Posted inଜାତୀୟ

କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର: ଦୁର୍ନୀତି ଅଭିଯୋଗର ତଦନ୍ତ ଆଦେଶ ଦେଲେ କଂଗ୍ରେସ ସରକାର…

ବେଙ୍ଗାଲୁରୁ,୩୦।୫ : କର୍ନାଟକରେ କଂଗ୍ରେସ ସରକାର କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର ଆରମ୍ଭ କରିଛନ୍ତି। ଭାଜପା ଶାସନ ସମୟରେ କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ (କେକେଆରଡିବି)ରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି। ଏ ସମ୍ପର୍କରେ କର୍ନାଟକ ସରକାରଙ୍କ ମନ୍ତ୍ରୀ ପ୍ରିୟଙ୍କା ଖାର୍ଗେ ଅଭିଯୋଗ କରିଛନ୍ତି। ଏହା ପରେ କଂଗ୍ରେସ ସରକାର ଏହି ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି କେବଳ କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ ନୁହେଁ ବରଂ ଏଭଳି ଅନେକ ସ୍କାମ ଭାଜପା ସରକାରଙ୍କ ସମୟରେ ଘଟିଛି। ଆମେ ନ୍ୟାୟ କରିବୁ ଏବଂ ଶୀଘ୍ର ସମସ୍ତ ସ୍କାମରେ ତଦନ୍ତ ନିର୍ଦ୍ଦେଶ ଦିଆଯିବ।

କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ ପୂର୍ବରୁ ହାଇଦ୍ରାବାଦ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ ଭାବରେ ଜଣାଶୁଣା ଥିଲା। ଏହା ୨୦୧୩ ମସିହାରେ ଗଠିତ ହୋଇଥିଲା ଏବଂ ବିଦର, ବେଲାରୀ, କାଲାବୁରାଗି, କପାଲ, ରାଇଚୁର ଏବଂ ୟାଦଗିର ଜିଲାର ବିକାଶ ଦାୟିତ୍ୱ ଏବଂ ୪୦ ଟି ବିଧାନସଭାର ବିକାଶ ଏହି ବୋର୍ଡରେ ଉପରେ ନ୍ୟସ୍ତ ଅଛି।

କିଛି ମାସ ପୂର୍ବେ ସାମାଜିକ କାର୍ଯ୍ୟକର୍ତ୍ତା ଗୁରୁନାଥ ଭଦ୍ଦେ କେକେଆରଡିବିରେ ଦୁର୍ନୀତି ଘଟିଥିବା ଅଭିଯୋଗ କରି ଏହାର ସିବିଆଇ ତଦନ୍ତ ଦାବି କରିଥିଲେ। ବୋର୍ଡ ତରଫରୁ ଟେଣ୍ଡର ପ୍ରଦାନରେ ଦୁର୍ନୀତି ହୋଇଥିବା ଭଦ୍ଦେ ତାଙ୍କ ଅଭିଯୋଗରେ କହିଥିଲେ। ଏଥିସହ ବୋର୍ଡକୁ ଦିଆଯାଇଥିବା ଅର୍ଥର ପରିମାଣ ଖର୍ଚ୍ଚ ହୋଇନାହିଁ ବୋଲି କୁହାଯାଇଥିଲା। ବୋର୍ଡ ଅଧୀନରେ କରାଯାଇଥିବା କାର୍ଯ୍ୟର ଗୁଣବତ୍ତା ଖରାପ ଥିବା ସହିତ ପାଣ୍ଠି ବଣ୍ଟନରେ ଭେଦଭାବ ହୋଇଥିବା ଅଭିଯୋଗ ଆସିଥିଲା। ବୋର୍ଡ ବୈଠକ ଡାକିବାରେ ନିୟମକୁ ଅଣଦେଖା କରିବା ଏବଂ ବିକାଶ କାର୍ଯ୍ୟର ଅଡିଟ ନ କରିବା ଅଭିଯୋଗ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri