Posted inଖେଳ

ଆଜିଠୁ ଖେଳ ଆରମ୍ଭ

ଭୁବନେଶ୍ୱର,୧୩।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ଉଦ୍‌ଘାଟନୀ ସମାରୋହର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ହକିର ଅସଲ ରୋମାଞ୍ଚ। ଶୁକ୍ରବାରଠାରୁ ପଡ଼ିଆକୁ ଓହ୍ଲାଇବେ ବିଶ୍ୱର ତାରକା ଖେଳାଳି। ପ୍ରଥମ ଦିବସରେ ଅନୁଷ୍ଠିତ ହେବ ୪ଟି ମ୍ୟାଚ। କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଅଷ୍ଟ୍ରେଲିଆ। ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଥିବା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରଥମେ ଇଂଲଣ୍ଡକୁ ଭେଟିବ ଓ୍ବେଲ୍ସ। ଏହାପରେ ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌ ସହ ମୁକାବିଲା କରି ଅଭିଯାନ ଆରମ୍ଭ କରିବ। ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ହୋଇଥିବାରୁ ଉଭୟ ଭାରତ ଓ ସ୍ପେନ୍‌ ଦଳର ଖେଳାଳିମାନେ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର କଡ଼ା ଅଭ୍ୟାସ ସହ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଇଛନ୍ତି। ସ୍ପେନ୍‌ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ୧୦୦ରୁ କମ୍‌ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଭାରତୀୟ ଦଳ କିନ୍ତୁ ବେଶ୍‌ ସନ୍ତୁଳିତ। ୧୦୦ରୁ ଅଧିକ ମ୍ୟାଚ ଅର୍ଦ୍ଧାଧିକ ଖେଳାଳି ଖେଳି ସାରିଛନ୍ତି। ଭାରତୀୟ କୋଚ୍‌ ଗ୍ରାହାମ ରିଡ୍‌ କିନ୍ତୁ ଏଥିରେ ବିଶ୍ୱାସ କରନ୍ତି ନାହିଁ। ଅଭିଜ୍ଞ ଖେଳାଳିମାନେ ଯେ ସବୁବେଳେ ଚମତ୍କାରିତା ଦେଖାଇପାରିବେ ତା’ର କିଛି ମାନେ ନାହିଁ । ନିର୍ଦ୍ଦିଷ୍ଟ ଦିବସରେ ଶ୍ରେଷ୍ଠ ହକି ଖେଳିବାଠାରୁ ଆଉ ବଡ଼ କିଛି ନାହିଁ ବୋଲି ସେ କହିଛନ୍ତି। ”ଆମେ ଘରୋଇ ପରିବେଶରେ ବିଶ୍ୱକପ୍‌ ଖେଳିବାକୁ ଯାଉଛୁ। ତେଣୁ ଶ୍ରେଷ୍ଠ ପ୍ରଦର୍ଶନ ନିହାତି ଆବଶ୍ୟକ। ଟୁର୍ନାମେଣ୍ଟ ଜିତିବାକୁ ହେଲେ ଏହା ହିଁ କରିବାକୁ ହେବ, ଯାହାକି ସମ୍ଭବ। ଅଭିଜ୍ଞତା ଅନେକ ସମୟରେ ଏଭଳି ବଡ଼ ଟୁର୍ନାମେଣ୍ଟରେ ଫାଇଦା ଦେଇଥାଏ। ଭାରତ ଏହାର ଫାଇଦା ଉଠାଇବ“ ବୋଲି ରିଡ୍‌ ପ୍ରକାଶ କରିଛନ୍ତି। ରିଡ୍‌ ଆହୁରି କହିଛନ୍ତି, ଭୁଲିଯିବା ଉଚିତ ନୁହେଁ ଯେ ସ୍ପେନ୍‌ ଏକ ବିପଜ୍ଜନକ ଦଳ। ଯେତେ ଆକଳନ ଲଗାଇଲେ ମଧ୍ୟ ଏହି ଦଳ ତା’ଠାରୁ ଭଲ ପ୍ରଦର୍ଶନ କରିଥାଏ। ଆମକୁ ସବୁ ପରିସ୍ଥିତିରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ଅଧିନାୟକ ହରମନ୍‌ପ୍ରୀତ ସିଂ ମଧ୍ୟ କୋଚ୍‌ଙ୍କ ସହ ଏକମତ ହୋଇଛନ୍ତି। ”ଘରୋଇ ପରିବେଶରେ ବିଶ୍ୱକପ୍‌ ଜିତିବା ପାଇଁ ବଡ଼ ସୁଯୋଗ ଆସିଛି। ଦର୍ଶକଙ୍କ ସମର୍ଥନ ଆମ ସପକ୍ଷରେ ରହିବ। ୪ ବର୍ଷରେ ଥରେ ବିଶ୍ୱକପ୍‌ ଆସୁଥିବାରୁ ଏଥିରେ ଭଲ ପ୍ରଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରବର୍ତ୍ତୀ ବିଶ୍ୱକପ୍‌ ବେଳକୁ ଦଳରେ କେଉଁ ଖେଳାଳି ଥିବେ ବା ନ ଥିବେ କହିହେବନି। ତେଣୁ ଏବେ ମିଳିଥିବା ସୁଯୋଗର ଭରପୂର ସଦୁପଯୋଗ ସମସ୍ତେ କରିବା ଆବଶ୍ୟକ। ପ୍ରଥମ ମ୍ୟାଚ ସବୁବେଳେ ଗୁରୁତ୍ୱ ବହନ କରିଥାଏ। ଏଥିରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଆମେ ଯୋଜନା ପ୍ରସ୍ତୁତ କରିଛୁ। ସମସ୍ତ ଖେଳାଳି ପ୍ରଥମ ମ୍ୟାଚ ଖେଳିବାକୁ ବ୍ୟଗ୍ର“ ବୋଲି ହରମନ୍‌ପ୍ରୀତ ପ୍ରକାଶ କରିଛନ୍ତି। ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳିବା ପରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ ସେହି ରାଉରକେଲାରେ ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଏହାପରେ ଭୁବନେଶ୍ୱର ଆସି ୧୯ ତାରିଖରେ ଓ୍ବେଲ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?