Posted inଫୁରସତ

ବେଡ୍‌ରୁମ ଭିତରେ ରହିଛି ଆମ୍ବ ଏବଂ ଜାମୁ ଗଛ, ଘରର ଡିଜାଇନ୍‌ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ କୌଣସି ବ୍ୟକ୍ତି ଘର ତିଆରି କରିବା ପୂର୍ବରୁ ବିଭିନ୍ନ ଦିଗପ୍ରତି ଧ୍ୟାନ ରଖି ଘର ତିଆରି କରିଥାନ୍ତି। ଯେମିତିକି ଘର ଭିତରେ ଯେପରି କିଛି ଗଛଲତା ନ ରହିବ ସେଥିପ୍ରତି ଘରମାଲିକ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ମାତ୍ର କେରଳରେ ଏମିତି ଏକ ଘର ଅଛି, ଯେଉଁଠି ଘର ଭିତରେ ବଡ଼ ବଡ଼ ଦୁଇଟି ଜାମୁ ଏବଂ ଆମ୍ବ ଗଛ ରହିଛି। ଏହି ଗଛ ଦୁଇଟି ଘରର ବେଶ୍‌ ଶୋଭା ବର୍ଦ୍ଧନ କରୁଛନ୍ତି।


କେରଳର ଆଲାପୁଝା ଜିଲାରେ ରହୁଥିବା ୪୦ ବର୍ଷୀୟ ମ୍ୟାଥ୍ୟୁ ମଥାନ ଏପରି ଏକ ଅଜବ ଘର ତିଆରି କରିଛନ୍ତି। ଏହି ଘର ଭିତରେ ମାଥ୍ୟୁ ଡିଜାଇନ୍‌ କରିଛନ୍ତି। ଘର ଭିତରେ ଦୁଇଟି ପୁରୁଣା ଆମ୍ବ ଏବଂ ଜାମୁକୋଳି ଗଛ ରହିଛି। ଘରଟି ୩୭୦୦ ବର୍ଗଫୁଟ ଅଞ୍ଚଳରେ ତିଆରି ହୋଇଛି। ୬୦୦ ବର୍ଗଫୁଟ କ୍ଷେତ୍ରରେ ଆମ୍ବ ଏବଂ ୨୦୦ ବର୍ଗଫୁଟରେ ଏକ ଜାମୁକୋଳି ଗଛ ରହିଛି। ତାଙ୍କ ଘର ଦୁଇ ଏକର ଜମିରେ ତିଆରି ହୋଇଛି। ଏହି ଘରେ ତାଙ୍କ ମାତାପିତା ଏବଂ ଭାଇଭଉଣୀ ମଧ୍ୟ ରହୁଛନ୍ତି।


ମାଥ୍ୟୁ କୁହନ୍ତି, ସେ ଚାକିରି କରିବା ପାଇଁ କୋଚିନ୍‌ ଚାଲିଯାଇଥିଲେ। ସେଠାରୁ ୪ ବର୍ଷ ପରେ ଫେରିବା ପରେ ତାଙ୍କୁ ଘର ତିଆରି କରିବାକୁ ଦୁଇ ଏକର ଜମି ଦେଇଥିଲେ ତାଙ୍କ ମାତା ପିତା। ଏଠାରେ ସେ ଘର କେମିତି କରିବେ ସେହି ଯୋଜନା କରୁଥିଲେ। କାରଣ ଯେଉଁଠି ଘର ତିଆରି ହେବାର ଥିଲା ସେଠାରେ ଦୁଇଟି ବଡ଼ ବଡ଼ ଗଛ ଥିଲା। କିନ୍ତୁ ଗଛ କାଟିବାକୁ ତାଙ୍କର ଇଚ୍ଛା ହେଲା ନାହିଁ। କାରଣ ସେ ପିଲାଦିନେ ତାଙ୍କ ୫ ଭାଇଙ୍କ ସହ ଏହି ଗଛରେ ଚଢ଼ି ଖେଳୁଥିଲେ। ତେଣୁ କାଟିବାକୁ ତାଙ୍କ ହାତ ଗଲାନି। ସେ ଗଛ କାଟିବା ପରିବର୍ତ୍ତେ ଡିଜାଇନ୍‌ କରିବାକୁ ମନସ୍ଥ କଲେ। ତେଣୁ ସେ ବେଡ୍‌ରୁମ୍‌ ନିକଟରେ ୨୦୦ ବର୍ଗଫୁଟ ସ୍ଥାନ ଛାଡ଼ିଦେଲେ। ଉପରେ ୧୫ ଫୁଟ ଖୋଲା ସ୍ଥାନ ରଖିଲେ। ଯେଉଁଠି ଗଛର ଶାଖା ବଢ଼ିବାକୁ ଲାଗିବ। ଘର ଭିତରେ ସୂର୍ଯ୍ୟକିରଣକୁ ରୋକିବା ପାଇଁ ଛାତକୁ କାଚରେ ଆଚ୍ଛାଦିତ କରିଛନ୍ତି।

ସେହିପରି ଆମ୍ବ ଗଛ ଥିବାରୁ ତାଙ୍କର ଦୁଇ ପିଲା ମନ ଆନନ୍ଦରେ ସେଠାରେ ଖେଳି ପାରୁଛନ୍ତି। ପ୍ରଥମେ ତାଙ୍କ ସ୍ତ୍ରୀ ଡରୁଥିଲେ ଗଛ ଡାଳ ଯୋଗେ କୀଟପତଙ୍ଗ ଘର ଭିତରକୁ ପ୍ରବେଶ କରିବେ। କିନ୍ତୁ ଗଛଗୁଡ଼ିକୁ କିପରି ଏଥିରୁ ସୁରକ୍ଷା ମିଳିବ ମାଥ୍ୟୁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଘରଟିକୁ ତିଆରି କରିବାକୁ ବର୍ଷକରୁ ଅଧିକ ସମୟ ଲାଗିଥିଲା। ପ୍ରାୟ ଏଥିରେ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲ୍‌ ସିଇଓଙ୍କ ଦରମା କେତେ ଜାଣନ୍ତି

ଭାରତୀୟ ମୂଳ ସୁନ୍ଦର ପିଚାଇ ଏବେ ଗୁଗଲ୍‌ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ଗୁଗଲ୍‌ର ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍‌ର କାର୍ଯ୍ୟଭାର ମଧ୍ୟ ତାଙ୍କୁ ଦିଆଯାଇଥିଲା।...

ଲକ୍‌ଡାଉନ୍‌ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ

ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ...

କାନ୍ଧରେ ଘୋଡ଼ା ଟେକି ଦୌଡ଼ନ୍ତି

ଘୋଡ଼ା ପିଠି ଉପରେ ବସି ଲୋକେ ଯାଆନ୍ତି। ଅନେକେ ସଉକରେ ବି ଘୋଡ଼ା ଚଢ଼ନ୍ତି। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଘୋଡ଼ା...

ମି. ଡୁଡଲ୍‌ଙ୍କ ଡୁଡଲ୍‌ ଆର୍ଟ ଘର

ଇଂଲଣ୍ଡର ସାମ୍‌ କକ୍ସ କଳା ଧଳା ଡୁଡଲ୍‌ ଆର୍ଟ କରିବାରେ ବେଶ୍‌ ଧୁରିଣ। ସେ ଏକ ଡୁଡଲ ପପ୍‌ ଅପ୍‌ ଦୋକାନ ବି କରିଛନ୍ତି। ଡୁଡଲ୍‌...

୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ

ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ...

ନନାଙ୍କୁ ଦେଇଥିଲି ପ୍ରଥମ ଦରମା ଟଙ୍କା: ଶିବ ସୁନ୍ଦର ପାଣିଗ୍ରାହୀ

ଦୁଇ ହଜାର ତିନି ଅକ୍ଟୋବର ମାସର କଥା। ତାରିଖ ଅବଶ୍ୟ ଠିକ୍‌ସେ ମନେପଡୁନି କିନ୍ତୁ ସେଦିନ ସୋମବାର ଥିବା ଯୋଗୁ ସାଙ୍ଗମାନଙ୍କ ସହ ମୁଁ ଶିବ...

ଆଜିର ବାଳିକା: ସୁରକ୍ଷିତ ଜୀବନ ଓ ଅଧିକାର ଅପେକ୍ଷାରେ

କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍‌କୁ ନେଇ...

କାଉ, କୁକୁରର ବନ୍ଧୁତା

କୁକୁର ଏକ ବିଶ୍ୱସ୍ତ ପ୍ରାଣୀଭାବେ ବେଶ୍‌ ପରିଚିତ। ମାଲିକ ସହ କୁକୁରର ବନ୍ଧୁତାର ଉଦାହରଣ ବି ଅନେକ ରହିଛି। ସେହିଭଳି କୁକୁରର ଅନ୍ୟ ପ୍ରାଣୀଙ୍କ ସହ...

Advertisement
Archives

Model This Week