ସମଲିଙ୍ଗୀ ବିବାହ ସୁରକ୍ଷା ବିଲ୍‌ ଆମେରିକା ପ୍ରତିନିଧି ସଭାରେ ପାରିତ, ସପକ୍ଷରେ ୧୫୭ ଭୋଟ…

ଓ୍ବାଶିଂଟନ,୨୦।୭ : ଆମେରିକାରେ ସମଲିଙ୍ଗୀ ବିବାହ ବିଷୟରେ ଆଲୋଚନା ପୁଣି ଜୋରସୋରରେ ଚାଲିଛି। ଏହି ସମୟରେ, ଆମେରିକାର ପ୍ରତିନିଧି ସଭାରେ ସମଲିଙ୍ଗୀ ବିବାହକୁ ଫେଡେରାଲ ସୁରକ୍ଷା ଯୋଗାଇବା ପାଇଁ ଏକ ବିଲ ପାରିତ ହୋଇଛି। ମଙ୍ଗଳବାର ଏହା ପାରିତ ହୋଇଛି। ଉପସ୍ଥିତ ଥିବା ୨୬୭ ସଦସ୍ୟଙ୍କ ମଧ୍ୟରୁ ଏହା ସପକ୍ଷରେ ୧୫୭ ଭୋଟ ମିଳିଛି। ଆମେରିକାର ପ୍ରତିନିଧି ସଭାର ୪୭ ଜଣ ରିପବ୍ଲିକାନ ସଦସ୍ୟ ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି।

ବର୍ତ୍ତମାନ ଏହି ବିଲ ସିନେଟରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ। ପ୍ରତିନିଧି ସଭାରେ ପାରିତ ହେବା ପରେ ଏହି ବିଲ ସିନେଟରେ ଉପସ୍ଥାପନ କରାଯିବ। ଯେଉଁଠାରେ ଏହା ରିପବ୍ଲିକାନ ପାର୍ଟିର ୧୦ ଭୋଟ ଆବଶ୍ୟକ କରିବ। ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଡେମୋକ୍ରାଟ୍ସ ଦଳର ୫୦ ଜଣ ସଦସ୍ୟ ଅଛନ୍ତି।

ବାସ୍ତବରେ, ଏଲଜିବିଟିକ୍ୟୁଙ୍କ ଅଧିକାରର ସୁରକ୍ଷା ପାଇଁ ହାଉସ ଅଫ୍‌ ଡେମୋକ୍ରାଟ୍ସଙ୍କ ପକ୍ଷରୁ ରେସପେକ୍ଟ ଫର୍‌ ମ୍ୟାରେଜ ଆକ୍ଟ ପ୍ରଣୟନ କରାଯାଇଛି। ରେସପେକ୍ଟ ଫର୍‌ ମ୍ୟାରେଜ ଆକ୍ଟ ଆମେରିକାର ରାଜ୍ୟଗୁଡ଼ିକୁ ଅନ୍ୟ ରାଜ୍ୟରେ କରାଯାଇଥିବା ଆଇନଗତ ବିବାହକୁ ସ୍ବୀକୃତି ଦେବାକୁ ବାଧ୍ୟ କରିବ । ଏହା ବ୍ୟତୀତ, ଏହି ଅଧିନିୟମ ସମଲିଙ୍ଗୀ ଯୌନ ସମ୍ପର୍କକୁ ମଧ୍ୟ ସୁରକ୍ଷା ଯୋଗାଇବ କିନ୍ତୁ ଆନ୍ତର୍ଜାତି ବିବାହକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ଏହି ବିଲ ୧୯୯୬ର ଡିଫେନ୍ସ ଅଫ ମ୍ୟାରେଜ ଆକ୍ଟକୁ ରଦ୍ଦ କରିଥାଏ। ଯାହା ବିବାହକୁ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଥିବା ଏକତ୍ର ସମ୍ପର୍କ ଭାବରେ ବ୍ୟାଖ୍ୟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲମ୍ବୋ,୨୫।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ସହରର ମାଜିଷ୍ଟ୍ରେଟ ଅଦାଲତଙ୍କ ପଛପଟେ ଥିବା ଖାଲି ସ୍ଥାନରେ ଗୁରୁବାର ଏକ ବିସ୍ଫୋରଣ ହୋଇଥିବା...

ପେରୁରେ ହିଂସା ମଧ୍ୟରେ ସରକାରଙ୍କ ବଡ ପଦକ୍ଷେପ, ଐତିହାସିକ ସ୍ଥଳ ମାଚୁ ପିଚ୍ଚୁରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ

ଲିମା, ୨୨ ।୧: ପେରୁର ସବୁଠାରୁ ବଡ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ ମାଚୁ ପିଚ୍ଚୁରେ ହିଂସା ମଧ୍ୟରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି...

ବର୍ଷକ ପରେ ପୁଣି ଉହାନରେ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରତ୍ୟେକ ନାଗରିକଙ୍କ ହେବ ଯାଞ୍ଚ

ବେଜିଂ,୩।୮: ଚାଇନାର ଉହାନ ସହରରେ ବର୍ଷକ ପରେ ପୁଣି ଥରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସହରରେ ଭୟର ବାତାବରଣ ଖେଳିଯାଇଛି। ତେଣୁ...

ଆମେରିକାର ପ୍ରତିଶୋଧ: ଇରାନ ଡ୍ରୋନକୁ ଧ୍ୱସଂ କଲା

ଓ୍ବାଶିଂଟନ, ୧୯।୭: ହରମୁଜଠାରେ ଏକ ଇରାନ ଡୋନ୍‌କୁ ଧ୍ୱସଂ କରି ଆମେରିକା ପ୍ରତିଶୋଧ ନେଇଛି। ନୌସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଆମେରିକା କହିଛି। କିନ୍ତୁ...

ଚାଇନାରେ ବଢୁଛି ତାପମାତ୍ରା

ବେଜିଂ,୨୩ ।୭: ୟୁରୋପ ଓ ବ୍ରିଟେନ ପରେ ଏବେ ଆଗାମୀ ୧୦ ଦିନ ମଧ୍ୟରେ ପୂର୍ବରୁ ପଶ୍ଚିମ ଚାଇନା ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୭।୬; ପୂର୍ବ ଇଣ୍ଡୋନେସିଆରେ ସୋମବାର ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୨। ହେଲେ ଏଥିରେ କ୍ଷୟକ୍ଷତିର ପରିମାଣ...

ବାଲେଷ୍ଟିକ ମିଶାଇଲ ପରୀକ୍ଷା କରି ବିଶ୍ୱକୁ ଡରାଉଛି ଉତ୍ତର କୋରିଆ!

ପ୍ୟୋଙ୍ଗୟାଙ୍ଗ,୩୦ ।୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଲଗାତାର ଭାବେ ମିଶାଇଲ ପରୀକ୍ଷା କରି ବିଶ୍ୱକୁ ଚମକାଇ ଦେଉଛନ୍ତି । ଏବେ...

ଆମେରିକା ଆକ୍ରମଣ ହୋଇଥିଲା ବିଫଳ: ଜୀବିତ ଅଛନ୍ତି ଇରାନ୍‌ କମାଣ୍ଡର ଅବଦୁଲ୍‌ ରଜାକ୍‌

ଓ୍ବାଶିଂଟନ,୧୧।୧: ଇରାନ୍‌ର ଜେନେରାଲ କାସିମ୍‌ ସୋଲେମାନୀଙ୍କୁ ଆମେରିକା ଟାର୍ଗେଟ କରିଥିଲା। ଏଥିରେ ସୋଲେମାନୀ ନିହତ ହୋଇଥିଲେ। ତେବେ ଏହି ସମୟରେ ଆମେରିକା ସୈନ୍ୟଙ୍କ ପକ୍ଷରୁ ଇରାନ୍‌ର...

Advertisement
Archives

Model This Week