ଚିହ୍ନଟ ହେବେ ଭୂମିହୀନ ପରିବାର

ଛତ୍ରପୁର,୧୦ା୮ (ଦିଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହୀନ ପରିବାରକୁ ଚିହ୍ନଟ କରିବାକୁ ତହସିଲାଦରମାନଙ୍କୁ କୁହାଯାଇଛି। ପୁଣି ଏକ ଫ୍ରେସ ସର୍ଭେ କରାଯିବ। ଏହି ସର୍ଭେ କାର୍ଯ୍ୟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପରେ ସମସ୍ତ ତହସିଲ ଅଞ୍ଚଳରେ ଭୂମିହୀନ ପରିବାର ଚିହ୍ନଟ ପରେ ସେମାନଙ୍କୁ ୩୧ ଡିସେମ୍ବର ସୁଦ୍ଧା ପଟ୍ଟା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଜିଲାରେ ୯ ତହସିଲ ଅଧିନରେ ୨୩ଟି ଗ୍ରାମରେ ହାଇଟେକ ସର୍ଭେ ଚାଲିଛ, ତାହା ତୁରନ୍ତ ସାରିବାକୁ ତହସିଲଦାରମାନଙ୍କୁ ଜିଲାପାଳ କହିଥିଲେ। ଯେଉଁମାନେ ସରକାରୀ ଜମି ଜବଲଦଖଲ କରି ରଖିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ୨୧୭୯ ସିକିମ ସ୍ବତ୍ୱଧାରୀ ଚାଷୀମାନଙ୍କ ସ୍ଥିତିବାନ ପଟ୍ଟା ତୁରନ୍ତ ସେଟେଲମେଣ୍ଟ କରିବାକୁ ତହାସିଲଦାରମାନଙ୍କୁ କୁହାଯାଇଛି। ୩୩ ହଜାର ୧୫ ଗ୍ରାମକଣ୍ଠକ ପଟ୍ଟା ଫଇସଲା କରି ତାହା ବନ୍ଦୋବସ୍ତ କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ଅତିରିକ୍ତ ଜିଲାପାଳ ରାଜସ୍ବ ଦେବବ୍ରତ ସାହୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗ୍ରାମକଣ୍ଠକ ଜମିର ବନ୍ଦୋବସ୍ତ ଆବେଦନ ଦରଖାସ୍ତ ସମୟ ସୀମା ବୃଦ୍ଧି ପାଇଁ ମାର୍ଚ୍ଚ ୩୧ ପ୍ରର୍ଯ୍ୟନ୍ତ ହୋଇଛି। ବେବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା। ଯେତେସବୁ ମିଶକେଶ ସାର୍ଟିଫିକେଟ ଆସୁଛି ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି। ଜିଲାରେ ୫୬ଟି ନୂଆ ରାଜସ୍ବ ଗ୍ରାମ ଚିହ୍ନଟ ହୋଇଥିବା ବେଳେ ମାତ୍ର ୧୪ଟି ଭୂଲେଖ ଅପଲୋଡ ହୋଇଛି, ବଳକା ୪୨ଟି ଭୂଲେଖ ଅପଲୋଡ କରିବାକୁ କୁହାଯାଇଛି। ଜିଲାରେ ଯେଉଁସବୁ ପ୍ରକଳ୍ପ କାମ ଜମି ଅଧିଗ୍ରହଣ ପାଇଁ ଅଟକି ରହିଛି ତୁରନ୍ତ ଜମିଅଧିଗ୍ରହଣ କାମ ସାରିବାକୁ କୁହାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ କୁହାଯାଇଛି। ୧୯୬୬ଟି ପ୍ରାଥମିକ ବିଦ୍ୟାଳୟ ଓ ୪୭ଟି କଲେଜକୁ ନିଜସ୍ବ ପଟ୍ଟା ପ୍ରଦାନ କରାଯିବ। ସେହିପରି ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓଙ୍କ ପକ୍ଷରୁ ଅଧିକରୁ ଅଧିକ ଚଢାଉ କରିବାକୁ କୁହାଯାଇଥିଲା। ବିଶେଷକରି ସ୍କୁଲ, କଲେଜ ଓ ଗ୍ରାମାଞ୍ଚଳମାନଙ୍କରେ ନାବଳକମାନେ ଗାଡି ଚଲାଉଥିବାରୁ ତାହାକୁ ଧରିବା ପାଇଁ ଆରଟିଓଙ୍କୁ କୁହାଯାଇଛି। ମାପ ଓ ଓଜନ ବିଭାଗ ବିଭିନ୍ନ ପେଟ୍ରୋଲ ପମ୍ପ, ଚାଉଳ କଳ ଆଦିରେ ବ୍ୟାପକ ଚଢାଉ କିରବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଦେବବ୍ରତ ସାହୁ, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲାପାଳ ଦେବଦତ ମହାନ୍ତ, ଭଞ୍ଜନଗର ଉପଜିଲାପାଳ ଅନିଲ ସେଠୀଙ୍କ ସମେତ ସମସ୍ତ ତହସିଲଦାରଙ୍କ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?