ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…

ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ୧୬,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ୨୩ ଗୁଣା ବୃଦ୍ଧି ପଞ୍ଜିକୃତ ହୋଇଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ, ପ୍ରତିରକ୍ଷା ରପ୍ତାନୀର ଏହି ବୃଦ୍ଧି ଦେଶର ବିଶ୍ୱ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ବୃଦ୍ଧିକୁ ପ୍ରତିଫଳିତ କରିଛି। ଭାରତ ବର୍ତ୍ତମାନ ୮୫ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛି।

ଭାରତର ପ୍ରତିରକ୍ଷା ଶିଳ୍ପ ବିଶ୍ୱ ମାନକ ସହିତ ଉତ୍ପାଦନ କରିବାର କ୍ଷମତା ପ୍ରଦର୍ଶନ କରିଛି ବର୍ତ୍ତମାନ ଏକ ଶହରୁ ଅଧିକ ସଂସ୍ଥା ପ୍ରତିରକ୍ଷା ଉତ୍ପାଦ ରପ୍ତାନି କରୁଛନ୍ତି। ଦେଶର ପ୍ରତିରକ୍ଷା ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଗତ ନଅ ବର୍ଷ ମଧ୍ୟରେ ଅନେକ ନୀତିଗତ ପଦକ୍ଷେପ ନେଇଛନ୍ତି। ପୂର୍ବ ତୁଳନାରେ ରପ୍ତାନି ପ୍ରକ୍ରିୟା ସରଳୀକୃତ ହୋଇଛି ଏହା ଶିଳ୍ପ ପାଇଁ କାମ କରିବା ସହଜ କରିଥାଏ ପ୍ରତିରକ୍ଷା ଉତ୍ପାଦ ରପ୍ତାନି ପ୍ରସଙ୍ଗରେ ମଧ୍ୟ ସରକାର ସହଜ ବ୍ୟବସାୟକୁ ପ୍ରୋତ୍ସାହିତ କରୁଛନ୍ତି।

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ମଧ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆତ୍ମର୍ନିଭରଶୀଳ ଭାରତ ପଦକ୍ଷେପ ଦ୍ୱାରା ଉପକୃତ ହୋଇଛି। ଦେଶରେ ଉତ୍ପାଦିତ ପ୍ରତିରକ୍ଷା ଉତ୍ପାଦର ଡିଜାଇନ, ବିକାଶ ଏବଂ ଉତ୍ପାଦନରେ ନୂତନ ପରୀକ୍ଷଣ ପାଇଁ ଏହା ଏକ ପଥ ପରିଷ୍କାର କରିଛି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶର ବିଦେଶୀ ପ୍ରତିରକ୍ଷା ଉତ୍ପାଦ ଉପରେ ର୍ନିଭରଶୀଳତା ମଧ୍ୟ ବର୍ଷ ବର୍ଷ ଧରି ବହୁ ମାତ୍ରାରେ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri