କାର୍‌ ମାଡ଼ିଯାଇ ଶ୍ରମିକ ମୃତ, ଚାଳକ ଫେରାର

ଭୁବନେଶ୍ୱର,୧।୧୦(ସତ୍ୟଜିତ୍‌ ରାଉତ)ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଜମହଲ ଫୁଟ୍‌ପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାର୍‌ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପୁରୀ ଜିଲା ପିପିଲି ଅଞ୍ଚଳର ଦିନବନ୍ଧୁ ବରାଳ (୫୦)। ସବୁଠୁ ବଡ଼ କଥା ହେଲା ପୋଲିସକୁ ଚ୍ୟାଲେଞ୍ଜ୍‌ ଦେଇ ଚାଳକ ଜଣଙ୍କ ଦୁର୍ଘଟଣାଗ୍ରସ୍ତ କାର୍‌କୁ ନେଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବାଙ୍କୁଆଳ ନଦୀ ବନ୍ଧ କଡ଼ରେ ସେ କାର୍‌ ଛାଡ଼ି ପଳାଇଯିବା ପରେ ପୋଲିସ ଲାଲ୍‌ ରଙ୍ଗର କାର୍‌ (ଓଡି୦୫ଏଏକ୍ସ୍‌୨୫୮୫)କୁ ଜବତ କରି ଥାନାକୁ ଆଣିିଛି। କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସାମ୍ନା ପାର୍ଶ୍ୱ ଭାଙ୍ଗିଯିବା ସହ ଚେପା ହୋଇଯାଇଛି। ଏହି ସଂକ୍ରାନ୍ତରେ କ୍ୟାପିଟାଲ ଥାନା ପୋଲିସ ଆଇପିସି ଦଫା ୨୭୯, ୩୦୪ (କ)ରେ ଏକ ମାମଲା (ନଂ.୫୮୨/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଛି।

ଦୁର୍ଘଟଣା ଘଟାଇଥିବା କାର୍‌ କଟକ ଆର୍‌ଟିଓରେ ପଞ୍ଜୀକୃତ ହୋଇଥିବାବେଳେ ଏହାର ମାଲିକ ପୁରୀ ଜିଲା କାକଟରପୁର ଅଞ୍ଚଳର ବିକାଶ ପାଲ୍‌ ବୋଲି ପୋଲିସ ଜାଣିବାକୁ ପାଇଛି। ବିକାଶ ତାଙ୍କ ପରିବାର ସହ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ୍‌ରେ ରହୁଛନ୍ତି। ପୋଲିସ ତାଙ୍କ ପରିବାର ସହ ଯୋଗାଯୋଗ କରିବାରୁ ବିକାଶ ଶୁକ୍ରବାର ରାତିଠୁ କାର୍‌ ନେଇ କୁଆଡ଼େ ଯାଇଥିବାବେଳେ ଘରକୁ ଫେରି ନ ଥିବା କହିଛନ୍ତି। ପରିବାର ଲୋକଙ୍କ ଏଭଳି ବୟାନ ପରେ ବିକାଶ ହିଁ ଏହି ଦୁର୍ଘଟଣା ଘଟାଇପାରିଥାନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତାଙ୍କୁ ଠାବ କରିବାକୁ ପୋଲିସ ଟିମ୍‌ ପ୍ରୟାସ ଜାରି ରଖିଛିି। ଏପଟେ କ୍ୟାପିଟାଲ ହସ୍ପିଟାଲରେ ମୃତ ଶ୍ରମିକ ଦିନବନ୍ଧୁଙ୍କ ବ୍ୟବଚ୍ଛେଦ ହୋଇଛି। ତେବେ ରାଜଧାନୀରେ କମିଶନରେଟ୍‌ ପୋଲିସର କଡ଼ା ପାଟ୍ରୋଲିଂ ଓ ସିସିଟିଭି ସ୍କାନର୍‌ରୁ କାର୍‌ ଚାଳକ ଖସିଯିବା ଘଟଣାକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। କାର୍‌ ଚାଳକଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଜୋନ୍‌ ଏସିପି ମାନସ ଗଡ଼ନାୟକ କହିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମୃତ ଦିନବନ୍ଧୁ ଏଠାରେ ଦିନମଜୁରିଆ ଭାବେ କାମ କରୁଥିବାବେଳେ ମଝିରେ ମଝିରେ ଘରକୁ ଚାଲିଯାଆନ୍ତି। ଯେଉଁଦିନ ସେ ଘରକୁ ଯାଇପାରନ୍ତି ନାହିଁ ରାଜମହଲ ଛକ ଫୁଟ୍‌ପାଥ୍‌ରେ ଶୋଇ ରାତି କାଟି ଦିଅନ୍ତି। ରାତି ୧ଟାଏରୁ ୧.୪୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଫୁଟପାଥ୍‌ରେ କେତେଜଣ ଶ୍ରମିକ ଆଶ୍ରୟ ନେଇ ଶୋଇଥିବା ବେଳେ ଏଜିଛକରୁ କାର୍‌ଟି ଦ୍ରୁତଗତିରେ ମାଡ଼ି ଆସିଥିଲା। କାର୍‌ଟି ପ୍ରଥମେ ରାଜମହଲ ଛକ ଡାହାଣ ପାର୍ଶ୍ୱ ଡିଭାଇଡର୍‌ରେ ପିଟିହୋଇ ଅପରପାର୍ଶ୍ୱକୁ ଚାଲିଯାଇଥିଲା। ସେହି ସମୟରେ କାର୍‌ଟି ଦିନବନ୍ଧୁଙ୍କୁ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ବେଳେ ଅନ୍ୟମାନେ ଚିତ୍କାର କରୁଥିବାବେଳେ କାର୍‌ ଚାଳକ ଜଣକ ପୁଣି ଏଜି ଛକକୁ ବୁଲିଯାଇ କ୍ୟାପିଟାଲ ହସ୍ପିଟାଲ ଛକ ହୋଇ ପଳାଇଯାଇଥିଲେ। ପୋଲିସ ଖବର ପାଇ ଦିନବନ୍ଧୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଦୟାନଦୀ ନଦୀ ବାଙ୍କୁଆଳ ନଦୀ ବନ୍ଧ କଡ଼ରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଛିଡ଼ା ହୋଇଥିବା ଖବର ପାଇ ଧଉଳି ପୋଲିସ ତାହାକୁ ଜବତ କରି ଥାନାକୁ ନେଇ ଖବର ଦେଇଥିଲା। ଶନିବାର ସକାଳେ ଦୁର୍ଘଟଣାସ୍ଥଳରେ ଡିଭାଇଡର୍‌ ଭାଙ୍ଗିଯାଇଥିବା ବେଳେ ସେଠାରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଦିନବନ୍ଧୁଙ୍କ ସାଇତା ଚାଉଳ ମଧ୍ୟ ବିଛୁଡ଼ି ହୋଇ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?