Posted inଖେଳ

କୋହଲି-ଶାସ୍ତ୍ରୀଙ୍କ ଏହି ଗୋଟିଏ ଭୁଲ ପାଇଁ ଏବେ ପୁରା ଟିମ୍‌ ଅସୁବିଧାରେ; ବିସିସିଆଇ ଖପ୍ପା

ନୂଆଦିଲ୍ଲୀ,୧୦।୯: ଇଂଲଣ୍ଡରେ ଭାରତୀୟ ଟିମ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚଳିତ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଥିଲା। ଶୁକ୍ରବାର ମାଞ୍ଚେଷ୍ଟରରେ ଅନ୍ତିମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଏଥିରେ ଭାରତ ବିଜେତା ହୋଇ ଇତିହାସ ରଚିବ ବୋଲି ଆଶା କରାଯାଉଥିଲା। ହେଲେ କରୋନା ଯୋଗୁ ଅନ୍ତିଶ୍ଚିତତାକୁ ଠେଲି ହୋଇଯାଇଛି ଏହି ସିରିଜ୍‌। ଶେଷ ଟେଷ୍ଟକୁ ବାତିଲ କରିଦିଆଯାଇଥିବା ନେଇ ସ୍ପଷ୍ଟ କରାଯାଇଛି। ତେବେ ଏଥିରେ ବିଜେତା କିଏ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ଆଗାମୀ ଦିନରେ ପୁନର୍ବାର ମ୍ୟାଚ୍‌କୁ ଖେଳାଯିବାକୁ ଆଲୋଚନା ଜାରି ରହିଛି। ପୂର୍ବରୁ ଶ୍ରୀଲଙ୍କା ଗସ୍ତ ବେଳେ କରୋନା ଯୋଗୁ ଭାରତୀୟ ଟିମ୍‌ ଅଡୁଆରେ ପଡ଼ିଥିବା ବେଳେ ଏବେ ଇଂଲଣ୍ଡରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି। ଏସବୁକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ବାୟୋ ବବଲ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏତେ ଶକ୍ତ କଟକଣା ଭିତରେ କରୋନା କିଭଳି ଆସିଲା ବୋଲି ପ୍ରଶଂସକ ଯୁକ୍ତି ବାଢ଼ୁଛନ୍ତି।

ନିକଟରେ ଇଂଲଣ୍ଡର ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ଅଧିନାୟକ ବିରାଟ କୋହଲି ଯୋଗ ଦେଇଥିଲେ। ଓଭାଲ ଟେଷ୍ଟ ପୂର୍ବରୁ ଉଭୟଙ୍କ ସହ କିଛି ଖେଳାଳି ମଧ୍ୟ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁତ ଗହଳି ହୋଇଥିବା ବେଳେ ଯେ କେହି ବିନା ମାସ୍କରେ ଥିଲେ। ଏପରିକି ସାମାଜିକ ଦୂରତା ବଜାୟ ରଖାଯାଇ ନ ଥିଲା। ଏହାର ପରିଣାମସ୍ବରୂପ ଓଭାଲ ଟେଷ୍ଟର ଚତୁର୍ଥ ଦିନ ଶାସ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ସେ ଆଇସୋଲେଶନରେ ରହିଥିବା ବେଳେ ତାଙ୍କ ସହ ବୋଲିଂ କୋଚ୍‌ ଭରତ ଅରୁଣ, ଫିଲ୍ଡିଂ କୋଚ୍‌ ଆର୍‌.ଶ୍ରୀଧର ଏବଂ ଫିଜିଓ ନିତୀନ ପଟେଲ ପ୍ରମୁଖ କରୋନା ସଂକ୍ରମିତ ହୋଇଥିଲେ।

ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତର ଟ୍ରେନିଂ ସେଶନ୍‌ ବନ୍ଦ କରିଦିଆଯାଇଥିବା ଖବର ମିଳିଥିଲା। ପରେ ଜୁନିୟର ଫିଜିଓ ଯୋଗେଶ ପରମାର କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଏହାପରେ ଖେଳାଳିମାନଙ୍କ ଟେଷ୍ଟ କରାଯାଇଥିଲା। ହେଲେ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମାତ୍ର ୩ରୁ ୪ ଦିନ ପରେ କରୋନା ପ୍ରଭାବ ଦେଖାଇଥାଏ ବୋଲି ଖେଳାଳିମାନେ ଆଶଙ୍କା କରୁଛନ୍ତି। ଏଣୁ ସେମାନେ ମ୍ୟାଚ୍‌ ଖେଳିବାକୁ ଅରାଜି ହେବା ସହ ବିସିସିଆଇକୁ ଚିଠି ଲେଖିଥିଲେ। ଶେଷରେ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି।

କହିରଖୁଛୁ, ସିରିଜ୍‌ ଆରମ୍ଭ ପୂର୍ବରୁ ରିଷଭ ପନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥିନେଇ ବିସିସିଆଇ ସଚିବ ସମସ୍ତ ଖେଳାଳିମାନଙ୍କୁ କଟକଣାରେ ରହିବାକୁ ଏବଂ ଭିଡ ସ୍ଥାନକୁ ନ ଯିବାକୁ ପରାମର୍ଶ ଦେିଥିଲେ। ହେଲେ ଚତୁର୍ଥ ଟେଷ୍ଟ ପୂର୍ବରୁ ଶାସ୍ତ୍ରୀ ନିଜେ ବାହାରକୁ ଯିବା ସହ ଦଳର କିଛି ଖେଳାଳିଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଏହାକୁ ନେଇ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଗୋଟିଏ ଭୁଲ ଯୋଗୁ ଏସବୁ ଆରମ୍ଭ ହୋଇଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ସେହି ଗୋଟିଏ ଭୁଲ ଯୋଗୁ ସମସ୍ତେ ଅସୁବିଧାରେ ପଡ଼ିଲେ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri