ ପ୍ରମୁଖ କରୋନା ସଂକ୍ରମିତ ହୋଇଥିଲେ।

ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତର ଟ୍ରେନିଂ ସେଶନ୍‌ ବନ୍ଦ କରିଦିଆଯାଇଥିବା ଖବର ମିଳିଥିଲା। ପରେ ଜୁନିୟର ଫିଜିଓ ଯୋଗେଶ ପରମାର କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଏହାପରେ ଖେଳାଳିମାନଙ୍କ ଟେଷ୍ଟ କରାଯାଇଥିଲା। ହେଲେ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମାତ୍ର ୩ରୁ ୪ ଦିନ ପରେ କରୋନା ପ୍ରଭାବ ଦେଖାଇଥାଏ ବୋଲି ଖେଳାଳିମାନେ ଆଶଙ୍କା କରୁଛନ୍ତି। ଏଣୁ ସେମାନେ ମ୍ୟାଚ୍‌ ଖେଳିବାକୁ ଅରାଜି ହେବା ସହ ବିସିସିଆଇକୁ ଚିଠି ଲେଖିଥିଲେ। ଶେଷରେ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି।

କହିରଖୁଛୁ, ସିରିଜ୍‌ ଆରମ୍ଭ ପୂର୍ବରୁ ରିଷଭ ପନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥିନେଇ ବିସିସିଆଇ ସଚିବ ସମସ୍ତ ଖେଳାଳିମାନଙ୍କୁ କଟକଣାରେ ରହିବାକୁ ଏବଂ ଭିଡ ସ୍ଥାନକୁ ନ ଯିବାକୁ ପରାମର୍ଶ ଦେିଥିଲେ। ହେଲେ ଚତୁର୍ଥ ଟେଷ୍ଟ ପୂର୍ବରୁ ଶାସ୍ତ୍ରୀ ନିଜେ ବାହାରକୁ ଯିବା ସହ ଦଳର କିଛି ଖେଳାଳିଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଏହାକୁ ନେଇ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଗୋଟିଏ ଭୁଲ ଯୋଗୁ ଏସବୁ ଆରମ୍ଭ ହୋଇଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ସେହି ଗୋଟିଏ ଭୁଲ ଯୋଗୁ ସମସ୍ତେ ଅସୁବିଧାରେ ପଡ଼ିଲେ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସ୍‌ଆର ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୬ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ...

ଟିଭି ପରଦାରେ ଡେବ୍ୟୁ କରିବେ ଧୋନୀ

କ୍ରିକେଟରେ ସଫଳ ରହିବା ପରେ ଏବେ ଟିଭି ପରଦାରେ ନଜର ଆସିବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଭାରତୀୟ ସେନା...

ଓଡ଼ିଶା ଭାରତୀୟ ରଗ୍‌ବୀ ଦଳର ପ୍ରାୟୋଜକ

ଭୁବନେଶ୍ୱର,୧୪।୧୦(ସ୍ପୋଟର୍‌ସ ବ୍ୟୁରୋ): ହକି ପରେ ଏବେ ରଗ୍‌ବୀ। ଓଡ଼ିଶା ସରକାର ୨୦୦୮ ମସିହାରେ ଭାରତୀୟ ହକି ଦଳର ପ୍ରାୟୋଜକ ରହିଆସିଥିବା ବେଳେ ଏବେ ଆଗାମୀ ୩...

ଧୋନୀଙ୍କୁ ଗମ୍ଭୀରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭।୭- ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ଭେଟେରାନ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଆର୍ମିରେ କାର୍ଯ୍ୟ କରିବାକୁ ପ୍ରଶଂସା କରିଛନ୍ତି। ଗମ୍ଭୀରଙ୍କ...

ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍‌: ୧୪୫ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୪।୬: ଇଂଲଣ୍ଡର ତାରକା ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ୬୫୦ ଉଇକେଟ ନେବାରେ ଜେମ୍ସ ଆଣ୍ଡରସନ ଦୁନିଆର ପ୍ରଥମ...

ୟୁରୋପିଆନ୍‌ ଓପନ୍‌ ଚାମ୍ପିୟନ ମୁରେଙ୍କ ମାନ୍ୟତା ବୃଦ୍ଧି

ପ୍ୟାରିସ୍‌, ୨୨।୧୦(ଏଏଫ୍‌ପି)- ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଆଣ୍ଡି ମୁରେ ୟୁରୋପିଆନ୍‌ ଓପନ୍‌ ଟାଇଟଲ୍‌ ଜିତିଛନ୍ତି। ଫାଇନାଲରେ ମୁରେ ୩-୬, ୬-୪, ୬-୪ ସେଟ୍‌ରେ...

ବାପା ଆଉଟ୍‌ ହେବା ପରେ ରାଗରେ ପୁଅ କଲେ ଏମିତି କାମ, ଭିଡିଓ ଭାଇରାଲ୍‌

ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ପ୍ଲେ ଅଫ ଦୌଡ଼ ପାଇଁ ପ୍ରତ୍ୟେକ ମ୍ୟାଚ ସହିତ ଆକର୍ଷଣୀୟ ହେଉଛି। ରବିବାର ଡିଫେଣ୍ଡିଂ ଚାମ୍ପିଅନ...

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟସ୍‌ ଜିତି ଭାରତ ମହିଳା ଦଳର ବ୍ୟାଟିଂ ଆରମ୍ଭ

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚ ଭାରତ-ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଛି। ଭାରତୀୟ ମହିଳା...

Advertisement
Archives

Model This Week