Posted inRasifala

ରାଶିଫଳ: ରବିବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ
ପୂର୍ବ ପରିକଳ୍ପିତ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ମାତ୍ର ଅଶ୍ୱିନୀ ନକ୍ଷତ୍ର ସକାଶେ ବନ୍ଧୁ, ପରିବାର କ୍ଷେତ୍ରରେ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସମସ୍ୟା ଭିତରେ ଉବୁଟୁବୁ ହୋଇପାରନ୍ତି।
ବୃଷ
ବୃଷ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ, କିନ୍ତୁ ଖର୍ଚ୍ଚ ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇ ଯିବା କାରଣରୁ ମନ କେବଳ ଅତୀତକୁ ଖୋଜି ବୁଲିବ। ଦ୍ୱିଜା ନକ୍ଷତ୍ରର ସ୍ବାମୀ, ସ୍ତ୍ରୀଙ୍କ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବାର ଆଶା ରହିଛି।
ମିଥୁନ
ମିଥୁନ
ଆଜି ଯେଉଁ କାମରେ ହାତ ଦେବେ ତାହା ବେକାର ଯିବ ନାହିଁ, ସଫଳତା ଅବଶ୍ୟମ୍ଭାବୀ। ସାଙ୍ଗସାଥୀଙ୍କ ଗହଣରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। କଠିନ ଶ୍ରମଜନିତ ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବାର ଆଶଙ୍କା ରହିଛି। ଆର୍ଦ୍ରା ନକ୍ଷତ୍ର ସଙ୍ଗଦୋଷ ପାଇଁ ପରିବାର ସଦସ୍ୟଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ଅନ୍ୟମାନଙ୍କ କଥାରେ ପଡ଼ି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। କିଛି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ନିଜର ଲୋକମାନଙ୍କୁ ମନେଇ କାର୍ଯ୍ୟ ସାଧନ କରିବେ। ଆଜି ବଜାର ସଉଦା, ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ଆଜି ଅନାବଶ୍ୟକ ଭାବେ ବହୁତ ଖର୍ଚ୍ଚ କରିବାକୁ ବାଧ୍ୟ ହେବାରୁ ମନ ଭଲ ରହିବ ନାହିଁ। ଅବଶ୍ୟ ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ଅଟକି ରହି ଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ଆର୍ଥିକ ଅନଟନଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଅବହେଳା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
କନ୍ୟା
ଆଜି ଆପଣ ଯାହା ପାଇବା କଥା, ତାହା ଠିକ୍‌ ସମୟରେ ପାଇପାରିବେ ନାହିଁ। ଚିତ୍ରା ନକ୍ଷତ୍ର ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ବହୁତ ଚେଷ୍ଟା କରିବାକୁ ବାଧ୍ୟ ହେବେ। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ବଢ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଖଳ ଲୋକମାନଙ୍କ ଦ୍ୱାରା ସୃଷ୍ଟ ବିବାଦ ଘେରରେ ପଡ଼ିବେ। ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ।
ବିଛା
ବିଛା
ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡ଼ି ମୁହଁ ଶୁଖାଇ ପାରନ୍ତି। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ସମାଲୋଚନା କରିପାରନ୍ତି। ଅନ୍ୟମାନଙ୍କ ସକାଶେ କିଛି କରି ପରୋକ୍ଷରେ ପ୍ରଶଂସିତ ହେବେ। ଆଜି ଆପଣଙ୍କୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଧନୁ
ଧନୁ
ଆଜି କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ହୋଟେଲ, ଦୋକାନ, ବ୍ୟବସାୟ, ବାଣିଜ୍ୟ ପ୍ରଭୃତି ଆଶା କରୁଥିବା ଫଳ ଅବଶ୍ୟ ପାଇବେ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣାଧୀନ ରହିବାର ଆଶା କରାଯାଇପାରେ।
ମକର
ମକର
ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥା ଆପଣଙ୍କ ବ୍ୟକ୍ତିତ୍ୱକୁ ଶୀର୍ଷ ସ୍ଥାନକୁ ନେଇଯିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସଂପନ୍ନରେ ଅସୁବିଧା ହେବ ନାହିଁ। ଅର୍ଥ ସମ୍ପର୍କ, ବନ୍ଧୁଙ୍କୁ ଭଲପାଇବା, ଅତିଥି ଚର୍ଚ୍ଚା, ଅଦାଲତ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
କୁମ୍ଭ
କୁମ୍ଭ
ପରିବାର ଓ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ହଠାତ୍‌ ବ୍ୟସ୍ତ ହୋଇ କୌଣସି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
ମୀନମୀନ
ଆଜି ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ଶୁଭଙ୍କର ହେବ। ହଠାତ୍‌ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି। କେତେକ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରି ଲଜ୍ଜିତ ହେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?