ପିଲାମାନେ ବୟସ୍କଙ୍କ ଟୁଥ୍‌ବ୍ରଶ୍‌ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏନେଇ କ’ଣ କୁହନ୍ତି ବିଶେଷଜ୍ଞ

ପାଟିର ସ୍ବଚ୍ଛତାକୁ ଅଧିକ ଗମ୍ଭୀରତାର ସହ ନେବା ଆବଶ୍ୟକ। ବିଶେଷକରି ପିଲାମାନଙ୍କ ପାଟିର ଯତ୍ନସଠିକ୍‌ ଉପାୟରେ ନେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ପିଲାମାନେ ବ୍ୟବହାର କରୁଥିବା ଟୁଥ୍‌ବ୍ରଶ ପ୍ରତି ଧ୍ୟାନ ଦେବା ଉଚିତ। ସାଧାରଣତଃ ଭାରତୀୟମାନେ ନିଜ ପିଲାଙ୍କ ପାଇଁ ସମାନ ପ୍ରକାରର ଟୁଥ୍‌ ବ୍ରଶ ବାଛିଥାନ୍ତି। ଯାହାକୁ ବୟସ୍କମାନେ ବ୍ୟବହାର କରିଥାନ୍ତି ସେମିତି ବ୍ରଶ୍‌ ପିଲାଙ୍କ ପାଇଁ ମଧ୍ୟ କିଣିଥାନ୍ତି। ଏପରି କରିବା ଦ୍ୱାରା ଟୁଥ୍‌ବ୍ରଶ ପିଲାଙ୍କ ପାଇଁ ଫିଟ୍‌ ହୋଇ ନ ଥାଏ। କାରଣ ଶିଶୁର ପାଟି, ଦାନ୍ତ, ଜିଭ ସମେତ ବୟସ୍କଙ୍କ ତୁଳନାରେ ଅଧିକ କୋମଳ ଅଟେ। ତେଣୁ ଏଥିରୁ ଦୂରେଇ ରହିବା ଦରକାର। ଏନେଇ ଶିଶୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅଧିକ କ’ଣ କହିଛନ୍ତି ସେ ସମ୍ପର୍କରେ ଜାଣନ୍ତୁ…

୧. ବୟସ୍କଙ୍କ ତୁଳନାରେ ଶିଶୁଙ୍କର ପାଟି ଛୋଟ। ଅଭିଭାବକମାନେ ଏପରି ଏକ ଟୁଥ ବ୍ରଶ୍‌ ବାଛିବା ଉଚିତ୍‌ ଯାହାକି ପିଲାଙ୍କ ପାଟିରେ ଆରାମରେ ଫିଟ୍‌ ହେବ ଏବଂ ସେମାନେ ଭଲ ଭାବରେ ବ୍ରଶ କରିପାରିବେ।

ବୟସ୍କମାନଙ୍କ ବ୍ରଶ୍‌ ସାଧାରଣତଃ ଟାଣ ହୋଇଥାଏ। ଏହାକୁ ଶିଶୁମାନେ ବ୍ୟବହାର କଲେ ପାଟିରେ ଆଘାତ ଲାଗେ। ତେଣୁ ଶିଶୁମାନଙ୍କ ପାଇଁ ସର୍ବଦା ନରମ, ଗୋଲାକାର, ପଲିସ ଟୁଥ୍‌ବ୍ରଶ ବାଛିବା ଦରକାର।

ଏପରିକି ହ୍ୟାଣ୍ଡେଲର ଆକାର ଏବଂ ଡିଜାଇନ ଏପରି ହେବା ଉଚିତ ଯେ, ପିଲାଟି ସହଜ ପରିଚାଳନା ପାଇଁ ଟୁଥ୍‌ବ୍ରଶକୁ ଆରାମରେ ଧରିପାରିବ। ଶିଶୁର ଛୋଟ ହାତ ପାଇଁ ଡିଜାଇନ ହୋଇଥିବା ଟୁଥ୍‌ ବ୍ରଶ ବାଛନ୍ତୁ। ଏବେ ବଜାରରେ ପିଲାମାନଙ୍କ ପାଇଁ ଲାଇଟ୍‌, ମ୍ୟୁଜିକ୍‌ କିମ୍ବା ହ୍ୟାଣ୍ଡେଲରେ ଖୋଦିତ ସେମାନଙ୍କର ପ୍ରିୟ କାର୍ଟୁନ ଚିତ୍ର ଥିବା ବ୍ରଶ୍‌ ଆସିଲାଣି। ଏପରି ବ୍ରଶ୍‌ ଦେଲେ ସେମାନଙ୍କୁ ଖୁସି ବି ଲାଗିଥାଏ।

ପିଲାମାନଙ୍କୁ ଅତି କମ୍‌ରେ ଦୁଇ ମିନିଟ୍‌ ପାଇଁ ବ୍ରଶ୍‌ କରିବାକୁ ଉତ୍ସାହିତ କରନ୍ତୁ। ୩ ମାସରେ ଥରେ ବ୍ରଶ୍‌ ବଦଳାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri