Posted inଫୁରସତ

ମହାକାଶ ଛୁଇଁବ ହଲିଉଡ୍‌

ମହାକାଶ, ଗ୍ରହ, ଗ୍ରହାଣୁ, ଏଲିଏନ୍‌କୁ ନେଇ ହଲିଉଡ୍‌ରେ ଶୁଟିଂ ହୋଇସାରିଛି ଅନେକ ସିନେମା। ହେଲେ ମହାକାଶରେ ଏବେ ନିର୍ମାଣ ହେବ ଚଳଚ୍ଚିତ୍ର। ଏ ଦିଗରେ ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ପାଦେ ଆଗରେ ଥିବାବେଳେ ଏଥିରେ ନିଜ ନାମକୁ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି ପୃଥିବୀର ଅନ୍ୟତମ କ୍ଷମତାଶାଳୀ ରାଷ୍ଟ୍ର ରୁଷିଆ। ଏଥିଲାଗି ଅଭିନେତ୍ରୀଙ୍କ ଯୋଗ୍ୟତା ସୂଚୀ ସାର୍ବଜନୀନ କରାଯାଇଛି।

ମସ୍କୋ: ମହାଶୂନ୍ୟରେ ଅନେକ ସମ୍ଭାବନା। ଭବିଷ୍ୟତରେ ମହାକାଶ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବ, ଯାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ଏବଂ ନିଜ ଦେଶର ଚଳଚ୍ଚିତ୍ର ଉଦ୍ୟୋଗକୁ ମହାକାଶରେ ପହଞ୍ଚାଇବାକୁ ଜୋରସୋରରେ ଉଦ୍ୟମ ଚଳାଇଛି। ହଲିଉଡ୍‌ ସୁପରଷ୍ଟାର ଟମ୍‌ କ୍ରୁଜ୍‌ଙ୍କୁ ମହାକାଶରେ ଫିଲ୍ମ ଶୁଟିଂ ପାଇଁ ଅନୁମତି ମିଳିସାରିଛି। ଏବେ ରୁଷିଆ ମଧ୍ୟ ଏ ଦିଗରେ ଦୀର୍ଘଦିନରୁ କାମ ଆରମ୍ଭ କରିସାରିଥିବାବେଳେ ଏବେ ଏଥିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି ରୁଷିଆ, ଯଦି ଏହା ସଫଳ ହୁଏ ତେବେ ଅଭିନେତା କ୍ରୁଜ୍‌ଙ୍କୁ ପ୍ରତିଦ୍ୱନ୍ଦ୍ୱୀ ମିଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ରୁଷିଆର ସବୁଠାରୁ ବଡ଼ ଚ୍ୟାନେଲ ‘ଚ୍ୟାନେଲ ବନ୍‌’ ମହାକାଶରେ ସିନେମା ନିର୍ମାଣ କରିବା ଲାଗି ବିଧିବଦ୍ଧ ଭାବେ ଘୋଷଣା କରିଛି। ଚ୍ୟାନେଲ ପକ୍ଷରୁ ଏ ଦିଗରେ କାମ ମଧ୍ୟ ଆରମ୍ଭ ହୋଇସାରିଛି। ଫିଲ୍ମର ଅଭିନେତ୍ରୀ ଚୟନ ଲାଗି ମାନଦଣ୍ଡ ଜାରି କରାଯାଇଛି। କାରଣ ସାଧାରଣ ଫିଲ୍ମ ଅପେକ୍ଷା ମହାକାଶରେ ଫିଲ୍ମ ଶୁଟିଂ ଆହ୍ବାନପୂର୍ଣ୍ଣ। ଏଥିଲାଗି ଟିମ୍‌ ସଦସ୍ୟଙ୍କୁ ସ୍ବତନ୍ତ୍ର ତାଲିମ ନେବାକୁ ପଡ଼ିବ। ତେଣୁ ଯୋଗ୍ୟତା ତଦନୁଯାୟୀ ଧାର୍ଯ୍ୟ କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଆବଶ୍ୟକ ପ୍ରଶିକ୍ଷଣ ଆରମ୍ଭ ହେବ।
ଏଥିଲାଗି ସମ୍ପୃକ୍ତ ଚ୍ୟାନେଲ ଏକ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆଶାୟୀଙ୍କୁ ଆବେଦନ ପାଇଁ ଆହ୍ବାନ କରିଛି। ସିନେମାରେ ଅଭିନୟ କରିବାକୁ ଇଚ୍ଛୁକ ଥିବା ଅଭିନେତ୍ରୀ ରୁଷୀୟ ନାଗରିକ ହୋଇଥିବେ। ବୟସ ୨୫ରୁ ୪୫ ବର୍ଷ ଏବଂ ଉଚ୍ଚତା ୧୫୦ରୁ ୧୮୦ ସେଣ୍ଟିମିଟର ହୋଇଥିବ। ଶରୀରର ଓଜନ ୫୦ରୁ ୭୫ କିଲୋଗ୍ରାମ ମଧ୍ୟରେ ଥିବ। ଛାତିର ଚଉଢ଼ା ୧୧୨ ସେମି ଅନିବାର୍ଯ୍ୟ କରାଯାଇଛି। ଏଥିସହ ଆଶାୟୀଙ୍କ କୌଣସି ଆପରାଧିକ ରେକର୍ଡ ନ ଥିବା ଜରୁରୀ ବୋଲି ମାନଦଣ୍ଡ ସ୍ଥିର କରାଯାଇଛି।
ଫିଲ୍ମର ନାମ ‘ଚ୍ୟାଲେଞ୍ଜ’ ରଖାଯାଇଛି। ରୋସକୋସମୋସ୍‌, ଚ୍ୟାନେଲ ବନ୍‌ ଓ ୟେଲୋ, ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ଷ୍ଟୁଡିଓ ମିଳିତ ଭାବେ ଏହି ସିନେମା ନିର୍ମାଣ କରୁଛନ୍ତି। ୨୦୨୧ରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ଏହାର ଶୁଟିଂ ଆରମ୍ଭ ହେବ। ମେଡିକାଲ ରିପୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ୨ ମହିଳାଙ୍କୁ ୩ ମାସ ପ୍ରଶିକ୍ଷଣ ଦିଆଯିବ। ତନ୍ମଧ୍ୟରୁ ଜଣେ ମୁଖ୍ୟ ନାୟିକା ଏବଂ ଅନ୍ୟ ଜଣେ ପାର୍ଶ୍ୱ ନାୟିକା ଭାବେ ଅଭିନୟ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri