ମେଣ୍ଟ ଆଶା ଆହୁରି ବଢିଲା: ଭାଜପାର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରହିଲାନି ଓଡ଼ିଶା

ଭୁବନେଶ୍ୱର,୨୨ା୩(ସୁନିତ୍‌ ମିଶ୍ର):ଭାଜପା ରାଜ୍ୟ ନେତୃବୃନ୍ଦ ଗୁରୁବାର ଦିଲ୍ଲୀରୁ ଫେରିଛନ୍ତି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମେଣ୍ଟ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସବୁ କହିସାରିଛନ୍ତି। ଏଥିରେ କିଛି ଦ୍ୱନ୍ଦ୍ୱ ନାହିଁ। ଯାହା ନିଷ୍ପତ୍ତି ହେବ ଜଣାଇ ଦିଆଯିବ। ଖୁବ୍‌ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସେ କହିଛନ୍ତି।
ଗତ ଶନିବାର ରାଜ୍ୟ ଭାଜପା କାର୍ଯ୍ୟାଳୟଠାରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ଲୋକ ସଭା ଏବଂ ବିଧାନସଭା କ୍ଷେତ୍ରରେ କେଉଁମାନେ ପ୍ରାର୍ଥୀ ହେବେ ସେନେଇ ସବିଶେଷ ଆଲୋଚନା କରାଯାଇଥିଲା। ଏହାପରେ ରାଜ୍ୟ ନିର୍ବାଚନ କମିଟିରେ ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ତାଲିକା ଧରି ଗତ ସୋମବାର ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ପ୍ରମୁଖ ଦିଲ୍ଲୀ ଗସ୍ତ କରିଥିଲେ। ମିଳିଥିବା ସୂଚନା ମୁତାବକ, ଏହା ମଧ୍ୟରେ ଓଡ଼ିଶାର ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀରେ ୩ ଥର ବୈଠକ ବସିସାରିଲାଣି। ହେଲେ ଗୁରୁବାର ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ସେଥିରେ ଓଡ଼ିଶା ନାହିଁ। ତେଣୁ ଶୁକ୍ରବାର ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହାପରେ ଦଳ ପକ୍ଷରୁ ଯେଉଁ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ସେଥିରେ ଓଡ଼ିଶାରୁ କେତେଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ଥିବା ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।
କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହେବା ପୂର୍ବରୁ ରାଜ୍ୟ ନେତୃବୃନ୍ଦ ଓଡ଼ିଶା ଫେରି ଆସିବା ନେଇ ଆହୁରି ଦ୍ୱନ୍ଦ୍ୱ ବଢ଼ିଛି। ଅନ୍ୟପଟେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ବିଜେଡି-ଭାଜପା ମେଣ୍ଟ ନେଇ ଯେଉଁ ମତ ରଖିଛନ୍ତି ତାକୁ ନେଇ ଏବେ ମଧ୍ୟ ବହୁ ନେତା ଓ କର୍ମୀ ସନ୍ଦେହରେ ଅଛନ୍ତି। ହେଲେ ଏବେ ମଧ୍ୟ ଭାଜପା ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଦଳର ରାଜ୍ୟ ନେତୃବୃନ୍ଦ ଯୁକ୍ତି ରଖୁଛନ୍ତି। ବିଜେଡି ମଧ୍ୟ ପର୍ଯ୍ୟାୟକ୍ରମେ ଯେପରି ପୁରୀ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର, ଭୁବନେଶ୍ୱର ଏବଂ ଆସିକା ଆଦି ଲୋକ ସଭା କ୍ଷେତ୍ରକୁ ନେଇ ସମୀକ୍ଷା ଆରମ୍ଭ କରିଛି, ତାକୁ ଦେଖିବା ପରେ ମଧ୍ୟ ଅନେକଙ୍କ ମତ ବୋଧହୁଏ ରାଜ୍ୟରେ ଆଉ ମେଣ୍ଟ ହୋଇ ନ ପାରେ। ହେଲେ କେତେଜଣ ରାଜନୈତିକ ସମୀକ୍ଷକମାନଙ୍କ କହିବା କଥା, ରାଜନୀତିରେ କିଛି ଅସମ୍ଭବ ନୁହେଁ। ଓଡ଼ିଶାରେ ନିର୍ବାଚନ ପାଇଁ ଆହୁରି ଅନେକ ସମୟ ରହିଥିବାରୁ ଶେଷ ସମୟରେ ମଧ୍ୟ ମେଣ୍ଟ ନେଇ କିଛି ବି ଘୋଷଣା ହୋଇପାରେ। ତେବେ ଏନେଇ ଭାଜପାର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବିଜେଡି ଯେଉଁସବୁ ଲୋକ ସଭା ଆସନର ନେତାମାନଙ୍କୁ ଡାକି ସମୀକ୍ଷା କରୁଛି ସେଠାରେ ଉକ୍ତ ଆସନର ପ୍ରାର୍ଥୀମାନଙ୍କୁ ଗ୍ରୀନ୍‌ ସିଗ୍‌ନାଲ ଦେଇ ଛାଡୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri