Posted inଖେଳ

ହକି ଇଣ୍ଡିଆର ବାର୍ଷିକ ପୁରସ୍କାର: ଦୌଡ଼ରେ ଓଡ଼ିିଶାର ଅମିତ ରୋହିଦାସ, ସୁନେଲିତା

ନୂଆଦିଲ୍ଲୀ,୧୦ା୩: ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ରେକର୍ଡ ୧୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏଥର ୭ଟି ବିଭାଗରେ ୩୨ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ଏହି ଇଭେଣ୍ଟ ଶନିବାର ଅନୁଷ୍ଠିତ ହେବ।

୨୦୨୪ ସିଜନରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରାଯିବ। ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳିଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ବଲବୀର ସିଂ ସିନିୟର ପୁରସ୍କାର ପ୍ରଦାନ କରାଯିବ। ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ମଧ୍ୟ ପୁରସ୍କାର ବ୍ୟବସ୍ଥା କରାଯାଇଛି।

ଏହି କାଟେଗୋରିରେ ଅପ୍‌ କମିଙ୍ଗ ପ୍ଲେୟର ଅଫ୍‌ ଦି ଇୟର(ପୁରୁଷ) ଏବଂ ଅପ୍‌ କମିଙ୍ଗ ପ୍ଲେୟର ଅଫ୍‌ ଦି ଇୟର (ମହିଳା) ପାଇଁ ଅସୁନ୍ତା ଲାକ୍ରା ପୁରସ୍କାର ପ୍ରଦାନ କରାଯିବ। ଏହା ବ୍ୟତୀତ ବିଭିନ୍ନ ପୋଜିଶନରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଯଥା ଗୋଲ୍‌କିପର ଅଫ୍‌ ଦି ଇୟର ପାଇଁ ବଲ୍‌ଜିତ ସିଂ ପୁରସ୍କାର, ଡିଫେଣ୍ଡର ଅଫ୍‌ ଦି ଇୟର ପାଇଁ ପରଗତ ସିଂ ପୁରସ୍କାର, ମିଡ୍‌ଫିଲ୍‌ଡର ଅପ୍‌ ଦି ଇୟର ପାଇଁ ଅଜିତ ପାଲ୍‌ ସିଂ ପୁରସ୍କାର ଏବଂ ଫରଓ୍ବାର୍ଡ ଅଫ୍‌ ଦି ଇୟର ପାଇଁ ଧନରାଜ ପିଲ୍ଲେ ପୁରସ୍କାର ପ୍ରଦାନ କରାଯିବ।

ଓଡ଼ିଶାର ଅମିତ ରୋହିଦାସ ପୁରୁଷ ଡିଫେଣ୍ଡର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ରହିଛନ୍ତି। ମହିଳା ବିଭାଗ ଅପ୍‌ କମିଙ୍ଗ ପ୍ଲେୟର ଅଫ୍‌ ଦି ଇୟର ସମ୍ଭାବ୍ୟ ତାଲିକାରେ ଓଡ଼ିଶାର ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି। ୧୯୭୫ରେ ଭାରତୀୟ ପୁରୁଷ ଦଳ ଯେଉଁ ଦିନ ଏହାର ପ୍ରଥମ ଏବଂ ଏକମାତ୍ର ବିଶ୍ୱକପ୍‌ ହାସଲ କରିଥିଲା, ତାହାର ୫୦ବର୍ଷ ପୂର୍ତ୍ତି ଅବସରରେ ଏଥର ବାର୍ଷିକ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାଛଡ଼ା ୨୦୨୫ରେ ଭାରତୀୟ ହକିର ୧୦୦ବର୍ଷ ପୂରଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri