ଗାଁ ମାଟିରେ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକଙ୍କ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ମରଶରୀର ଗୌହାଟୀରୁ ବୁଧବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଡ. ପରିଡ଼ାଙ୍କ ମୃତଦେହ ପହଞ୍ଚିବା ପରେ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଜନ୍ମମାଟି ଯାଜପୁର ଜିଲା ଭଗବାନପୁରରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
ତାଙ୍କ ମରଶରୀର ବୁଧବାର ସକାଳେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚଥିଲା। ଏହି ସମୟରେ ତାଙ୍କ ପରିବାର ଲୋକେ ବିମାନବନ୍ଦରରେ ଉପସ୍ଥିତ ଥିଲେ। ସେଠାରୁ ମୃତଦେହକୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ନିଆଯାଇଛି। ଏହାପରେ ସେଠାରୁ ଆଇଏଲ୍‌ଏସ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ କର୍ମଚାରୀମାନେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇବେ । ପରେ ତାଙ୍କ ପୈତୃକ ଗାଁ ଭଗବାନପୁରକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହେବ । ଏହି ସମୟରେ ଯାଜପୁର ଜିଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ସେଠାରେ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri