Posted inଜାତୀୟ

ନାବାଳିକାଙ୍କ ହାତ ଧରିବା, ନିଜ ଜିପ୍‌ ଖୋଲିବା ଯୌନ ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ନାଗପୁର,୨୯।୧: ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟ୍‌ର ଜିପ୍‌ ଖୋଲିବା ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ଯୌନ ଅପରାଧ କିମ୍ବା ଉତ୍ତେଜିତ ଯୌନ ଉତ୍ପୀଡ଼ନ ପରିସରରେ ଆସୁନାହିଁ ବୋଲି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ କହିଛନ୍ତି। ବିଚାରପତି ପୁଷ୍କା ଗଣେଦିଓ୍ବାଲାଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଜାନୁୟାରୀ ୧୫ରେ ଏଭଳି ମତାମତ ଦେଇଛନ୍ତି। ୫ ବର୍ଷର ଶିଶୁକନ୍ୟା ପ୍ରତି ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ମାମଲାରେ ସେସନ୍ସ କୋର୍ଟ ଜଣେ ୫୦ ବର୍ଷୀୟ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଅଭିଯୁକ୍ତ ଲିବ୍‌ନସ୍‌ କୁଜୁର୍‌ ଏହି ରାୟକୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଚ୍ୟାଲେଞ୍ଜ କରିଥିଲେ।
ବିଚାରପତି ଗଣେଦିଓ୍ବାଲା ତାଙ୍କ ରାୟରେ କହିଛନ୍ତି, ଅଭିଯୁକ୍ତ ଯୌନ ଅତ୍ୟାଚାର କରିଥିବା ଓକିଲ ପ୍ରମାଣ କରିପାରି ନାହାନ୍ତି। ପୋକ୍ସୋ ଆଇନରେ ଯୌନ ଉତ୍ପୀଡନ ଅର୍ଥ ଯୌନକ୍ରିୟା ଉଦ୍ଦେଶ୍ୟ ସହ ଶାରୀରିକ ସ୍ପର୍ଶ । ତେଣୁ ନାବାଳିକାଙ୍କ ହାତ ଧରିବା ଓ ପ୍ୟାଣ୍ଟ ଜିପ୍‌ ଖୋଲିବା ଯୌନ ଉତ୍ପୀଡ଼ନ ସଂଜ୍ଞାକୁ ପୂରଣ କରୁନାହିଁ ବୋଲି ବିଚାରପତି କହିଥିଲେ। ସୂଚନାଯୋଗ୍ୟ, ଅନ୍ୟ ଏକ ରାୟରେ ବିଚାରପତି ଗଣେଦିଓ୍ବାଲା ଜଣେ ୩୯ ବର୍ଷୀୟ ଅଭିଯୁକ୍ତଙ୍କ ଦଣ୍ଡ କୋହଳ କରିଦେଇଥିଲେ। ଚର୍ମ ସ୍ପର୍ଶ ନ କରି ସ୍ତନ ଅଣ୍ଡାଳିବା ଯୌନ ଉତ୍ପୀଡ଼ନ ନୁହେଁ ବୋଲି ସେ ମତ ଦେଇଥିଲେ। ସୁପ୍ରିମକୋର୍ଟ ଉକ୍ତ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୪ଲକ୍ଷ ୧୦ ହଜାର ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୫ ହଜାରରୁ ଊର୍ଦ୍ଧ୍ୱ ନୂଆ ରୋଗୀ

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୪୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ...

କୋର୍ଟ ପରେ ଏବେ ରାଜଭବନରୁ ଗେହଲଟଙ୍କୁ ଝଟ୍‌କା

ଜୟପୁର,୨୪।୭: ରାଜସ୍ଥାନର ରାଜନୈତିକ ସଙ୍କଟରେ ବର୍ତ୍ତମାନ ରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ଜଣାପଡ଼ିଛି। କାରଣ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଆୟୋଜିତ...

୩ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୫…

ନୂଆଦିଲ୍ଲୀ, ୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଫିଲ୍ମ ହଲ୍‌ରେ ୫୦ ପ୍ରତିଶତ କ୍ଷମତା, ମାତ୍ର ବିବାହରେ କେବଳ ୫୦ ଅତିଥି କାହିଁକି ? ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିବାହମଣ୍ଡପ ମାଲିକ ସଂଘ…

ମୁମ୍ବାଇ, ୧୨।୨ : ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସୁଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କଟକଣାକୁ କୋହଳ କରାଯାଉଛି। ସରକାରଙ୍କ ନୂଆ କଟକଣା...

୧୦୦ କଏଦୀ ହେବେ ମୁକ୍ତ…

ଲକ୍ଷ୍ନୌ, ୨୩।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭଲ ଆଚରଣ, ବୃଦ୍ଧାବସ୍ଥାରେ ପହଞ୍ଚିଥିବା...

୫ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ଆରମ୍ଭ…

ନୂଆଦିଲ୍ଲୀ, ୩୦।୪ : ସେପ୍ଟେମ୍ବର-ଅକ୍ଟୋବରରେ ଖାଲି ହେବାକୁ ଯାଉଥିବା କେତେକ ରାଜ୍ୟର ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ମେଘାଳୟ,...

ଅଗ୍ନିପଥ ଯୋଜନାର ୩ହଜାର ପଦ ପାଇଁ ହେଲାଣି ୫୬୯୬୦ ଆବେଦନ, ଜୁଲାଇ ୫ରେ ବନ୍ଦ ହେବ ପଞ୍ଜିକରଣ

ନୂଆଦିଲ୍ଲୀ,୨୭ ।୬: ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଥିବା ବେଳେ, ୩ଦିନ ପୂର୍ବରୁ ଭାରତୀୟ ବାୟୁସେନାରେ ଚୟନ ପାଇଁ ଆବେଦନ କରିବାକୁ...

ପାକ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୫: ସାରା ବିଶ୍ୱ ଏବେ ଭୟଙ୍କର ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହା ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି...

Advertisement
Archives

Model This Week