Posted inଫୁରସତ

ବେଡ୍‌ରୁମ ଭିତରେ ରହିଛି ଆମ୍ବ ଏବଂ ଜାମୁ ଗଛ, ଘରର ଡିଜାଇନ୍‌ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ କୌଣସି ବ୍ୟକ୍ତି ଘର ତିଆରି କରିବା ପୂର୍ବରୁ ବିଭିନ୍ନ ଦିଗପ୍ରତି ଧ୍ୟାନ ରଖି ଘର ତିଆରି କରିଥାନ୍ତି। ଯେମିତିକି ଘର ଭିତରେ ଯେପରି କିଛି ଗଛଲତା ନ ରହିବ ସେଥିପ୍ରତି ଘରମାଲିକ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ମାତ୍ର କେରଳରେ ଏମିତି ଏକ ଘର ଅଛି, ଯେଉଁଠି ଘର ଭିତରେ ବଡ଼ ବଡ଼ ଦୁଇଟି ଜାମୁ ଏବଂ ଆମ୍ବ ଗଛ ରହିଛି। ଏହି ଗଛ ଦୁଇଟି ଘରର ବେଶ୍‌ ଶୋଭା ବର୍ଦ୍ଧନ କରୁଛନ୍ତି।


କେରଳର ଆଲାପୁଝା ଜିଲାରେ ରହୁଥିବା ୪୦ ବର୍ଷୀୟ ମ୍ୟାଥ୍ୟୁ ମଥାନ ଏପରି ଏକ ଅଜବ ଘର ତିଆରି କରିଛନ୍ତି। ଏହି ଘର ଭିତରେ ମାଥ୍ୟୁ ଡିଜାଇନ୍‌ କରିଛନ୍ତି। ଘର ଭିତରେ ଦୁଇଟି ପୁରୁଣା ଆମ୍ବ ଏବଂ ଜାମୁକୋଳି ଗଛ ରହିଛି। ଘରଟି ୩୭୦୦ ବର୍ଗଫୁଟ ଅଞ୍ଚଳରେ ତିଆରି ହୋଇଛି। ୬୦୦ ବର୍ଗଫୁଟ କ୍ଷେତ୍ରରେ ଆମ୍ବ ଏବଂ ୨୦୦ ବର୍ଗଫୁଟରେ ଏକ ଜାମୁକୋଳି ଗଛ ରହିଛି। ତାଙ୍କ ଘର ଦୁଇ ଏକର ଜମିରେ ତିଆରି ହୋଇଛି। ଏହି ଘରେ ତାଙ୍କ ମାତାପିତା ଏବଂ ଭାଇଭଉଣୀ ମଧ୍ୟ ରହୁଛନ୍ତି।


ମାଥ୍ୟୁ କୁହନ୍ତି, ସେ ଚାକିରି କରିବା ପାଇଁ କୋଚିନ୍‌ ଚାଲିଯାଇଥିଲେ। ସେଠାରୁ ୪ ବର୍ଷ ପରେ ଫେରିବା ପରେ ତାଙ୍କୁ ଘର ତିଆରି କରିବାକୁ ଦୁଇ ଏକର ଜମି ଦେଇଥିଲେ ତାଙ୍କ ମାତା ପିତା। ଏଠାରେ ସେ ଘର କେମିତି କରିବେ ସେହି ଯୋଜନା କରୁଥିଲେ। କାରଣ ଯେଉଁଠି ଘର ତିଆରି ହେବାର ଥିଲା ସେଠାରେ ଦୁଇଟି ବଡ଼ ବଡ଼ ଗଛ ଥିଲା। କିନ୍ତୁ ଗଛ କାଟିବାକୁ ତାଙ୍କର ଇଚ୍ଛା ହେଲା ନାହିଁ। କାରଣ ସେ ପିଲାଦିନେ ତାଙ୍କ ୫ ଭାଇଙ୍କ ସହ ଏହି ଗଛରେ ଚଢ଼ି ଖେଳୁଥିଲେ। ତେଣୁ କାଟିବାକୁ ତାଙ୍କ ହାତ ଗଲାନି। ସେ ଗଛ କାଟିବା ପରିବର୍ତ୍ତେ ଡିଜାଇନ୍‌ କରିବାକୁ ମନସ୍ଥ କଲେ। ତେଣୁ ସେ ବେଡ୍‌ରୁମ୍‌ ନିକଟରେ ୨୦୦ ବର୍ଗଫୁଟ ସ୍ଥାନ ଛାଡ଼ିଦେଲେ। ଉପରେ ୧୫ ଫୁଟ ଖୋଲା ସ୍ଥାନ ରଖିଲେ। ଯେଉଁଠି ଗଛର ଶାଖା ବଢ଼ିବାକୁ ଲାଗିବ। ଘର ଭିତରେ ସୂର୍ଯ୍ୟକିରଣକୁ ରୋକିବା ପାଇଁ ଛାତକୁ କାଚରେ ଆଚ୍ଛାଦିତ କରିଛନ୍ତି।

ସେହିପରି ଆମ୍ବ ଗଛ ଥିବାରୁ ତାଙ୍କର ଦୁଇ ପିଲା ମନ ଆନନ୍ଦରେ ସେଠାରେ ଖେଳି ପାରୁଛନ୍ତି। ପ୍ରଥମେ ତାଙ୍କ ସ୍ତ୍ରୀ ଡରୁଥିଲେ ଗଛ ଡାଳ ଯୋଗେ କୀଟପତଙ୍ଗ ଘର ଭିତରକୁ ପ୍ରବେଶ କରିବେ। କିନ୍ତୁ ଗଛଗୁଡ଼ିକୁ କିପରି ଏଥିରୁ ସୁରକ୍ଷା ମିଳିବ ମାଥ୍ୟୁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଘରଟିକୁ ତିଆରି କରିବାକୁ ବର୍ଷକରୁ ଅଧିକ ସମୟ ଲାଗିଥିଲା। ପ୍ରାୟ ଏଥିରେ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?